ପୃଷ୍ଠା:ShreeJagannath.pdf/୧୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫. ଶ୍ରାଦ୍ଧ ବେଶ

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଲ ପ୍ରତିପଦା ମଧ୍ୟରେ ପ୍ରଭୁ ଜଗନ୍ନାଥ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି । ଏହି ସମୟରେ ପ୍ରଭୁ ଯେଉଁ ବେଶ ହୁଅନ୍ତି ତାହା ଶ୍ରାଦ୍ଧ ବେଶ ଭାବରେ ପରିଚିତ । ଏହି ବେଶରେ ପ୍ରଭୁ ନାଗପୁରୀ ଅର୍ଥାତ୍‍ କୁମ୍ଭପକା ଧଡ଼ି ବସ୍ତ୍ର ପିନ୍ଧନ୍ତି ।

୧୬. ନାଗାର୍ଜୁନ ବେଶ

ଯେଉଁ ବର୍ଷ କାର୍ତ୍ତିିକ ଶୁକ୍ଲପକ୍ଷରେ ପଞ୍ଚକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ପଡେ଼, ସେହି ବର୍ଷ ପଞ୍ଚକର ବଡ଼ ଦିନ ବା ମଳ ତିିଥିରେ ଶ୍ରୀଜଗନ୍ନାଙ୍କର ନାଗାର୍ଜୁନ ବେଶ ହୁଏ । ୧୯୯୩ ଓ ୧୯୯୪ ମସିହାରେ କାର୍ତ୍ତିକ ଶୁକ୍ଲ ଦ୍ୱାଦଶୀ (ମଳ) ଓ କାର୍ତ୍ତିିକ ଶୁକ୍ଲ ତ୍ରୟୋଦଶୀ (ମଳ) ତିିଥିରେ ଏହି ବେଶ ହୋଇିଲା । ତତ୍‍ପୂର୍ବରୁ ୧୯୬୬, ୧୯୬୭ ଓ ୧୯୬୮ ମସିହାରେ ମଳ ତିିଥିରେ ଏହି ବେଶ ହୋଇିଲା । ସୁତରାଂ ପଞ୍ଚକର ମଳ ତିିଥିରେ ପରମ୍ପରା ଅନୁସାରେ ନାଗାର୍ଜୁନ ବେଶ ହୋଇ ଆସୁଛି । ଏହି ବେଶକୁ ମଧ୍ୟ 'ପର୍ଶୁରାମ ବେଶ' କୁହାଯାଏ ।

ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ବନବାସୀ ବୀର ବେଶରେ ସଜ୍ଜିତ ହୁଅନ୍ତି । ଏହା ଏକ ସାମରିକ ବେଶ । ଏହି ବେଶରେ ବଡ଼ ବଡ଼ ଫୁଲ ହାଣ୍ଡିଆ ବା ଶିରସ୍ତ୍ରାଣ, ବାଘ ନଖ, ଧନୁ, ଶରପୁଞ୍ଜ, କଟିରେ ଢାଲ ଏବଂ ନାନା ପ୍ରକାର ହାର ଲାଗି କରାଯାଏ । ନାଗା ବା ପାର୍ବତୀୟ ବୀର ବେଶରେ ଦିଅଁମାନେ ସଜ୍ଜିତ ହୁଅନ୍ତି । ପୁରୀରେ ନାଗାବେଶ ଅତି ଲୋକପ୍ରିୟ । ସାହି ଯାତ ବିଶେଷତଃ ଗୋସାଣୀ ଯାତରେ ଏହି ବେଶ ଅଧିକ ଦେଖାଯାଏ । ଏହି ବେଶ ସହିତ ଠାକୁରଙ୍କ ନାଗାର୍ଜୁନ ବେଶର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

ପୂର୍ବେ ପୁରୀର ଚକ୍ରକୋଟ ସ୍ଥାନର ଖୁଣ୍ଟିଆ ପଣ୍ଡା ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରୁିଲେ । ୧୯୯୩ ମସିହାରେ ପୁରୀର ଦୋଳମଣ୍ଡପ ସାହିର ଶ୍ରୀମତୀ ତିଳୋତ୍ତମା ଦାସ ମହାପାତ୍ର ଏହି ବେଶ କରାଇ ଥିଲେ । ୧୯୯୪ରେ କାର୍ତ୍ତିିକ ଶୁକ୍ଲ ତ୍ରୟୋଦଶୀ (ମଳ) ତା ୧୬୧୧-୧୯୯୪ରେ ହୋଇିବା ଏହି ବେଶର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥିଲେ । ସକାଳେ ଅବକାଶ ନୀତି ପରେ ନାଗାର୍ଜୁନ ବେଶ ହୋଇିଲା । ବେଶ ହେବା ପରେ ସକାଳ ଧୂପ ଓ ଅନ୍ୟାନ୍ୟ ନୀତି ହୋଇ ଭୋଗ ମଣ୍ଡପ ଧୂପ ପରେ ସର୍ବସାଧାରଣଙ୍କ ପାଇଁ ବେଶ ଦର୍ଶନର ବ୍ୟବସ୍ଥା କରାଯାଇିଲା ।

ନାଗାର୍ଜୁନ ବେଶ ଶୈବ ଓ ବୈଷ୍ଣବ ଭାବନାର ମିଶ୍ରିତ ପରିପ୍ରକାଶ । ବିଧର୍ମୀ ଆକ୍ରମଣକୁ ପ୍ରତିହତ କରାଇବାପାଇଁ ଓଡ଼ିଆ ଖଣ୍ଡାଏତ ଓ ପାଇକ ମନରେ ଐଶୀ ବିଶ୍ୱାସ ସହିତ ବୀରତ୍ୱ ଭାବ ଉଦ୍ରେକ କରାଇବା ହୁଏତ ଏହି ବେଶର ମୂଳ ଉଦ୍ଦେଶ୍ୟ ଥିଲା ।

୧୭. ଘୋଡ଼ଲାଗି ବେଶ

ମାର୍ଗଶିର ଶୁକ୍ଲ ଷଷ୍ଠୀ (ପ୍ରାବରଣ ଷଷ୍ଠୀ) ଦିନରୁ ଦିଅଁମାନଙ୍କୁ ଶୀତ ବସ୍ତ୍ର ବିଧିବିଧାନପୂର୍ବକ ଲାଗି କରାଯାଏ । ଶୀତ ବସ୍ତ୍ରକୁ 'ଘୋଡ଼' କୁହାଯାଏ । ଏହି ବସ୍ତ୍ରଦ୍ୱାରା ତିିନିଠାକୁର ସଂପୂର୍ଣ୍ଣ ଘୋଡ଼ି