ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ । ସେହି ଦିନମାନ ହେଲା- ବିଜୟାଦଶମୀ, କାର୍ତ୍ତିକପୂଣ୍ଣିମା,
ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିିମା ଓ ରଥ ଉପରେ ବଡ଼ ଏକାଦଶୀ । ଦଶହରା ଓ କାର୍ତ୍ତିିକପୂର୍ଣ୍ଣିିମାରେ
ରାଜବେଶ ହେବା ପରେ ସକାଳ ଧୂପ ହୁଏ । ପୌଷପୂର୍ଣ୍ଣିିମା (ଅଭିଷେକ ପୂର୍ଣ୍ଣିିମା)ରେ ସକାଳ
ଧୂପ ପରେ ଓ ରଥ ଉପରେ ରାଜବେଶ ମଧ୍ୟାହ୍ନ ଧୂପ ପରେ ହୁଏ । ଦୋଳପୂର୍ଣ୍ଣିିମାରେ ବଲ୍ଲଭ
ଭୋଗ ପୂର୍ବରୁ ଏହି ବେଶ ହୁଏ । କେବଳ ରଥ ଉପରେ ରାଜବେଶ ଶ୍ରୀମନ୍ଦିର ବାହାରେ
ହୋଇଥାଏ । ରଥ ଉପରେ ରାଜବେଶକୁ "ବଡ଼ ତଡ଼ଉ ବେଶ' ଓ କାର୍ତ୍ତିକପୂର୍ଣ୍ଣିିମାର ରାଜବେଶକୁ
"ରାଜରାଜେଶ୍ୱର ବେଶ' ବୋଲି କେହି କେହି ମତବ୍ୟକ୍ତ କରନ୍ତି । ପ୍ରକୃତରେ ସବୁ ରାଜବେଶକୁ
ହିଁ ବଡ଼ ତଡ଼ଉ ବେଶ ଓ ରାଜରାଜେଶ୍ୱର ବେଶ କହିବା ସମୀଚୀନ ହେବ ।
ରଥ ଉପରେ ରାଜବେଶର ତାଲିକା ନିମ୍ନରେ ପ୍ରଦତ୍ତ :
ଶ୍ରୀପୟର-୪, ଶ୍ରୀଭୁଜ-୪ (ଦେବୀଙ୍କର ନାହିଁ), କିରୀଟ-୩ (ପ୍ରତ୍ୟେକ-୧), କାନ-୬
(ପ୍ରତ୍ୟେକ-୨), ବାହାଡ଼ାମାଳି-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତାବିଜ ମାଳି-୧
(ଶ୍ରୀଜଗନ୍ନାଥଙ୍କର), ହରିଡ଼ା କଦମ୍ବ ମାଳି-୧ (ଶ୍ରୀଜଗନ୍ନାଥଙ୍କର), ବାଘନଖୀ ମାଳି-୧
(ଶ୍ରୀଜଗନ୍ନାଥଙ୍କର), କଦମ୍ବ ମାଳି-୪ (ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୧, ଦେବୀ ସୁଭଦ୍ରା-୧),
ସେବତୀ ମାଳି-୩ (ପ୍ରତ୍ୟେକ-୧), ହଳମୂଷଳ(୧ମ୍ପ୧) (ଶ୍ରୀବଳଭଦ୍ର), ଚକ୍ର-୧ (ଶ୍ରୀଜଗନ୍ନାଥ),
ତିଳକ-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ଆଡ଼କାନି-୪(ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୨),
ଚନ୍ଦ୍ରସୂର୍ଯ୍ୟ-୬ (ପ୍ରତ୍ୟେକ-୨ଟି), ଅଳକା-୩ (ପ୍ରତ୍ୟେକ-୧ଟି), ଓଡ଼ିଆଣୀ-୩ (ପ୍ରତ୍ୟେକ-୧),
ଚନ୍ଦ୍ରିକା-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତଡ଼କୀ-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧),
ଶଙ୍ଖ (ରୁପା)-୧ (ଶ୍ରୀଜଗନ୍ନାଥଙ୍କର)
ଏହି ରାଜବେଶରେ କେବଳ ଶଙ୍ଖଟି ରୁପା, ବାକି ସବୁ ଅଳଙ୍କାର ସୁନା । ରଥ ଉପରେ
ହେଉଥିବା ରାଜବେଶରେ ଦୁଇଟି ପ୍ରଧାନ ଅଳଙ୍କାର ନଥାଏ । ତାହା ହେଲା: ସୁନାର ରାହୁରେଖା
ଓ ରତ୍ନ ଚିତା । ରଥଯାତ୍ରା ସମୟରେ ତିନିଦିଅଁଙ୍କ ଶ୍ରୀମୁଖମଣ୍ଡଳରେ ପ୍ରକୃତ ରତ୍ନଚିତା ନଥାଏ ।
ରଥଯାତ୍ରା ଦିନ ପହଣ୍ଡି ଶେଷ ପରେ ଓ ଛେରାପହଁରା ପୂର୍ବରୁ ତିନି ଦିଅଁଙ୍କୁ ଗୋଟିଏ ଲେଖାଏଁ
ସୋଲ ଚିତା ଲାଗି କରାଯାଏ । ସୋଲ ଚିତା ମଝିରେ ଅଳ୍ପ ପରିମାଣର ସୁନା ଓ ରତ୍ନ ପଥର
ବସାଯାଇଥାଏ ।
ଓଡ଼ିଶାର କେଉଁ ରାଜାଙ୍କ ଶାସନ କାଳରେ ରାଜବେଶର ପ୍ରଚଳନ କରାଯାଇଥିଲା ତାହା
ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ୁନାହିଁ । ପୁରୁଷୋତ୍ତମ-ଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ରାଜା ବୋଲି
ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ-୩ୟ (ଖ୍ରୀଷ୍ଟାବ୍ଦ ୧୨୧୧-୧୨୩୮) ଘୋଷଣା କରିଥିଲେ ।
ହୁଏତ ତାଙ୍କ ସମୟରେ ଏହି ବେଶ ପ୍ରଚଳନ କରାଯାଇଥିବ । ଅନ୍ୟ ମତରେ ସମ୍ରାଟ କପିଳେନ୍ଦ୍ର
ଦେବ (ଖ୍ରୀଷ୍ଟାବ୍ଦ ୧୪୩୫-୧୪୬୮) ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଏହି
ରାଜବେଶର ପ୍ରଚଳନ କରାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜକୀୟତା ତାଙ୍କର
ରାଜବେଶରେ ପ୍ରତିଫଳିତ ହୁଏ ।
ପୃଷ୍ଠା:ShreeJagannath.pdf/୧୬୨
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬୪ ଶ୍ରୀଜଗନ୍ନାଥ