ପୃଷ୍ଠା:ShreeJagannath.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୋର ହୋଇଯାଇଥାଏ । ରାତି ପାହିବା ପରେ ମଙ୍ଗଳ ଆଳତି ଇତ୍ୟାଦି ଦୈନନ୍ଦିନ ନୀତି ଗୁଣ୍ଡିଚା ଘରେ କ୍ରମାନ୍ୱୟରେ ସଂପାଦିତ ହୁଏ । କିନ୍ତୁ ଏଠାରେ ଗୋପାଳ ବଲ୍ଲଭ ଭୋଗ ସର୍ପମଣୋହିରେ ପୂଜା ହୁଏ । ବାହୁଡ଼ା ପର୍ଯ୍ୟନ୍ତ ଭୋଗମଣ୍ଡପ ପରେ ଦୈନିକ ମହାସ୍ନାନ, ସର୍ବାଙ୍ଗ ଓ ନୂଆ ଲୁଗା ଲାଗି କରାଯାଏ ।

ହେରାପଞ୍ଚମୀ ଏହି ନୀତି ରଥଯାତ୍ରାର ପଞ୍ଚମ ଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀରେ ପାଳିତ ହୁଏ । ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି । ତା’ ପରେ ବନକ ଲାଗି, ପାଟ ଓ ଅଳଙ୍କାର ଲାଗି ହୁଏ । ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରନ୍ତି । ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରାନ୍ତି । ବିମାନବଡ଼୍ରୁମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ ବାଜା, ଛତାର ଛତ୍ର ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି । ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି । ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି । ଏ ମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି । ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟ ବିଜୟ ଦ୍ୱାରଠାକୁ ଆସିଥାନ୍ତି । ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାନ୍ତି । ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ । ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି । ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ । ସେବକଙ୍କ ଭିତରୁ ଜଣେ ରଥର କାଠ ଖଣ୍ଡିଏ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି ।

ଶ୍ରୀଗୁଣ୍ଡିଚା ଦିନଠାରୁ ଆଡ଼ପ ମଣ୍ଡପ (ଗୁଣ୍ଡିଚା ଘରେ) ଦିଅଁମାନଙ୍କ ଅବସ୍ଥାନ କାଳରେ ତିନି ରଥରେ ଧ୍ୱଜ ପୂଜା ହୁଏ । ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥି ଦିନରେ ଏଠାରେ 'ରାହାସ’ ନୀତି ହୁଏ । ପ୍ରତ୍ୟହ ଏହି ତିନିଦିନ ସଂଧ୍ୟାଧୂପ ପରେ ମଦନମୋହନ ଜଗମୋହନରେ ସିଂହାସନ ଉପରେ ବିଜେ କରନ୍ତି । ସେଠାରେ ତାଙ୍କୁ ପୂଜାପଣ୍ଡା ସର୍ପା ମଣୋହିରେ କୋରା ଭୋଗ କରନ୍ତି । ଭୋଗ ପରେ ବନ୍ଦାପନା କରାଯାଏ ।

ହେରାପଞ୍ଚମୀ ପରଦିନ ଅର୍ଥାତ୍ ସପ୍ତମୀ ତିଥିରେ ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ଘଣ୍ଟ, ଛତା, କାହାଳୀ ସହ ତିନି ରଥରେ ପହଞ୍ଚି ଲାଗି ହୁଏ । ତା'ପରେ ରଥମାନଙ୍କର ଦକ୍ଷିଣ ମୋଡ଼ ହୁଏ । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ବଳଭଦ୍ରଙ୍କ ରଥ ଓ ଶେଷରେ ଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସାମନାରେ ତିନି ରଥକୁ ଦକ୍ଷିଣାଭିମୁଖରେ ସମାନ ଭାବରେ ସଜାଇ ରଖାଯାଏ । ୧୨୨ । ଶ୍ରୀଜଗନ୍ନାଥ