ପୃଷ୍ଠା:ShreeJagannath.pdf/୧୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହାଛଡ଼ା ରଥଯାତ୍ରା ସମୟରେ ବିଗ୍ରହମାନଙ୍କୁ ପହଣ୍ଡିରେ ନିଆଯିବା ବେଳେ ଠାକୁରମାନେ ଯେଉଁ ଦୃଢ଼ ପୋଷାକ ପରିଧାନ କରନ୍ତି ତାହାକୁ ସେନାପଟା ଲାଗି ଏବଂ ପହଣ୍ଡିବେଳେ ଯେଉଁ ଟାହିଆ ପିନ୍ଧନ୍ତି ତାହାକୁ ଟାହିଆଲାଗି ବେଶ ବୋଲି ଅନେକେ କହିଥାଆନ୍ତି । ତେବେ ଏସବୁ ସ୍ୱତନ୍ତ୍ର ନୀତି । ସେହିପରି ଅଣସର ପରେ ନବଯୌବନ ଦର୍ଶନ ଦିନ ଠାକୁରମ।ନେ ସ୍ୱତନ୍ତ୍ର ରୂପରେ ଦର୍ଶନ ଦିଅନ୍ତି । ମକର ସଂକ୍ରାନ୍ତି ପୂର୍ବଦିନ ବଡ଼ସିଂହାର ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ସୋଲ ନିର୍ମିତ ମକର କୁଣ୍ଡଳ ଧାରଣ କରନ୍ତି । ଶ୍ରୀଜଗନ୍ନାଥ ଶଙ୍ଖ ଓ ଚକ୍ର ଏବଂ ଶ୍ରୀବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି । ଏହି ବେଶକୁ ଅନେକେ ନବାଙ୍କ ବେଶ କହିଥାନ୍ତି । ଝୁଲଣ ସମୟରେ ଓ ସଂଧ୍ୟାଧୂପରେ ଠାକୁରମାନଙ୍କର ଯେଉଁ ନୀତି ସମ୍ବନ୍ଧୀୟ ବେଶ ହୋଇଥାଏ ତାହାକୁ ମଧ୍ୟ ଅନେକେ ସ୍ୱତନ୍ତ୍ର ବେଶ ବୋଲି କହନ୍ତି ।

୧୭୦ * ଶ୍ରୀଜଗନ୍ନାଥ