ପୃଷ୍ଠା:ShreeJagannath.pdf/୧୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"Both Saiva and Vaishnava Mathas exist in Puri. The lands of the latter are known as Amruta Manohi or (literary nectar food) because they were given with the intention that the proceeds thereof should be spent in offering bhoga before Jagannath and that the Mahaprasad thus obtained should be distributed among pilgrims, beggars and ascetics. They are distninct from the Amruta Manohi lands of the temple which are under the superintendence of the Raja x x x" (Puri District Gazetteer, 1929, Edited by L.S.S.O. Mallcy )
ଜମିଦାରୀ ଉଚ୍ଛେଦ ପରେ ମଠମାନଙ୍କର ଆର୍ଥିକ ପରିସ୍ଥିତିର ଅବନତି ହୋଇଛି ବୋଲି କୁହାଯାଏ । ପ୍ରତ୍ୟେକ ମଠର ସଂକ୍ଷିପ୍ତ ଇତିହାସ, ଆର୍ଥିକ ପରିସ୍ଥିତି ଓ ଧାର୍ମିକ ପରଂପରା ଆଦି ଆଲୋଚନା କଲେ ଏହି ପ୍ରବନ୍ଧର କଳେବର ଅତି ଦୀର୍ଘ ହୋଇଯିବ ।
ପୁରୀ ବାହାରେ ଥିବା ମଠମାନଙ୍କ ମଧ୍ୟରୁ କାକଟପୁର ମଙ୍ଗଳାଠାକୁରାଣୀଙ୍କ ନିକଟସ୍ଥ ଦେଉଳି ମଠର ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ନୀତି ସହିତ ନିବିଡ଼ ପାରମ୍ପରିକ ସଂପର୍କ ରହିଛି । ନବକଳେବର ବନଯାଗ ପାଇଁ ପୁରୀରୁ ଦଇତାପତି ଓଗେର ବାହାରି ଉକ୍ତ ମଠରେ କିଛିଦିନ ଅବସ୍ଥାନ କରନ୍ତି ।
ଏହି ସବୁ ମଠମାନଙ୍କ ପରି ଶ୍ରୀଜଗନ୍ନା ମନ୍ଦିର ବେଢ଼ା ବାହାରେ ଥିବା ପୁରୀରେ ଓ ପୁରୀ ବାହାରେ ଅବସ୍ଥିତ କେତେକ ଆଶ୍ରମ ଓ ମନ୍ଦିରମାନଙ୍କରେ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ଓ ଯାନିଯାତ୍ରା ନୀତି ସହ ପାରମ୍ପରିକ ସମ୍ପର୍କ ରହିଅଛି ।