ପୃଷ୍ଠା:ShreeJagannath.pdf/୧୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶଙ୍କରାନନ୍ଦ ମଠ

ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ମହନ୍ତଙ୍କର କେତେକ ବ୍ୟକ୍ତିଗତ ସେବା ଅଧିକାର ଅଛି । ଏହି ମଠର ମହନ୍ତ ଶ୍ରୀଲୋକନା ମନ୍ଦିରର ମ୍ୟାନେଜର ଦାୟିତ୍ୱରେ ଥିଲେ । ଶ୍ରୀମନ୍ଦିରରେ ଚୁଲା ଓ ସରଘର ଅଛି । ଦୈନିକ ଖେଇ ପାଆନ୍ତି । ମଠର ସ୍ୱାମୀ ବା ମହନ୍ତ ଦଣ୍ଡ ଧରି ଶ୍ରୀମନ୍ଦିରକୁ ଯାଇପାରିବେ ଓ ମନ୍ଦିର ବେଢ଼ାରେ ଆସନ ପକାଇ ବସିପାରିବେ । ମୁକ୍ତିମଣ୍ଡପରେ ମଧ୍ୟ ବସିପାରିବେ । ଭୁବନେଶ୍ୱରରେ ଏହି ମଠର ଏକ ଶାଖା ଅଛି ।

ଗଙ୍ଗାମାତା ମଠ

ମଠର ମହନ୍ତ ଅଣସର ପିଣ୍ଡିରେ ଉପଚାର ଚାମର ସେବା କରିପାରିବେ । ଆଲଟ ସେବା ମଧ୍ୟ କରିପାରିବେ । କାର୍ତ୍ତିିକ ମାସରେ ବାଳଭୋଗ କରାନ୍ତି । ଦୈନିକ ଓ ପର୍ବପର୍ବାଣିରେ ଖେଇ ପାଆନ୍ତି । ଦେବୋତ୍ତର କମିଶନରଙ୍କ ପରିଚାଳନାଧୀନ ।

ମଙ୍ଗୁ ମଠ

ପୂର୍ବେ ଅମୃତମଣୋହି ଭୋଗ କରାଉଥିଲେ । ଏହି ମଠ ଦେବୋତ୍ତର ବିଭାଗ ନିୟନ୍ତ୍ରଣରେ ଅଛି । ମହାନବମୀ ରାତିରେ ବିମଳାଙ୍କ ଠାରେ ପଶୁବଳି ପାଇଁ ଗୋଟିଏ ମେଣ୍ଢା ଯୋଗାନ୍ତି ।

ରାଧାବଲ୍ଲଭ ମଠ

ମହନ୍ତ ଉପଚାର ଚାମର ଓ ଆଲଟ ସେବା କରିପାରିବେ । ମଶାଲ ପାଆନ୍ତି । ଦେବୋତ୍ତର ବିଭାଗ ଅଧୀନସ୍ଥ ।

ଲବଣିଖିଆ ମଠ

ଭାଦ୍ର ମାସ କାଳୀୟଦଳନ ଏକାଦଶୀ ଦିନ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ ଏହି ମଠକୁ ବିଜେ ହୁଅନ୍ତି । ପନ୍ତିଭୋଗ କରାନ୍ତି ।

ଛାଉଣୀ ମଠ

ମହନ୍ତଙ୍କର ଚାମର ଓ ଆଲଟ ସେବା ଅଛି । ବିଜୟାଦଶମୀ ଦିନ ନୀଳଚକ୍ରରେ ଏକ ବଡ଼ ପତାକା ବାନ୍ଧିବା ବିଧି ଥିଲେ ବି ଏବେ କରୁନାହାନ୍ତି ।

ଝାଡ଼ୁ ମଠ

ଶ୍ରୀମନ୍ଦିରର ଜଗମୋହନ ପ୍ରତ୍ୟହ ଝାଡୁ କରାନ୍ତି । ପୂର୍ବେ ଏହି ମଠ ଶ୍ରୀମନ୍ଦିରରେ ପ୍ରତ୍ୟହ ସବୁ ଧୂପବେଳେ ଟେରା ପଡିଲେ ସର୍ବସାଧାରଣ ଓ ମଠମାନଙ୍କ ଅବଗତି ପାଇଁ ଝାଞ୍ଜ ବଜାଉଥିଲେ । ଝାଞ୍ଜ ଜଗମୋହନରୁ ବାହାରି ବଟଗଛ, ମୁକ୍ତିମଣ୍ଡପ, ବିମଳା ଓ ଲକ୍ଷ୍ମୀ ମନ୍ଦିର ଦେଇ ଗରୁଡ଼ ଖମ୍ବ ପାଖକୁ ଆସେ । ଏହି ମଠ ଝାଞ୍ଜପିଟା କରୁନାହାନ୍ତି ।