ପୃଷ୍ଠା:ShreeJagannath.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଣ୍ଡିତ ନୀଳମଣି ମିଶ୍ର ଲେଖିଛନ୍ତି, ଆଦିମ ଯୁଗର 'ଦାରୁ ଦେବତା' ହିଁ ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥ ନାମରେ ରୂପାୟିତ ହୋଇଛନ୍ତି । ଏହି ବିଗ୍ରହଙ୍କ ପ୍ରଶସ୍ତି ଇନ୍ଦ୍ରଭୂତିଙ୍କ ପ୍ରଣୀତ ଜ୍ଞାନସିଦ୍ଧି, ମୁରାରିଙ୍କ ଅନର୍ଘରାଘବ, ଶତାନନ୍ଦଙ୍କ ରତ୍ନମାଳା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ତୋତ୍ର ଆଦି ପ୍ରାଚୀନ ଗ୍ରନ୍ଥ ତଥା ସ୍ତୁତି ସ୍ତୋତ୍ରରେ ଦେଖିବାକୁ ମିଳେ । ତେଣୁ ସପ୍ତମ-ଅଷ୍ଟମ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନାଥ ବିଶ୍ୱବିଶ୍ରୁତ ବିଗ୍ରହ ରୂପେ ପ୍ରତିଷ୍ଠା ଲାଭ କରିସାରିଥିଲେ ।

ଶିଳାଲିପି ଓ ତାମ୍ରପତ୍ର ଲିପିରେ ଶ୍ରୀକ୍ଷେତ୍ର ଓ ପୁରୁଷୋତ୍ତମ-ଜଗନ୍ନାଥ

ନିମ୍ନଲିଖିତ ଅଭିଲେଖମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଊଣା ଅଧିକେ ସୂଚନା ମିଳେ ।

ନାଗପୁର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୧୦୪)
ଗୋବିନ୍ଦପୁର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୧୩୭)
ଲିଙ୍ଗରାଜ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୨୩୦-୩୮)
ଶ୍ରୀକୂର୍ମ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୩୧୦)
ରାଜା ନରସିଂହଦେବଙ୍କ କପିଳାସ ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୨୩୮-୬୪)
ଶୁଭକର ଦେବଙ୍କ ନେଉଳପୁର ଶିଳାଲିପି (ଖ୍ରୀଷ୍ଟାବ୍ଦ ୭୮୦-୮୦୦)
(ମତାନ୍ତରେ ଏକାଦଶ ଶତାବ୍ଦୀ)
ସତାନା (ମଧ୍ୟପ୍ରଦେଶ) ଶିଳାଲିପି (ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀ)
(ମତାନ୍ତରେ ଏକାଦଶ ଶତାବ୍ଦୀ)
ବରମଦେବ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୮୪୦-୧୦୮୮)
ସୀମାଚଳ ମନ୍ଦିର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୩୧୯)
ପୁରୀର ନୃସିଂହ ମନ୍ଦିର, ମାର୍କଣ୍ଡେଶ୍ୱର ଓ
ପାତାଳେଶ୍ୱର ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୧୧୩-୧୨୩୮)
ନାଗରୀ ତାମ୍ରପତ୍ର (ରାଜା ଅନଙ୍ଗଭୀମଦେବ-୩ୟ) ଖ୍ରୀଷ୍ଟାବ୍ଦ ୧୨୩୦
ଦ୍ରାକ୍ଷାରାମ ଶିଳାଲିପି (ଖ୍ରୀଷ୍ଟାବ୍ଦ ୧୨୧୬)
ଦାସଗୋବା ତାମ୍ରପତ୍ର (ଖ୍ରୀଷ୍ଟାବ୍ଦ୧୧୯୨-୧୨୧୧)
ଅସନଖଲି ତାମ୍ରପତ୍ର (ଖ୍ରୀଷ୍ଟାବ୍ଦ ୧୩୩୭)
ପୁରୀର ପଞ୍ଜାବୀ ମଠରେ ଥିବା
୨ୟ ଭାନୁଦେବଙ୍କ ତାମ୍ରପତ୍ର ଅନୁଶାସନ (ଖ୍ରୀଷ୍ଟାବ୍ଦ ୧୩୧୧)
ଶ୍ରୀଜଗନ୍ନାଥ ୧୭