ପୃଷ୍ଠା:ShreeJagannath.pdf/୧୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପରେ ବର୍ଣ୍ଣିିତ କେତୋଟି ମଠ ବ୍ୟତୀତ ନିମ୍ନଲିଖିତ କେତୋଟି ମଠ ତରଫରୁ ବିଜେ ଠାକୁରମାନଙ୍କର ପନ୍ତି କରାଯାଏ । ସେମାନେ ହେଲେ- ଜଟିଆ ବାବାଜି ମଠ, ଚିକିଟି ମଠ, କୋଠଭୋଗ ମଠ, ସଂକ୍ରାନ୍ତି ମଠ, କେନ୍ଦୁଝର ମଠ, ସୁନାର ଗୌରାଙ୍ଗ ମଠ, ଆଉଲା ମଠ, ଘୁମୁସର ମଠ, ଖଡାଖିଆ ମଠ, ନାଗା ମଠ, ଗୌରୀ ମଠ, ଦର୍ପଣୀ ମଠ ଇତ୍ୟାଦି ।

ଝାଞ୍ଜପିଟା ମଠ

ଏହି ମଠ ତରଫରୁ ଭିତରବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ଗୌରାଙ୍ଗ ମହାପ୍ରଭୁଙ୍କର ପାଦପଦ୍ମ ସେବା କରାଯାଏ । ଝାଞ୍ଜପିଟା ମଠର ବାବାଜି ପ୍ରତ୍ୟହ ପାଦପଦ୍ମରେ ପାଣି ଦିଅନ୍ତି ।
ଏହି ମଠର ନାମକରଣରୁ ସନ୍ଦେହ ହୁଏ ଯେ ବୋଧହୁଏ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଧୂପ ଟେରା ପଡିଲେ ଏହି ମଠ ଝାଞ୍ଜପିଟା କରାଉùଲେ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପି (ରେକଡର଼୍ଅ ଫ୍‍ ରାଇଟ୍‍ସ୍‍)ରେ ଉଲ୍ଲେଖ ଅଛି ଯେ, ଝାଡୁ ମଠ ସବୁ ଧୂପରେ ଝାଞ୍ଜପିଟା କରାଏ । କିନ୍ତୁ ଏହା ଠିକ୍‍ ନୁହେଁ । ସଂପ୍ରତି ଜନୈକ ଭକ୍ତ ଭଜନି ଦାସ ବାବାଜି ଝାଞ୍ଜ ପିଟା କାର୍ଯ୍ୟ କରୁଛନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିରର ସେବାପୂଜା ବା ନୀତି ସହିତ ସଂପୃକ୍ତ କୌଣସି ମଠ କିମ୍ବା ଅନୁଷ୍ଠାନରୁ ଜଣେ ପ୍ରତିନିଧି ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫, ଧାରା ୬ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭ୍ୟ ରୂପେ ରାଜ୍ୟସରକାରଙ୍କଦ୍ୱାରା ମନୋନୀତ ହୁଅନ୍ତି ।
ଶ୍ରୀମନ୍ଦିର ନୀତି ସହିତ ସଂପୃକ୍ତ ଅନେକ ମଠ ଏବେ ଆଉ ନିଷ୍ଠାପର ଭାବେ ସେବା ଦାୟିତ୍ୱ ତୁଲାଉ ନାହାନ୍ତି । ମଠର ମହନ୍ତମାନେ ମହାନାୟକ ଶାଢ଼ି ବନ୍ଧାଇବା ପରେ ଆଲଟ ଚାମର କରିବା ସେବା ନିୟମ ଅଛି । କିନ୍ତୁ ଅନେକ ମହନ୍ତ ଶାଢ଼ି ବନ୍ଧାଇ ନାହାନ୍ତି କିମ୍ବା ଏହି ସେବା କରୁ ନାହାନ୍ତି । ମହନ୍ତମାନଙ୍କ ପରଲୋକ ହେଲେ ଶ୍ରୀମନ୍ଦିର ରୋଷରୁ ବୈଷ୍ଣବାଗ୍ନି ପ୍ରଦାନ କରାଯାଏ ।
ପୂର୍ବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଅମୃତ ମଣୋହି ଭୋଗ ପାଇଁ ବିଭିନ୍ନ ମଠମାନଙ୍କୁ ରୋଷ ଚୁଲି ହସ୍ତାନ୍ତର କରାଯାଇିଲା । ବର୍ତ୍ତମାନ ଉକ୍ତ କାର୍ଯ୍ୟ କେତେକ ମଠ କରୁନାହାନ୍ତି । କେତେକ ମଠ ସେମାନଙ୍କର ନାମରେ ଥିବା ରୋଷ ଚୁଲିମାନ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସୂପକାରମାନଙ୍କୁ ହସ୍ତାନ୍ତର କରିଛନ୍ତି ।
ଠାକୁରମାନଙ୍କର ଯାନିଯାତ୍ରାର ବ୍ୟୟ ନିର୍ବାହ ତା ଅମୃତ ମଣୋହି ନିମନ୍ତେ ପୂର୍ବେ ବହୁ ରାଜା, ଜମିଦାର ଓ ଧନୀବ୍ୟକ୍ତି ମଠମାନଙ୍କୁ ବହୁ ଭୂ-ସମ୍ପତ୍ତି ଦାନ କରିିଲେ । ଖୋର୍ଦ୍ଧାର ରାଜାମାନେ ବହୁ ଜମି ଦାନ କରିିଲେ । ଅମୃତମଣୋହି ଜମି ସଂପର୍କରେ ପୁରୀଜିଲ୍ଲା ଗେଜେଟିଅରରେ ଉଲ୍ଲେଖ ଅଛି-

୧୮୦*ଶ୍ରୀଜଗନ୍ନାଥ