ପୃଷ୍ଠା:ShreeJagannath.pdf/୨୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀପୁରୁଷୋତ୍ତମ (ଜଗନ୍ନାଥ)ଙ୍କୁ ବଡ଼ଦେଉଳ ରତ୍ନ ସିଂହାସନରେ ବିଜେ କରାଇଲେ । ଏହି ବିଜେ ୧୭-୭-୧୫୭୫ ତାରିଖରେ ହୋଇଥିଲା ବୋଲି ଐତିହାସିକ କେଦାରନାଙ୍କ ମତ (ଖୁରୁଧା ଇତିହାସ) । ରାମଚନ୍ଦ୍ର ଦେବଙ୍କ ଏହି ମହତ କାର୍ଯ୍ୟ ଯୋଗୁଁ ସମଗ୍ର ହିନ୍ଦୁ ସମାଜରେ ଆନନ୍ଦ, ଉତ୍ସାହର ଢେ଼ଉ ଖେଳି ଯାଇଥିଲା । ସମସ୍ତ ସନ୍ୟାସୀ, ବ୍ରହ୍ମଚାରୀ ଓ ସାମନ୍ତ ବ୍ରାହ୍ମଣମାନେ ରାଜାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଓ ଅଭିନବ ଇନ୍ଦ୍ରଦ୍ୟୁମ୍ନ ଆଖ୍ୟା ଦେଇ ସମ୍ମାନିତ କରିଥିଲେ । ନୂତନ ବିଗ୍ରହ ପ୍ରତିଷ୍ଠା ଓ ମହାପ୍ରସାଦର ପୁନଃ ପ୍ରଚଳନ ପରେ ପ୍ରାୟ ଆଠ ବର୍ଷ ଯାଏଁ ବନ୍ଦ ହୋଇଯାଇଥିବା ରଥଯାତ୍ରା ପୁନର୍ବାର କରାଯାଇଥିଲା ।

ବ୍ରହ୍ମ ଆଣିଥିବା ବିଶର ମହାନ୍ତିଙ୍କୁ ରାଜା 'ପୋର ନାୟକ' ଉପାଧି ଦେଇଥିଲେ । ଏହି ରାଜାଙ୍କ ଅମଳରେ ରାଜା ମାନସିଂହଙ୍କ ପତ୍ନୀ ଗୌରୀରାଣୀ ମୁକ୍ତିମଣ୍ଡପ ନିର୍ମାଣ କରାଇଥିଲେ ବୋଲି ମାଦଳାପାଞ୍ଜିରେ ଲେଖାଅଛି । ରାଜା ମାନସିଂହ ୧୫୯୩ ଖ୍ରୀଷ୍ଟାବ୍ଦରେ କରାଇଥିବା ବନ୍ଦୋବସ୍ତଦ୍ୱାରା ମୋଗଲ ବାଦଶାହାଙ୍କୁ ପେସକସ୍‍ ଦେବା ସର୍ତ୍ତରେ ଉପଭୋଗ କରୁଥିବା ଜମିଦାରୀଗୁଡ଼ିକର ବିବରଣୀ ମିଳେ । ସେି ମଧ୍ୟରୁ ଖୁରୁଧା ସମ୍ପର୍କୀୟ ବିବରଣରୁ ଜଣାଯାଏ ଯେ, ରାଜା ରାମଚନ୍ଦ୍ର ଦେବ ୩୫୦୦ ସୈନ୍ୟର 'ମାନସବାଦାର' ଥିଲେ; ଅର୍ଥାତ ୩୫୦୦ ସୈନ୍ୟ ରଖିବାପାଇଁ ତାଙ୍କର ଅଧିକାର ଥିଲା । ତାଙ୍କର ପ୍ରତ୍ୟକ୍ଷ ଶାସନରେ ଖୁରୁଧା ରାଜ୍ୟ ମଧ୍ୟରେ ୭୧ଟି କିଲ୍ଲା ବା ଗଡ଼ ଥିଲା । ଏହା ବ୍ୟତୀତ ତାଙ୍କ ଅଧୀନସ୍ଥ ୩୧ଟି ଜମିଦାରୀରେ ୧୨୯ଟି କିଲ୍ଲା ବା ଗଡ଼ ଥିଲା । ଆଧୁନିକ ପୁରୀ ଜିଲ୍ଲାର କୋଠଦେଶ ବ୍ୟତୀତ ସମସ୍ତ ଅଞ୍ଚଳ, ଗଞ୍ଜାମ ଜିଲ୍ଲାର କେତେକାଂଶ, କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ଼ ସବ୍‍-ଡିଭିଜନ୍‍ ଓ ଢେ଼ଙ୍କାନାଳ ଜିଲ୍ଲାର ଅଧିକାଂଶ ରାମଚନ୍ଦ୍ର ଦେବଙ୍କ ଅଧିକାର ଭୁକ୍ତ ଥିଲା । ଏହାର ଆନୁମାନିକ କ୍ଷେତ୍ରଫଳ ପ୍ରାୟ ଦଶହଜାର ବର୍ଗମାଇଲ ବା ବର୍ତ୍ତମାନ ଓଡ଼ିଶାର ଏକ ଷଷ୍ଠାଂଶ (ଦ୍ରଷ୍ଟବ୍ୟ 'ଖୁରୁଧା ଇତିହାସ'-କେଦାରନାଥ ମହାପାତ୍ର) ।

ଗଜପତି ରାମଚନ୍ଦ୍ର ଦେବଙ୍କ ପରେ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ ଖୁରୁଧା ରାଜା ହେଲେ ଖ୍ରୀ:୧୬୦୦ରେ । ସମ୍ରାଟ ଆକବରଙ୍କ ମୃତ୍ୟୁ ହୁଏ ଖ୍ରୀ: ୧୬୦୫ରେ । ତାଙ୍କ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଜାହାଙ୍ଗୀର ସମ୍ରାଟ ହେଲେ । ସେ ପିତାଙ୍କ ପରି ଅନ୍ୟ ଧର୍ମ ପ୍ରତି ଉଦାର ନଥିଲେ । ମାନସିଂହ ବଙ୍ଗ, ବିହାର ଓ ଓଡ଼ିଶାର ଗଭର୍ଣ୍ଣର ଭାବେ ଖ୍ରୀ:୧୬୦୬ ଯାଏଁ ରହିଥିଲେ । ଖ୍ରୀ: ୧୬୦୭ରେ ଓଡ଼ିଶା ଏକ ସ୍ୱତନ୍ତ୍ର ସୁବାରେ ପରିଣତ ହେଲା ଓ କଟକ ହେଲା ମୋଗଲ ସୁବାଦାରମାନଙ୍କର ରାଜଧାନୀ । ହାସିମ୍‍ ଖାଁ ଓଡ଼ିଶାର ପ୍ରମ ସୁବାଦାର ନିଯୁକ୍ତ ହେଲେ । ପ୍ରତ୍ୟେକ ମୋଗଲ ସୁବାଦାର ମୋଗଲ ସମ୍ରାଟଙ୍କ ସନ୍ତୋଷବିଧାନ ଓ ଅନୁଗ୍ରହ ଲାଭପାଇଁ ହିନ୍ଦୁଧର୍ମବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଲେ । ହାସିମ୍‍ ଖାଁଙ୍କ ଅଧୀନରେ କେଶୋଦାସ ମାରୁ ନାମକ ଜଣେ ରାଜପୁତ ଜାଗିରଦାର ଥିଲେ । ହିନ୍ଦୁ ହୋଇ ମଧ୍ୟ ନିଜର ସୁବାଦାରଙ୍କ ସନ୍ତୋଷ ପାଇଁ ରଯାତ୍ରା ସମୟରେ ପୁରୀ ମନ୍ଦିର ଉପରେ ଆକ୍ରମଣ କଲେ । ଗୁଣ୍ଡିଚା ଯାତ୍ରାଯୋଗୁଁ ଦିଅଁମାନେ ଗୁଣ୍ଡିଚା ଘରେ ଥିବାରୁ ସମସ୍ତଙ୍କ ଦୃଷ୍ଟି ସେଠାରେ ନିବଦ୍ଧ ଥିଲା ।

ଶ୍ରୀଜଗନ୍ନାଥ ୨୧୧