ପୃଷ୍ଠା:ShreeJagannath.pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୫ । ଶ୍ରୀନୃସିଂହ ମନ୍ଦିର (ମୁକ୍ତିମଣ୍ଡପ ପାର୍ଶ୍ୱରେ) ନୃସିଂହ ଠାକୁର ।ଏହାଙ୍କ ସେବକ ହେଉଛନ୍ତି
ପତିମହାପାତ୍ର,ଏବର ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଏହି ମନ୍ଦିର ନିର୍ମିତ
ହୋଇଥିବା ଜଣାଯାଏ । ବାହାର କାନ୍ଥରେ ପ୍ରାଚୀନ ଶିଳାଲିପି ଅଛି ।
୪୬ । ମୁକ୍ତିମଣ୍ଡପ (ବ୍ରହ୍ମାସନ) ଗଣେଶ ଓ କାଳୀ
(ସ୍ୱତ୍ୱଲିପି ଅନୁଯାୟୀ ମୁକ୍ତିମଣ୍ଡପ ଉପରେ ପୁରୀ ଜିଲ୍ଲାର ରାହାଙ୍ଗ ପ୍ରଗଣାର ଦଶ
ଶାସନ, ଲେମ୍ବେଇର ଛଅ ଓ ସିରୋଇର ସାତ ଶାସନର ବ୍ର।ହ୍ମଣ ମାନଙ୍କର
ବସିବାର ଅଧିକାର ଅଛି । ଏମାନଙ୍କ ବ୍ୟତୀତ ଦଣ୍ଡୀ ସନ୍ନ୍ୟାସୀ, ରାଜଗୁରୁ,
ରାୟଗୁରୁ ଓ ଦେଉଳ ପୁରୋହିତ ବସି ପାରିବେ । ଦେଉଳ ପୁରୋହିତ ମୁକ୍ତିମଣ୍ଡପର
ଅଧିକାରୀ କିନ୍ତୁ ବର୍ତ୍ତମାନ ସମ୍ପାଦକଙ୍କ ଦ୍ୱାରା କାର୍ଯ୍ୟନିର୍ବାହ ହେଉଛି ବୋଲି
ସ୍ୱତ୍ୱଲିପିରେ ଲେଖାଅଛି । ମୁକ୍ତିମଣ୍ଡପର ଗଣେଶଙ୍କୁ ପୂଜାପଣ୍ଡା
ଭୋଗ କରନ୍ତି । ଏହି ମଣ୍ଡପର କାଳୀଙ୍କ ପାଶେ ଦୁଇଥାଳି
ମହାପ୍ରସାଦ ଆସି ସମର୍ପଣ ହୁଏ । ସମର୍ପଣ ପରେ ମଣ୍ଡପର ବ୍ରାହ୍ମଣମାନେ ପାଆନ୍ତି ।
ମୁକ୍ତି ମଣ୍ଡପର ଲମ୍ବ ଓ ଓସାର ୩୮ ଫୁଟ x ୩୮ ଫୁଟ ।
ଏହାର ୧୬ଟି ଖମ୍ବ ରହିଛି । କେବେ ନିର୍ମିତ ସଠିକ୍‍ ଜଣାଯାଏ ନାହିଁ ।
ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ମୋଗଲ ସମ୍ରାଟ ଆକବରଙ୍କ ସେନାପତି
ମାନସିଂହଙ୍କ ପତ୍ନୀ ଗୌରୀରାଣୀ ଏହାକୁ ନିର୍ମାଣ କରାଇଥିଲେ । ମତାନ୍ତରେ ଏହା ସୂର୍ଯ୍ୟ
ବଂଶର ରାଜା ପ୍ରତାପରୁଦ୍ର ଦେବ ନିର୍ମାଣ କରାଇଥିଲେ ।)
୪୭ । ମୁକ୍ତେଶ୍ୱର ଶିବ
୪୮ । ଅନନ୍ତ ବାସୁଦେବ ମନ୍ଦିର କୃଷ୍ଣ
୪୯ । କ୍ଷେତ୍ରପାଳ ମହାଦେବ
୫୦ । କୁତ୍ତାମ ଚଣ୍ଡୀ ଚଣ୍ଡୀ (କ୍ଷେତ୍ରପାଳ ମନ୍ଦିରର ପୂର୍ବପଟ କାନ୍ଥ ଦେହରେ
ଶ୍ରୀଜଗନ୍ନାଥ ୧୯୧