ପୃଷ୍ଠା:ShreeJagannath.pdf/୨୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତ୍ୟାବର୍ତ୍ତନ ସମୟ (ଖ୍ରୀ: ୧୬୨୫)ରୁ ନରସିଂହ ଦେବଙ୍କ ମୃତ୍ୟୁ (୧୬୪୭) ଯାଏଁ କୌଣସି ସୁବାଦାର ଖୁରୁଧା ରାଜ୍ୟ କିମ୍ବା ପୁରୀ ଜଗନ୍ନାଥ ମନ୍ଦିର ଆକ୍ରମଣ କରିନଥିଲେ । ଐତିହାସିକ କେଦାରନାଥ ଲେଖିଛନ୍ତି, ଯେ ରାଜା ନରସିଂହ ଦେବଙ୍କ ରାଜତ୍ୱର ଅଧିକ ଭାଗ ଅପେକ୍ଷାକୃତ ସୁଖଶାନ୍ତିରେ କଟିଥିବାରୁ ରାଜା ଲୁଣି ଖାଇଯାଇବା ଜଗନ୍ନାଥ ମନ୍ଦିର ଦେହରେ ପ୍ରଥମ କରି ପଲସ୍ତର କରିଥିଲେ । ବାରମ୍ବାର ମୁସଲମାନ ସେନାର ଆକ୍ରମଣ ଓ ଆକ୍ରମଣଜନିତ ଅବହେଳାଯୋଗୁଁ ଏହାର ବାହାର କାନ୍ଥ ଖଣ୍ଡିଆ ଖାବରା ହୋଇ ଗଛପତ୍ର ଉଠି ଯାଇଥିଲା । ତେଣୁ ଏହି ଚୂନ କାମ, ତା୨୧.୧୨.୧୬୩୬ ଠାରୁ ତା୨୪.୧୨.୧୬୩୭ ପ୍ରାୟ ଏକବର୍ଷରେ ଶେଷ ହୋଇଥିଲା ।

ମହମ୍ମଦ ଜମାନ୍‍ଙ୍କ ପରେ ମୁତାକ୍ୱାଦ ଖାଁ ଦ୍ୱିତୀୟ ବାର ଓଡ଼ିଶାର ସୁବାଦାର ହୋଇଥିଲେ । ରାଜାଙ୍କ ୩୨ ଅଙ୍କରେ ମିୁନ ସାତ ଦିନ (ଖ୍ରୀ:୧୬୪୭ ଜୁନ୍‍ ମାସ ୫ ତାରିଖ)ରେ ସୁବାଦାରଙ୍କ ନିର୍ଦ୍ଦେଶରେ ଫତେ ଖାଁ ନରସିଂହ ଦେବଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ରାଜନଅରର ଧନଦ୍ରବ୍ୟ ଓ ମହାପ୍ରଭୁଙ୍କ ଭଣ୍ଡାର ଲୁଣ୍ଠନ କରିଥିବା ଜଣାଯାଏ । ଏହି ହତ୍ୟାକାଣ୍ଡପାଇଁ ଫତେ ଖାଁ ଅପେକ୍ଷା ରାଜାଙ୍କ ଆତ୍ମୀୟ ଅନିରୁଦ୍ଧ ରାୟ ଅଧିକ ଦାୟୀ ବୋଲି ଜଣାଯାଏ । ନରସିଂହ ଦେବ ଅପୁତ୍ରିକ ଥିବାରୁ ତାଙ୍କ ପରେ କିଏ ରାଜା ହେବ ଏ ନେଇ ତାଙ୍କର ବଡ଼ଭାଇ ବଳଭଦ୍ର ରାୟ ଓ ପୁତୁରା (ସାନଭାଇ ଗୋକୁଳ ରାୟଙ୍କ ପୁତ୍ର) ଗଙ୍ଗାଧରଙ୍କ ମଧ୍ୟରେ ବିବାଦ ଲାଗିଲା । ନରସିଂହଙ୍କ ପରେ ଗଙ୍ଗାଧର ଦେବ ରାଜା ହେଲେ । ସେ ମାତ୍ର ୩ ମାସ ୨୧ ଦିନ ରାଜଗାଦିରେ ବସିଥିବା ଜଣାଯାଏ । ତାଙ୍କୁ ତାଙ୍କର ପିତୃବ୍ୟ ବଳଭଦ୍ର ରାୟ ହତ୍ୟାକରାଇ ରାଜା ହେଲେ । ବଳଭଦ୍ର ରାୟ (ଦେବ)ଙ୍କ ରାଜତ୍ୱ କାଳ ଖ୍ରୀ: ୧୬୪୭-୧୬୫୭ ବୋଲି ଖୁରୁଧା ଇତିହାସରେ ଦର୍ଶାଯାଇଛି ।

ବଳଭଦ୍ର ଦେବଙ୍କ ପରେ ତାଙ୍କର ପୁତ୍ର ମୁକୁନ୍ଦ ଦେବ(୧ମ) ଖୁରୁଧା ସିଂହାସନ ଆରୋହଣ କଲେ । ଭୋଇବଂଶ ରାଜତ୍ୱର ଏ ହେଉଛନ୍ତି ମୁକୁନ୍ଦ ଦେବ ନାମଧାରୀ ପ୍ରମ ରାଜା । ଏକ ଐତିହାସିକ ବିବରଣୀରୁ ଜଣାଯାଏ ଯେ, ୧୬୬୦ ଖ୍ରୀଷ୍ଟାବ୍ଦରେ ଖାନ୍‍-ଇ-ଦୁରାନ୍‍ କଟକରେ ଓଡ଼ିଶା ସୁବାଦାର ଦାୟିତ୍ୱ ନେବାବେଳେ ମୁକୁନ୍ଦଦେବ ଖୁରୁଧାର ରାଜା ଥିଲେ । ସେ ଓଡ଼ିଶାର ଶ୍ରେଷ୍ଠ ଜମିଦାର ଥିଲେ । ଅନ୍ୟାନ୍ୟ ସମସ୍ତ ଜମିଦାର ତାଙ୍କର ଆଦେଶ ପାଳନ କରୁଥିଲେ ଏବଂ ତାଙ୍କୁ ଦେବତା ରୂପେ ପୂଜା କରୁଥିଲେ । ତାଙ୍କର ଆଦେଶ ଲଙ୍ଘନ ମହାପାପ କାର୍ଯ୍ୟ ରୂପେ ବିବେଚିତ ହେଉଥିଲା ।

ଏହି ସୁବାଦାର କିଛିମାସ ଅସୁସ୍ଥ ହୋଇ ପଡ଼ିବାରୁ ତାର ସୁଯୋଗ ନେଇ ଖୋର୍ଦ୍ଧା ରାଜ୍ୟର ଜମିଦାରମାନେ ବିଦ୍ରୋହ କରିଥିଲେ । ରାଜା ମୁକୁନ୍ଦ ଦେବ ମଧ୍ୟ ଏହି ବିଦ୍ରୋହରେ ସାମିଲ ହୋଇଥିଲେ । ସୁବାଦାର ଦୁରାନ୍‍ ସୁସ୍ଥ ହେବା ପରେ ତାଙ୍କର ନେତୃତ୍ୱରେ ବିଦ୍ରୋହ ଦମନ କରିଥିଲେ । ଖୋର୍ଦ୍ଧାର ସାତଟି ଦୁର୍ଗ ମୋଗଲ ସେନାଙ୍କ ଦ୍ୱାରା ଅଧିକୃତ ହେଲା । ସେ ଖୋର୍ଦ୍ଧା ଦୁର୍ଗ ଅଧିକାର କରି ମୁକୁନ୍ଦ ଦେବଙ୍କ ସାନଭାଇ ଭ୍ରମରବରଙ୍କୁ ସିଂହାସନରେ ବସାଇଲେ । ସେ ମାତ୍ର ୧ମାସ ୧୨ ଦିନ ରାଜା ହୋଇଥିଲେ । ମୁକୁନ୍ଦଦେବ ପୁନର୍ବାର ସିଂହାସନ ଅଧିକାର କରି ସାନଭାଇ

ଶ୍ରୀଜଗନ୍ନାଥ ୨୧୩