ପୃଷ୍ଠା:ShreeJagannath.pdf/୧୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କନକଦୁର୍ଗା ଠାକୁରାଣୀ

ଗଜପତିଙ୍କ ନଅର ପରିସରରେ ଏହି ମନ୍ଦିର ଅବସ୍ଥିତ । ରାଜାଙ୍କ ଇଷ୍ଟଦେବୀ । ଠାକୁରା ଣୀଙ୍କ ଭୋଗପାଇଁ ଦ୍ରବ୍ୟ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗାଯାଏ ।

ସିଦ୍ଧ ହନୁମାନ ମନ୍ଦିର

ଗୁଣ୍ଡିଚା ଘର ପଛପଟେ କିଛି ଦୂରରେ ଅବସ୍ଥିତ । ବିଶ୍ୱାସ କରାଯାଏ, ପ୍ରସିଦ୍ଧ କବି ତୁଳସୀ ଦାସ ଶ୍ରୀକ୍ଷେତ୍ର ଦର୍ଶନ କରିବାକୁ ଆସି ଏଠାରେ କେତେଦିନ କଟାଇଥିଲେ ।

ଅନ୍ୟାନ୍ୟ ଠାକୁରାଣୀ ମନ୍ଦିର

ପୁରୀର ଆଉ କେତୋଟି ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ହେଲା : ବାରାହି, ଗଛକାଳୀ (ବାଲିସାହି), ବାସେଳି (ବାସେଳି ସାହି), ବନଦୁର୍ଗା (ମଣିକର୍ଣ୍ଣିିକା ସାହି), ରାମଚଣ୍ଡୀ (ରେଳଷ୍ଟେସନ ନିକଟ), ହରଚଣ୍ଡୀ (ହରଚଣ୍ଡୀସାହି), ଶ୍ମଶାନଚଣ୍ଡୀ (ସ୍ୱର୍ଗଦ୍ୱାର ନିକଟ), ସପ୍ତମାତୃକା (ମାର୍କଣ୍ଡେଶ୍ୱର ସାହି), ଜାଡ଼ଆଣି (କୁଣ୍ଢାଇବେଣ୍ଟ ସାହି), ଝାଡେଶ୍ୱରୀ (ଷ୍ଟେସନ୍‍ ରାସ୍ତା), ଉତ୍ତରକାଳୀ (ମାଟିମଣ୍ଡପ ସାହି),ମଙ୍ଗଳା (ବିମାନବଡ଼ୁ ସାହି) ।

ଶ୍ମଶାନଚଣ୍ଡୀ, ବାରାହି, ବାସେଳି, ହରଚଣ୍ଡୀ ଶ୍ରୀମନ୍ଦିରର କୋଠଭୋଗରୁ ଖେଇ ପାଇବା ବ୍ୟବସ୍ଥା ଅଛି ।

ଜୟଦୁର୍ଗା ମନ୍ଦିର (ଭାରତୀ କୋଠା)

ବଡ଼ଦାଣ୍ଡ କଡ଼ରେ ନରେନ୍ଦ୍ର ପୋଖରୀ ନିକଟରେ ଅବସ୍ଥିତ । ଏହି ମନ୍ଦିରର ଦୈନିକ ଓ ପର୍ବଯାତ୍ରା ଭୋଗ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହୁଏ ।

ତୋଟା ଗୋପୀନାଥ ମନ୍ଦିର

ଯମେଶ୍ୱର ମନ୍ଦିର ନିକଟରେ ଅବସ୍ଥିତ । ଏହା ରସିକାନନ୍ଦ ଗୋସ୍ୱାମୀଙ୍କର ଆଶ୍ରମ ଥିଲା । ଶ୍ରୀକୃଷ୍ଣ ଏଠାରେ ମୁଖ୍ୟ ଅରାଧିତ ଠାକୁର ।

ସୁନାର ଗୌରାଙ୍ଗ ମନ୍ଦିର

ଚକ୍ରତୀର୍ଥ ଅଞ୍ଚଳରେ ଅବସ୍ଥିତ । ଏକ ରମଣୀୟ ଶ୍ରୀଗୌରକୃଷ୍ଣ (ଗୋପାଳକୃଷ୍ଣ)ଙ୍କର

ଅଷ୍ଟଧାତୁର ମୂର୍ତ୍ତିି ସହିତ ଅନ୍ୟାନ୍ୟ ଦେବମୂର୍ତ୍ତିି ଏଠାରେ ପୂଜା ପାଉଛନ୍ତି ।

ଶ୍ରୀଜଗନ୍ନାଥ*୧୯୯