ପୃଷ୍ଠା:ShreeJagannath.pdf/୧୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଖ୍ୟମନ୍ଦିର ଛଡ଼ା ଶ୍ରୀମନ୍ଦିରର ଭିତର ବେଢ଼ା ବା କୁର୍ମବେଢ଼ା (୪୨୦ ଫୁଟ ନ୍ଥ ୩୧୫ ଫୁଟ) ଓ ବାହାର ବେଢ଼ା (୬୬୫ ଫୁଟ ନ୍ଥ ୬୪୦ ଫୁଟ) ଭିତରେ ସାନବଡ଼ ହୋଇ ଅନେକ ପାର୍ଶ୍ୱଦେବଦେବୀ ମନ୍ଦିର ଏବଂ ବିଜେସ୍ଥଳୀ ରହିଛି । ଏ ଦୁଇଟି ବେଢ଼ା ପ୍ରାଚୀରଦ୍ୱାରା ଆବଦ୍ଧ । ବାହାର ବେଢ଼ାର ପ୍ରାଚୀରକୁ ମେଘନାଦ ପ୍ରାଚୀର କୁହାଯାଏ । ଏହାର ଉଚ୍ଚତା ୨୦ ଫୁଟରୁ ୨୪ ଫୁଟ ଯାଏଁ ରହିଛି । ଭିତ ର ବେଢ଼ାର ଚାରି ଦିଗରେ ଦ୍ୱାର ରହିଛି । ଆଉ ଏକ ଦ୍ୱାର ଆନନ୍ଦବଜାରକୁ ଯିବାପାଇଁ ରହିଛି । ଭିତର ବେଢ଼ାରୁ ଏହି ଦ୍ୱାର ଦେଇ ପହଣ୍ଡି ବିଜେ ହୁଏ । ବାହାର ବେଢ଼ାର ପୂର୍ବ ଦ୍ୱାରକୁ ମୁଖ୍ୟଦ୍ୱାର ବା ସିଂହଦ୍ୱାର କୁହାଯାଏ । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗସ୍ଥ ଦ୍ୱାରମାନଙ୍କୁ ଯାକ୍ରମେ ସିଂହଦ୍ୱାର, ବ୍ୟାଘ୍ରଦ୍ୱାର, ହସ୍ତୀଦ୍ୱାର ଓ ଅଶ୍ୱଦ୍ୱାର କୁହାଯାଏ, କାରଣ ଏହି ପଶୁମାନଙ୍କର ପ୍ରତିମା ଉକ୍ତ ଦ୍ୱାରମାନଙ୍କରେ ସ୍ଥାପନା କରାଯାଇଛି । କିନ୍ତୁ ଦୁଇଟି ହସ୍ତୀ ପ୍ରତିମା ବାହାର ଉତ୍ତର ଦ୍ୱାରରେ ନାଇ ଭିତର ବେଢ଼ାର ଉତ୍ତର ଦ୍ୱାରରେ ଅଛି । ସିଂହ, ହସ୍ତୀ, ବ୍ୟାଘ୍ର ଓ ଅଶ୍ୱ ଯାକ୍ରମେ ଧର୍ମ, ଅର୍, କାମ ଓ ମୋକ୍ଷର ପ୍ରତୀକ ମନେ କରାଯାଏ (୧)

ସିଂହଦ୍ୱାର ବା ପ୍ରଧାନ ଦ୍ୱାର ସାମନାରେ ଅରୁଣସ୍ତମ୍ଭ ବିଦ୍ୟମାନ । ଏହି ସ୍ତମ୍ଭ ପୂର୍ବେ କୋଣାର୍କ ମନ୍ଦିର ସାମନାରେ ଥିଲା । ଏହାକୁ ଏଠାକୁ ଅଷ୍ଟାଦଶ ଶତାବ୍ଦୀରେ ଅଣାଯାଇ ସ୍ଥାପନା କରାଯାଇଛି । ଏହି ସ୍ତମ୍ଭ ଏକ ବୃହତ୍‍ ସ୍ତମ୍ଭାକାର ପଥର । ଏହାର ଷୋହଳଟି ପାର୍ଶ୍ୱ ରହିଛି । ସ୍ତମ୍ଭର ଶୀର୍ଷରେ ସୂର୍ଯ୍ୟଦେବଙ୍କ ସାରଥି ଅରୁଣ ବିରାଜମାନ । ସ୍ତମ୍ଭର ବେଦୀ ଠାରୁ ଶୀର୍ଷ ଯାଏଁ (ବେଦୀ ବା ଆସ୍ଥାନର ମୂଳରୁ) ଉଚ୍ଚତା ୩୩ ଫୁଟ ୮ ଇଞ୍ଚ । ସ୍ତମ୍ଭର ବ୍ୟାସ ୨ ଫୁଟ ଓ ପରିଧି ୬ ଫୁଟ ୩ ଇଞ୍ଚ । ଅରୁଣ ସ୍ତମ୍ଭ ଠାରୁ ସିଂହଦ୍ୱାର ଯାଏଁ ଅଞ୍ଚଳକୁ ଅରୁଣ ଚଉତରା ବା ଚକଡ଼ା କୁହାଯାଏ ।

ବଡ଼ଦାଣ୍ଡଠାରୁ ଶ୍ରୀମନ୍ଦିର ଆର୍ଥାତ୍ ମୁଖ୍ୟ ମନ୍ଦିରର ଉଚ୍ଚତା ୨୧୪ ଫୁଟ ରହିଥିବା ଜଣାଯାଏ । ଶ୍ରୀମନ୍ଦିରର ଭିତର ଓ ବାହାର ବେଢ଼ାର ମୋଟ କ୍ଷେତ୍ରଫଳ ପ୍ରାୟ ୧୦.୭ ଏକର (୨)


୧. ବୌଦ୍ଧ ମତରେ ହସ୍ତୀ, ସିଂହ, ବୃଷ ଓ ଅଶ୍ୱ ଯାକ୍ରମେ ପୂର୍ବ, ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦିଗର ରକ୍ଷକ ।

୨. ଶ୍ରୀମନ୍ଦିରର ମୋଟ କ୍ଷେତ୍ରଫଳ (୧୯୯୦ ମସିହାର ସର୍ଭେ ଅନୁଯାୟୀ)

ମୌଜା ‚ ବଡ଼ ଦେଉଳି ସାହି (ୟୁନିଟ୍‍ ୯:୯)

ମୌଜାର ମୋଟ ପ୍ଲଟ ‚ ୨୬୮ , ମୌଜାର ମୋଟ ରକବା ‚ ଏ ୧୩.୫୮୧ , (ପ୍ଲଟ୍‍ ନମ୍ବର ୧ରୁ ୧୩୮)

ମେଘନାଦ ପାଚେରୀ ଭିତରର ରକବା ‚ ଏ ୧୦.୭୩୪

ମେଘନାଦ ପାଚେରୀ ବାହାରର ରକବା ‚ ଏ ୨.୮୪୭, (ପ୍ଲଟ୍‍ ନମ୍ବର ୧୩୯ରୁ ୨୬୮)

ଶ୍ରୀଜଗନ୍ନାଥ ୧୮୩