ପୃଷ୍ଠା:ShreeJagannath.pdf/୧୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରତ୍ନସିଂହାସନ ମାଜଣା କରାଯାଏ ଓ ନୀଳଚକ୍ରରେ ଧ୍ୱଜା ବନ୍ଧାଯାଏ । ରତ୍ନସିଂହାସନ ମରାମତି ଏହି ମଠର ସେବା ଓ ଦାୟିତ୍ୱ । ବାହୁଡ଼ାଯାତ୍ରା ପରେ ରଥ ଉପରେ ଅଧରପଣା କରାନ୍ତି । ଦୈନିକ ଦ୍ୱାରଫିଟା ଓ ମଙ୍ଗଳ ଆରତିବେଳେ ମଠ ତରଫରୁ ମଶାଲ ଯୋଗାଇବା ବିଧି ଅଛି । ଅନବସର ସମୟରେ ଚକଟା ଭୋଗ ଓ ଅନବସର ପଞ୍ଚମୀ ଦିନ ରାଶିତେଲ ଯୋଗାନ୍ତି । ଚନ୍ଦନଯାତ୍ରା (୪୨ଦିନ)ରେ ପଣାଭୋଗ କରାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରାରେ 'ଆହୁଡ଼ା ବାହୁଡ଼ା' ପନ୍ତି ଓ ଖେଚେଡ଼ି ଭୋଗ ଲଗାନ୍ତି । ଶ୍ରୀମନ୍ଦିର ରୋଷଘରେ ଏହି ମଠର ସ୍ୱତନ୍ତ୍ର ଚୁଲା ଅଛି । ସରଘର ମଧ୍ୟ ଅଛି । ଦୈନିକ ଓ ପର୍ବଯାତ୍ରା ଖେଇ ଶ୍ରୀମନ୍ଦିରରୁ ଏହି ମଠ ପାଆନ୍ତି । ରାଧାଷ୍ଟମୀ ଦିନ ବାରଲାଗି ଖଣ୍ଡୁଆ ପାଆନ୍ତି ।

ଶ୍ରୀରାମ ଦାସ (ଦକ୍ଷିଣପାର୍ଶ୍ୱ) ମଠ

ଶାଢି ବନ୍ଧାଇଲେ ମଠର ମହନ୍ତ ଶ୍ରୀମନ୍ଦିରରେ ଚାମର ଓ ଆଲଟ ସେବା କରିପାରିବେ । ଚନ୍ଦନଯାତ୍ରା ସମୟରେ ସର୍ବାଙ୍ଗ କରିବା ବିଧି ଥିଲେ ବି ଏବେ ଏହା କରୁନାହାନ୍ତି । ଠାକୁରମାନଙ୍କ ପାଇଁ ଘୋଡ (ଏକ ପ୍ରକାର ଶୀତବସ୍ତ୍ର) ଯୋଗାଇବା ଏହି ମଠର ସେବା ଥିଲେ ମଧ୍ୟ ଏବେ କରୁନାହାନ୍ତି । ପୂର୍ବେ ସକାଳ ଧୂପରେ ପ୍ରତ୍ୟହ ମହାଦେଈ ଭୋଗ ଏହି ମଠ ତରଫରୁ ହେଉଥିଲା, ଏବେ ହେଉ ନାହିଁ । ବଡ଼ସିଂହାର ବେଶ ପାଇଁ ଫୁଲରେ ତିଆରି କରପଲ୍ଲବ, ତଡ଼ପ କୁଣ୍ଡଳ ଯୋଗାନ୍ତି । ଦୈନିକ ବଲ୍ଲଭ ଯୋଗାନ୍ତି ଓ କାର୍ତ୍ତିିକ ମାସରେ ବାଳଭୋଗ କରାନ୍ତି । ଚନ୍ଦନ ଯାତ୍ରାରେ ପଣାଭୋଗ କରାନ୍ତି । ଦିଅଁ ବିଜେ ସମୟରେ ପନ୍ତି ଭୋଗ କରାନ୍ତି । 'ଅମୃତମଣୋହି ଭୋଗ' କରିବା ପାଇଁ ଏମାନଙ୍କର ଶ୍ରୀମନ୍ଦିରରେ ସରଘର ଓ ଚୁଲା ଅଛି । ପୂର୍ବେ ରଥକାଠ ଆଣିବା ପାଇଁ ଏହି ମଠ ଶଗଡ଼ ଯୋଗାଉଥିଲେ । ଶ୍ରୀଜଗନ୍ନାଙ୍କ ଗୋପାଳବଲ୍ଲଭ ଭୋଗରୁ ଏକଓଳି ବଲ୍ଲଭ ଖଇ ଏହି ମଠକୁ ପ୍ରତ୍ୟହ ଖଞ୍ଜା ଅଛି ।

ଏମାର ମଠ

ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ପରିଚାଳିତ । ମହନ୍ତ ଶାଢି ବନ୍ଧାଇବା ପରେ ଶ୍ରୀମନ୍ଦିରରେ ଚାମର ଓ ଆଲଟ ସେବା କରିପାରିବେ । ଶ୍ରୀମନ୍ଦିରକୁ ଏହି ମଠ ତରଫରୁ ଦୈନିକ ବଲ୍ଲଭ ଯୋଗାଯାଏ । ବଡ଼ସିଂହାର ବେଶ ପାଇଁ ଫୁଲର ଚନ୍ଦ୍ରିକା ଓ ଚଉସରା ମାଳ ଯୋଗାଯାଏ । ମଶାଲ ଜଳାଇବା ବିଧି ଅଛି । ବର୍ତ୍ତମାନ ଅବକାଶ ନୀତିବେଳେ ମଶାଲ ଜାଳନ୍ତି । ଅନବସର ସମୟରେ 'ଚକଟା ଭୋଗ' ଓ କାର୍ତ୍ତିିକ ମାସରେ 'ବାଳଭୋଗ' କରାନ୍ତି । ସ୍ନାନପୂର୍ଣ୍ଣିିମୀ ଓ ରଯାତ୍ରାବେଳେ ଫୁଲ ଓ ଚନ୍ଦନ ଯୋଗାଇବା ଏହି ମଠର ଦାୟିତ୍ୱ । ଚନ୍ଦନଯାତ୍ରା ବେଳେ ପଣାଭୋଗ କରନ୍ତି । 'ନବାଙ୍କ' ନୀତିରେ ମାଳ ଓ ଚୂଳ ଯୋଗାନ୍ତି । ଦିଅଁ ବିଜେ ସମୟରେ ପନ୍ତିଭୋଗ କରାନ୍ତି । ବର୍ତ୍ତମାନ ଅନେକ ସେବା ମଠ ତରଫରୁ କରାଯାଉନାହିଁ । ଶ୍ରୀମନ୍ଦିରର କୋଠ ଭୋଗରୁ ପ୍ରତ୍ୟହ ଭୋଗ ଏହି ମଠ ପାଇଁ ଖଞ୍ଜା ଅଛି ।

ଶ୍ରୀଜଗନ୍ନାଥ ୧୭୫