ପୃଷ୍ଠା:ShreeJagannath.pdf/୧୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀମନ୍ଦିର ପରିସର ବାହାରେ କେତେଗୁଡ଼ିଏ ମନ୍ଦିର ରହିଛି, ଯାହା ସହିତ ଶ୍ରୀମନ୍ଦିରର କର୍ମକର୍ମାଣିର ସମ୍ପର୍କ ରହିଛି । ସେଗୁଡ଼ିକ ହେଲା :-

ପଞ୍ଚପାଣ୍ଡବ (ପଞ୍ଚ ମହାଦେବ)

ପୁରୀରେ ଥିବା ଅନେକ ଶିବ ମନ୍ଦିର ମଧ୍ୟରୁ ପାଞ୍ଚଟି ଶିବ ମନ୍ଦିର ସହ ଶ୍ରୀମନ୍ଦିର ନୀତିର ସମ୍ପର୍କ ରହିଛି । ସେ ଗୁଡ଼ିକ ହେଲା (କ) ଶ୍ରୀଲୋକନାଥ (ଶ୍ରୀମନ୍ଦିରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅବସ୍ଥିତ, ପଶ୍ଚିମ ଦିଗରେ) । ଶ୍ରୀକ୍ଷେତ୍ର ପୁରୀ ଅତୀତରେ ଏକ ପ୍ରଧାନ ଶୈବପୀଠ ଥିଲା ବୋଲି କୁହାଯାଏ । ଶ୍ରୀଲୋକନାଥ ଠାକୁରଙ୍କ 'ଲିଙ୍ଗ' ପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରତିଷ୍ଠା କରିଥିବା କିମ୍ବଦନ୍ତୀ କହେ । ଏହା ବର୍ଷତମାମ ଜଳରେ ବୁଡ଼ି ରହିଥାଏ । କେବଳ ଶିବରାତ୍ରି ପୂର୍ବରୁ ପଙ୍କୋଦ୍ଧାର ଏକାଦଶୀ ଦିନ ଜଳ ନିଷ୍କାସନ କରାଯାଏ । ଫଳରେ ହଜାର ହଜାର ଭକ୍ତ ଶିବଲିଙ୍ଗ ଦର୍ଶନର ସୁଯୋଗ ପାଆନ୍ତି ।

{{gap}ଶ୍ରୀଲୋକନାଥଙ୍କ ବିଜେ ପ୍ରତିମା ଶ୍ରୀମନ୍ଦିରର ଭଣ୍ଡାର ଘରେ ରହନ୍ତି । ସେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରକ୍ଷକ (ଶ୍ରୀମନ୍ଦିର ସହିତ ଶ୍ରୀଲୋକନାଥ ମନ୍ଦିରର ପର୍ବପର୍ବାଣିଜନିତ ସମ୍ପର୍କପାଇଁ ଷଷ୍ଠ ଅଧ୍ୟାୟ ଦ୍ରଷ୍ଟବ୍ୟ ।) (ଖ) ଶ୍ରୀଯମେଶ୍ୱର, (ଗ) ଶ୍ରୀମାର୍କଣ୍ଡେୟ ବା ମାର୍କଣ୍ଡେଶ୍ୱର, (ଘ) ଶ୍ରୀକପାଳମୋଚନ, (ଙ) ଶ୍ରୀନୀଳକଣ୍ଠ । ଏହି ପଞ୍ଚ ମହାଦେବ ପୃଥକ ପୃଥକ ଭାବରେ ଶ୍ରୀମନ୍ଦିରର କେତେକ ନୀତି ଓ ପର୍ବ ସହିତ ସମ୍ପୃକ୍ତ । କିନ୍ତୁ ସାମୂହିକ ଭାବରେ ଶ୍ରୀମନ୍ଦିରର ଦୁଇଟି ପର୍ବଚନ୍ଦନଯାତ୍ରା ଓ ଶୀତଳଷଷ୍ଠୀ ସହ ଯୁକ୍ତ । ଏହି ପଞ୍ଚ ମହାଦେବଙ୍କୁ ପଞ୍ଚପାଣ୍ଡବ ଭାବରେ ନାମିତ କରାଯିବାରେ ତାତ୍ପର୍ଯ୍ୟ ରହିଛି । ଦ୍ୱାପର ଯୁଗରେ ଦ୍ୱାରକାରେ କୃଷ୍ଣ ଓ ବଳରାମ ସେମାନଙ୍କର ଆତ୍ମୀୟ ଯୁଧିଷ୍ଠିରଙ୍କ ସମେତ ଅନ୍ୟାନ୍ୟ ପାଣ୍ଡବଙ୍କୁ ସାଥିରେ ନେଇ ଚନ୍ଦନରାସ, ନୌକାବିହାର କରୁଥିଲେ । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ କୃଷ୍ଣ-ବାସୁଦେବ ଭାବରେ ଉପାସିତ । ତାଙ୍କର କେତୋଟି ପର୍ବ, ବିଶେଷତଃ ଚନ୍ଦନ ଯାତ୍ରାରେ ପାଣ୍ଡବଙ୍କ ପରି ଯୋଗଦାନ କରି ସଖ୍ୟ ପ୍ରଦାନ କରିଥିବାରୁ ପଞ୍ଚମହାଦେବଙ୍କୁ ପଞ୍ଚପାଣ୍ଡବ ନାମିତ କରାଯାଇଥିବ । ଏହି ପଞ୍ଚୁପାଣ୍ଡବ କିଏ କେଉଁ ପାଣ୍ଡବ, ତାହା ନିମ୍ନରେ ଦର୍ଶାଗଲା : ଶ୍ରୀ ଯମେଶ୍ୱର - ଯୁଧିଷ୍ଠିର

ଶ୍ରୀ ଲୋକନାଥ - ଭୀମ (ମତାନ୍ତରରେ ଅର୍ଜ୍ଜୁନ)

୧୯୬ ଶ୍ରୀଜଗନ୍ନାଥ