ପୃଷ୍ଠା:ShreeJagannath.pdf/୨୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

Cuttack) । କଳାପାହାଡ଼ ଏକ ଐତିହାସିକ ଚରିତ୍ର ହୋଇାଉ କିମ୍ବା ନ ହୋଇଥାଉ, ସେହି ସମୟରେ ଯେ ଓଡ଼ିଶାର ଅସଂଖ୍ୟ ହିନ୍ଦୁଧର୍ମ କୀର୍ତ୍ତିି ଓ ସ୍ଥାପତ୍ୟକୁ ଧ୍ୱସ୍ତ, ବିଧ୍ୱସ୍ତ କରାଯାଇଥିଲା, ଏହା ନିଶ୍ଚିତ ଐତିହାସିକ ସତ୍ୟ !

ଓଡ଼ିଶାର ଏହି ଦୁର୍ଦ୍ଦିନରେ ଜନାର୍ଦ୍ଦନ ବିଦ୍ୟାଧର (ଦନେଇ ବିଦ୍ୟାଧର)ଙ୍କ ପୁତ୍ର ରାମଚନ୍ଦ୍ର ଦେବ ଓଡ଼ିଶାର କେତେଜଣ ସାମନ୍ତ ରାଜାଙ୍କ ସର୍ମନରେ ଖ୍ରୀ:୧୫୭୧-୭୨ରେ ଖୁରୁଧା ରାଜ୍ୟ ପ୍ରତିଷ୍ଠା କଲେ । ଓଡ଼ିଶା ଇତିହାସରେ ଏହା ଭୋଇ ରାଜବଂଶ ନାମରେ ପରିଚିତ । 'ମାଦଳାପଞ୍ଜି'ରେ 'ଯଦୁବଂଶ' କୁହାଯାଇଛି । "ଯଦୁବଂଶ ରାଜାଏ ଏଣେ ଉଦିତ ହୋଇଲେ । ଦନେଇ ବିଦ୍ୟାଧରଙ୍କ ପୁଅ କୋଟମୀଗଡ଼ରେ ଥିଲେ । ରାମଚନ୍ଦ୍ର ଦେବ ରାଜା ହୋଇଲେ । ଖୁରୁଧା ମାରଦାରେ ଜଗନ୍ନାଥପୁରେ କଟକ କରି ରହିଲେ ବରୁଣାଇ ପର୍ବତ ତଳେ ।"

ବିଚକ୍ଷଣ ରାଜା ରାମଚନ୍ଦ୍ର ଦେବ ସମ୍ରାଟ ଆକବରଙ୍କ ସହିତ ସୁସମ୍ପର୍କ ରକ୍ଷା କରିଥିଲେ । ଫଳରେ ତାଙ୍କୁ ଖୋର୍ଦ୍ଧାର ରାଜା ରୂପେ ମାନ୍ୟତା ପ୍ରଦାନ କରାଗଲା ଏବଂ ତାଙ୍କୁ ଶ୍ରୀଜଗନ୍ନା ମନ୍ଦିରର ତତ୍ତ୍ୱାବଧାରକ ରୂପେ ମଧ୍ୟ ସ୍ୱୀକୃତି ମିଳିଲା । ରାମଚନ୍ଦ୍ର ଦେବଙ୍କୁ 'ମହାରାଜା' ଉପାଧି ମିିଳିବା ସଙ୍ଗେ ସଙ୍ଗେ ତିନି ହଜାର ପଦାତିକ ସୈନ୍ୟ ଓ ପାଞ୍ଚ ଶହ ଅଶ୍ୱାରେହୀ ସୈନ୍ୟଙ୍କର ସେନାପତି ପଦବୀ (rank of Mansabdar) ମିଳିଲା । ସେ ସମ୍ରାଟ ଆକବରଙ୍କୁ ତାଙ୍କର ସର୍ବମୟ ଅଧିକାରୀ (suzerainty) ମାନି, ମୋଗଲ ଦରବାରକୁ ବାର୍ଷିକ ପେସ୍‍କସ୍‍ (କର) ପଠାଇବାକୁ ଅଙ୍ଗୀକାର ବଦ୍ଧ ହେଲେ । ସମ୍ରାଟ ଆକବରଙ୍କ ଶାସନରେ ରାଜା ମାନସିଂହ ବଂଗର ସୁବାଦାର ଭାବେ ଓଡ଼ିଶାର ଶାସନ ପରିଚାଳନା କରୁଥିଲେ । ସେ ପ୍ରମେ ରାମଚନ୍ଦ୍ର ଦେବଙ୍କୁ ସମର୍ଥନ କରୁନଥିଲେ ମଧ୍ୟ ପରେ ଆକବରଙ୍କ ନିର୍ଦ୍ଦେଶରେ ତାଙ୍କୁ ସମର୍ଥନ କରିଥିଲେ । ମାନସିଂହଙ୍କ ନେତୃତ୍ୱରେ ଓଡ଼ିଶାରେ ଆଫଗାନ ଶାସନର ବିଲୟ ଘଟିଥିଲା । ଏକ ଚୁକ୍ତି ବଳରେ ଆଫଗାନମାନଙ୍କୁ ସମ୍ରାଟ ଆକବରଙ୍କ ସାର୍ବଭୌମତ୍ୱ ମାନିବାକୁ ପଡ଼ିଥିଲା ।

ଖୋର୍ଦ୍ଧାରେ ରାଜବଂଶ ପ୍ରତିଷ୍ଠା ପରେ ରାମଚନ୍ଦ୍ର ଦେବ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପୁନଃ ସଂସ୍ଥାପନ ପାଇଁ ଉଦ୍ୟମ କରିଥିଲେ । 'ମାଦଳାପାଞ୍ଜି' ପ୍ରକାରେ କଳାପାହାଡ଼ ଗଙ୍ଗାକୂଳରେ ବିଗ୍ରହକୁ ଅଗ୍ନିରେ ଦହନ କଲାବେଳେ "ପଠାଣର ଦେହ ଖଣ୍ଡ ଖଣ୍ଡ ହୋଇ ଫାଟିଲା । କାନ୍ଦି କହିଲା ଓଡ଼ିଶାର ଦେବତା ଜଳାଇ ଦେଲୁ ତେଣୁ କରି ତୋହର ଦେହ ଫାଟିଲା । ଏହା ଶୁଣି ତାହାର ପୁଅ ପରମେଶ୍ୱରଙ୍କୁ ଗଙ୍ଗାରେ ମେଲି ଦେଲା । ସେ ଦାରୁ ଭାସି ଆସନ୍ତେ ଅମୁରା ଗୋଟିଏ ଜାଳିକାଠ ବୋଲି ଧରି ତାହା ବାରିରେ ପକାଇଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେବାବେଳେ ବିଶର ମହାନ୍ତି ଯାଇଥିଲା । ବୈଷ୍ଣବ ହୋଇ ସାଙ୍ଗେ ଗୋଡ଼ାଇଥିଲା । ଆଠମାସ ରହି ବାଦ୍ୟପଣ କରି ଦାରୁ ମାଗିଲା । ବ୍ରହ୍ମ ଖୋଳ କରି ମୃଦଙ୍ଗେପୂରାଇ ଘେନି ଅଇଲା । କୁଜଙ୍ଗଗଡ଼ରେ ଆଣି ପ୍ରବେଶ କଲା । ଖଣ୍ଡାଇତ ଓଳିଆ ଉପରେ ଦୁଇ ଠାକୁରେ ରହିଲେ ।"

ରାମଚନ୍ଦ୍ର ଦେବ କୁଜଙ୍ଗ ଗଡ଼ରୁ 'ବ୍ରହ୍ମ' ଅଣାଇ ବିଧି ମୁତାବକ ଦାରୁମୂର୍ତ୍ତିି ଗଢ଼ାଇ ବ୍ରହ୍ମ ସେଥିରେ ସଂସ୍ଥାପନ କରାଇଥିଲେ । ତାଙ୍କର ୧୧ ଅଙ୍କରେ ଶ୍ରାବଣ ଶୁକ୍ଲ ନବମୀ ଦିନ

୨୧୦ ଶ୍ରୀଜଗନ୍ନାଥ