ପୃଷ୍ଠା:ShreeJagannath.pdf/୧୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାପୁଡ଼ିଆ ମଠ

ମହନ୍ତଙ୍କର ଆଲଟ ଚାମର ସେବା ଅଧିକାର ଅଛି । ଦୈନିକ ବଲ୍ଲଭରେ ପାପୁଡ଼ି ଭୋଗ କରିବା ବିଧି ଅଛି ।

ରାଜଗୋପାଳାଚାରୀ, ଭେଙ୍କଟାଚାରୀ ଓ ନରସିଂହ ଆଚାରୀ ମଠ

ଏହି ମଠ ମହନ୍ତମାନଙ୍କର ଚାମର ସେବା ଅଧିକାର ଅଛି । ପୂର୍ବେ ଅମୃତମଣୋହି ଭୋଗ କରାଉଥିଲେ । ବିଜେ ପ୍ରତିମାମାନଙ୍କର ପନ୍ତିଭୋଗ କରାନ୍ତି ।

ନେବଳ ଦାସ ମଠ

ମହନ୍ତ ଚାମର ସେବା କରିପାରିବେ । ବିଜେ ପ୍ରତିମାମାନଙ୍କର ପନ୍ତିଭୋଗ କରାନ୍ତି । ଅମୃତମଣୋହି ଭୋଗ କରାଇ ବ୍ରାହ୍ମଣ ପଣ୍ଡିତମାନଙ୍କୁ ଖଇରାତ (ବଣ୍ଟନ) କରନ୍ତି ।

ଦେବଗିରି ମଠ

ମଠ ମହନ୍ତ ଅମୃତମଣୋହି ଭୋଗ କରାଇ ଖଇରାତ କରାନ୍ତି ।

ପିପିଲି ସଦାବର୍ତ୍ତ ମଠ

ମହନ୍ତଙ୍କ ଚାମର ସେବା ଅଛି । ପୂର୍ବେ ମହାପ୍ରସାଦ ସଦାବର୍ତ୍ତ କରାଉିଲେ, ଏବେ କରୁନାହାନ୍ତି ।

ସମାଧି ମଠ, ରାମଜୀ ମଠ, ରାମଚନ୍ଦ୍ର ବ୍ରହ୍ମଚାରୀ ମଠ, ବଳରାମ କୋଟ ମଠ, ସୁନ୍ଦରଦାସ ମଠ, ବଡ଼ସନ୍ଥ ମଠ, ସିଦ୍ଧ ବକୁଳ ମଠ :

ଜଗନ୍ନାଥଙ୍କର ଅମୃତମଣୋହି ପାଇଁ ଏହି ମଠମାନଙ୍କର ଜମି ଖଞ୍ଜା ଅଛି । ବର୍ତ୍ତମାନ ଅମୃତମଣୋହି ଓ ସଦାବର୍ତ୍ତ କରୁନାହାନ୍ତି । ବଲ୍ଲଭ ଭୋଗ କରିବା ଓ ଚାମର ସେବା ବିଧି ଥିଲେ ବି ଏବେ କରୁନାହାନ୍ତି ।

ସାନଛତା ମଠ, ନୂଆ ମଠ

ମଠର ମହନ୍ତମାନେ ଶ୍ରୀମନ୍ଦିରରେ ଚାମର ସେବା କରିପାରିବେ ।

ମହାନନ୍ଦ ବନଗୋସ୍ୱାମୀ ମଠ, ରାମତାରକ ମହେଶ୍ୱରାନନ୍ଦ ମଠ, ମଧୁସୂଦନ ଦାସ ମଠ, କଣାସ ମଠ, ହରିଡ଼ାଖଣ୍ଡି ମଠ, ଦିଲ୍ଲୀ ବାଳକ ରାମ ଦାସ ମଠ, ଅଷ୍ଟଗ୍ରାସୀ ମଠ, କଉଶଲ୍ୟା ମଠ, ନିରାଲମ୍ବୀ ଆଖଡ଼ା ମଠ

ମହନ୍ତମାନେ ଚାମର ସେବା ଓ ଅମୃତମଣୋହି ଭୋଗ କରିବା କା; କିନ୍ତୁ ଏବେ କରୁନାହାନ୍ତି । ଦିଲ୍ଲୀ ବାଳକ ରାମଦାସ ମଠ ଶ୍ରୀମନ୍ଦିର ପ୍ରଶାସନର ପ୍ରଦତ୍ତ ସମ୍ପତ୍ତି । ଏହାର କେହି ମହନ୍ତ ନାହାନ୍ତି ।

ଶ୍ରୀଜଗନ୍ନାଥ ୧୭୯