ପୃଷ୍ଠା:ShreeJagannath.pdf/୨୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଲିହରଚଣ୍ଡୀ ମନ୍ଦିର

ବ୍ରହ୍ମଗିରି ନିକଟରେ ଅବସ୍ଥିତ । ଏହା ଏକ ତନ୍ତ୍ର ପୀଠ ରୂପେ ବିଖ୍ୟାତ । ଏଠାରେ ଆଶ୍ୱିନ ମାସ ମହାନବମୀର ଏକ ନୀତି ସହିତ ଶ୍ରୀମନ୍ଦିର ପ୍ରଶାସନର ସମ୍ପର୍କ ଅଛି ।

ମଣିନାଗ ଠାକୁରାଣୀ (ରଣପୁର ଅଞ୍ଚଳ)

ପ୍ରତିବର୍ଷ ରଣପୁର ଜଙ୍ଗଲରୁ ରଥନିର୍ମାଣପାଇଁ ଆବଶ୍ୟକ କଞ୍ଚାକାଠ (green timber) କଟାଯିବା ପୂର୍ବରୁ ଏହି ଠାକୁରାଣୀଙ୍କ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।

ବଡ଼ରାଉଳାଈ ଠାକୁରାଣୀ (ବରମୂଳ-ଗଣିଆ)

ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ଧଣ୍ଡା ଓ ମହାପ୍ରସାଦ ବେଠିଆ ସାହି ମୌଜାରେ ଥିବା ବଡ଼ରାଉଳୀ ଠାକୁରାଣୀଙ୍କ ପାଖରେ ଲାଗିହୋଇ ରଥନିର୍ମାଣ ପାଇଁ କଟାଯାଇଥିବା କାଠ ପରିବହନ କରାଯାଇ ପୁରୀକୁ ଆସେ । (ଏହି ଠାକୁରାଣୀଙ୍କ ବିଜେସ୍ଥଳୀର କେତେକ ନିର୍ମାଣ କାର୍ଯ୍ୟପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାନୁଆରି, ୧୯୮୭ ମସିହାରେ ଟ୫୦୦୦ଙ୍କା ମଞ୍ଜୁର କରାଯାଇଥିଲା) ।

ରାମଚଣ୍ଡୀ ଠାକୁରାଣୀ (ଗଡ଼ମାଣତ୍ରି)

ଗଡ଼ମାଣତ୍ରି ଗ୍ରାମରେ ବିଜେ ରାମଚଣ୍ଡୀ ଠାକୁରାଣୀଙ୍କ ମହାସପ୍ତମୀ ଓ ମହାଷ୍ଟମୀରେ ଭୋଗ ଖର୍ଚ୍ଚପାଇଁ ଶ୍ରୀମନ୍ଦିର ପ୍ରଶାସନ ଆିର୍କ ସାହାଯ୍ୟ ପ୍ରଦାନ କରନ୍ତି ।

କପିଳେଶ୍ୱର ଦେବ (ନିରାକାରପୁର ନିକଟ ଡିଆଗ୍ରାମ)

ପ୍ରତିବର୍ଷ ଅଶୋକାଷ୍ଟମୀ ରଥଯାତ୍ରା ସକାଶେ ଡିଆ ଗ୍ରାମରେ ବିଜେ କପିଳେଶ୍ୱର ଦେବଙ୍କ ପୂଜା ନିମନ୍ତେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ଖଣ୍ଡ ପତନି, ଏକ ଖଣ୍ଡ ଚନ୍ଦନକାଠ ଓ କିଛି ଅର୍ଥ ପ୍ରଦାନ କରାଯାଏ ।

କାଳିଆ ଗୋପୀନାଥ ଦେବ

ସତାଇଶ ହଜାର ମାହାଲ ଅନ୍ତର୍ଗତ କପିଳେଶ୍ୱର ଗ୍ରାମରେ ପ୍ରତିବର୍ଷ ଚୈତ୍ର ଶୁକ୍ଲ ଚତୁର୍ଦ୍ଦଶୀରେ କାଳିଆ ଗୋପୀନାଥ ଦେବଙ୍କ ମେଲଣ ଯାତ୍ରାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପନ୍ତି ଭୋଗ ପାଇଁ କିଛି ଅର୍ଥ ମେଲଣ କମିଟିକୁ ପ୍ରଦାନ କରାଯାଏ ।

ଯୋଡ଼ାଲିଙ୍ଗ (ବଘାଗ୍ରାମ)

ପୁରୀ ନିକଟବର୍ତ୍ତୀ ବଘା ଗ୍ରାମର ଯୋଡାଲିଙ୍ଗ ଠାକୁରଙ୍କ ନବରାତ୍ର ନୀତିପାଇଁ ଶ୍ରୀମନ୍ଦିର ପ୍ରଶାସନ କିଛି ଅର୍ଥ ସାହାଯ୍ୟ ଦିଅନ୍ତି ।

ଶ୍ରୀଜଗନ୍ନାଥ * ୨୦୩