ପୃଷ୍ଠା:ShreeJagannath.pdf/୧୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିମ୍ନରେ ବର୍ଣ୍ଣିିତ କେତୋଟି ମଠ ସହିତ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ଓ ଯାନିଯାତ୍ରା ନୀତିର ସମ୍ପର୍କ ରହିଛି । ସେଗୁଡିକୁ ସଂକ୍ଷେପରେ ଉଲ୍ଲେଖ କରାଯାଉଛି ।

ଜଗନ୍ନାଥବଲ୍ଲଭ ମଠ

ଏହି ମଠ ଶ୍ରୀଜଗନ୍ନାଥ ମନ୍ଦିରର ବଗିଚା ବୋଲି ବ୍ରିଟିଶ୍‍ ଅମଳର ନଥିପତ୍ରରେ ଉଲ୍ଲେଖ ଅଛି । ଶ୍ରୀଜଗନ୍ନାଥଙ୍କର ଏହା ପ୍ରମୋଦ ଉଦ୍ୟାନ । କିନ୍ତୁ ଏହି ମଠ ଶ୍ରୀମନ୍ଦିର ପ୍ରଶାସନର ଅଧୀନସ୍ଥ ନୁହେଁ, ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ଏହି ମଠର ଏକ ଟ୍ରଷ୍ଟବୋର୍ଡ ରହିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ବିଜେ ପ୍ରତିମାମାନଙ୍କର ଏହି ମଠରେ କେତେକ ବିଶିଷ୍ଟ ତିଥି ଓ ଯାନିଯାତ୍ରାମାନଙ୍କରେ ନୀତି ହୁଏ; ଯା-ବସନ୍ତପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ସରି ଚାଚେରୀ ବେଶ ହେବା ପରେ ଓ ଫାଲ୍‍ଗୁନ ଶୁକ୍ଲପକ୍ଷ ପ୍ରତିପଦ, ଚର୍ତୁୀ, ପଞ୍ଚମୀ ଓ ଦ୍ୱାଦଶୀ ତିùରେ ମଙ୍ଗଳ ଆରତି ପରେ ଶ୍ରୀମନ୍ଦିରରୁ ଠାକୁର ବେଣ୍ଟ ବା ଶିକାର ପାଇଁ ଏହି ମଠକୁ ବିଜେ କରନ୍ତି । ଦୋଳଗୋବିନ୍ଦ ଠାକୁର ମଠରେ ବିଜେ ହେବା ପରେ ମଠ ତରଫରୁ ଶୀତଳ ଭୋଗ ହୁଏ । ମଠରେ ଥିବା ବେଣ୍ଟ ପୋଖରୀରେ ଶିକାର ନୀତି ହୁଏ । ଶ୍ରୀମନ୍ଦିରରେ ଦୈନିକ ଅବକାଶ ସମୟରେ ମଶାଲ, ବଲ୍ଲଭ ସମୟରେ ବଲ୍ଲଭ ଓ ବଡ଼ସିଂହାର ବେଶ ପାଇଁ ତିଳକଝୁମ୍ପା ଏହି ମଠ ଯୋଗାଏ । 'ବଣଭୋଜି ବେଶ' ପାଇଁ ପିଙ୍ଗଳ, 'କାଳୀୟଦଳନ' ଓ 'ପ୍ରଳମ୍ବାସୁରବଧ ବେଶରେ ଶ୍ରୀହସ୍ତ କୋରା, ଦୟଣାଚୋରି ନୀତିରେ ଦୟଣା, ବେଣ୍ଟ ନୀତିରେ ପଇଡ଼, ଚନ୍ଦନଯାତ୍ରା ଓ ଚାପରେ କର୍ପୂର ଓ ମଶାଲ ଯୋଗାଇବା ଏହି ମଠର ଦାୟି ତ୍ୱ । ଶ୍ରୀମନ୍ଦିରରୁ ମଠର ମହାବୀର ଙ୍କ ପାଇଁ ପ୍ରତିଦିନ ଶ୍ରୀଜୀଉଙ୍କର 'କରପଲ୍ଲବ' ପଠାଯାଏ । ମଠର ମହନ୍ତ ଶ୍ରୀମନ୍ଦିରରେ ଚାମର ସେବା କରିପାରିବେ । ଏବେ ମହନ୍ତ କେହି ନାହାନ୍ତି । ପୂର୍ବେ ମହନ୍ତଙ୍କୁ ଦୟଣା ଚୋରି ନୀତିରେ ପାଗ, ଶିରୋପା ଓ ର ଦଉଡ଼ି ପ୍ରାପ୍ୟ ଶ୍ରୀମନ୍ଦିରରୁ ମିଳୁଥିଲା । ବର୍ତ୍ତମାନ ମଠର ଟ୍ରଷ୍ଟିଙ୍କୁ ଦୟଣାଚୋରି ନୀତି ପାଇଁ ଖଣ୍ଡୁଆ ପ୍ରଦାନ କର। ଯାଉଛି । ପହିଲି ଭୋଗ (ଧନୁ ମାସ) ସମୟରେ ଓ କେତେକ ନିର୍ଦ୍ଧିଷ୍ଟ ପର୍ବ ଦିନମାନଙ୍କରେ ଶ୍ରୀମନ୍ଦିରର କୋଠଭୋଗରୁ ଖେଇ ଏହି ମଠକୁ ପ୍ରଦାନ କରାଯାଏ ।

ରାଘବ ଦାସ ମଠ

ଏହି ମଠ ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ମଠର ମହନ୍ତ ଉତ୍ତରପ୍ରଦେଶ ସରକାରଙ୍କର ଜଣେ ଆଇ.ଏ.ଏସ୍‍. ଅଫିସର ଥିଲେ । ମଠର ମହନ୍ତ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀଦିନ ଶାଢି ବନ୍ଧାଇବା ବିଧି ଅଛି । ସେ ଚାମର ସେବା କରିପାରିବେ । କିନ୍ତୁ ମହନ୍ତ ଏ କାର୍ଯ୍ୟ ବର୍ତ୍ତମାନ କରୁନାହାନ୍ତି । ମହନ୍ତଙ୍କର ଚାମର ଓ ଆଲଟ ସେବା ଅଧିକାର ଅଛି ।