ପୃଷ୍ଠା:ShreeJagannath.pdf/୨୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କରିବାରୁ ତକି ଖାଁ ବନ୍ଦୀ ରାଜା ରାମଚନ୍ଦ୍ରଙ୍କୁ ସଙ୍ଗରେ ଆଣି ଭାଗୀରଥ କୁମାରଙ୍କ ସହିତ ଲଢ଼େଇ କଲେ । ଭାଗୀରଥି ପରାସ୍ତ ହୋଇ ଦଶପଲ୍ଲା ରାଜ୍ୟକୁ ପଳାଇଗଲେ । ତକି ଗାଁ ରାମଚନ୍ଦ୍ର ଦେବଙ୍କୁ ଖୋର୍ଦାରେ ନଜରବନ୍ଦୀରେ ରଖାଇ କଟକ ଫେରିଗଲା । ନଜରବନ୍ଦୀ ଅବସ୍ଥାରେ ରାଜା ରାମଚନ୍ଦ୍ର ପୁରୀ ଯାଇ ଗୁଣ୍ଡିଚା ଯାତ୍ରା ବ୍ୟବସ୍ଥା କରି ଖୋଦ୍ଧା ଫେରି ଆସିଲେ । ଖୋର୍ଦାରେ ନଜରବନ୍ଦୀ ଅବସ୍ଥାରେ ରାମଚନ୍ଦ୍ର ଦେବ ସର୍ବଦା ଜଗନ୍ନାଥ ମନ୍ଦିର ପ୍ରତି ମୋଗଲ ଆକ୍ରମଣର ଆଶଙ୍କା କରୁଥୁଲେ । ତାଙ୍କର ଦୁଇଜଣ ବିଶ୍ବସ୍ତ କର୍ମଚାରୀ ବଡ଼ପରୀକ୍ଷା ପରମାନନ୍ଦ କୁଅଁର ମହାପାତ୍ର ଓ ସାନପରୀକ୍ଷା ବିଷ୍ଣୁ ପଶ୍ଚିମକବାଟ ରାଜାଙ୍କ ନିର୍ଦ୍ଦେଶରେ ଶ୍ରୀଜଗନ୍ନାଥ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚଉଦୋଳାରେ ବସାଇ ଦୋବନ୍ଧାକୁ ନେଲେ ଏବଂ ସେଠାରୁ ଚାପରେ ବସାଇ ଚିଲିକା ପାର କରାଇଲେ । ତାପରେ ବାଣପୁରର ନଈରି ହରୀଶ୍ବର ମଣ୍ଡପରେ ବିଜେ କରାଇଲେ ।
ଦିଅଁମାନଙ୍କର ଗୋପନ ସ୍ଥାନାନ୍ତର ସମ୍ବାଦ ପାଇ ତକି ଖାଁ ପୁନର୍ବାର ୧୭୩୩ ମସିହାରେ ଖୋଦ୍ଧା ଆକ୍ରମଣ କରିବାରୁ ରାମଚନ୍ଦ୍ର ଦେବ ଖୋର୍ଦ୍ଧାରୁ ପଳାଇଯାଇ ପ୍ରଥମେ ନୟାଗଡ଼, ପରେ ଖଣ୍ଡପଡ଼ା ଓ ବୋଲଗଡ଼ରେ ଆଶ୍ରୟ ନେଇଥିଲେ । ଦିଅଁମାନଙ୍କୁ ଅଧୁକ ନିରାପଦରେ ରଖିବା ଉଦ୍ଦେଶ୍ୟରେ ହରୀଶ୍ବର ମଣ୍ଡପରୁ ଖଲିକୋଟ ସୀମା ଟିକିଲିଠାକୁ ସ୍ଥାନାନ୍ତର କରାଗଲା । ତକି ଖାଁ ଭାଗୀର କୁମାରଙ୍କୁ ସମର୍ଥନପୂର୍ବକ ଦଶପଲ୍ଲାରୁ ଆଣି ଖୋର୍ଦ୍ଧାର ରାଜା କରାଇଲା । କିନ୍ତୁ ଏହି ରାଜପୁତ୍ରଙ୍କ ପ୍ରତି ରାଜ ପରିବାର କିମ୍ବା ପ୍ରଜାମାନଙ୍କର ଆନ୍ତରିକ ସମର୍ଥନ ନଥିଲା । ୧୭୩୩ ମସିହାରେ ଯୋଡ଼ା ଆଷାଢ଼ ମାସ ପଡ଼ିବାରୁ ନବକଳେବରପାଇଁ ଦାରୁ ଆଣିବା ବ୍ୟବସ୍ଥା ଭାଗୀରଥୀ କୁମାର କରିଥିଲେ । କିନ୍ତୁ ପୁରାତନ ବିଗ୍ରହ ମାନଙ୍କରୁ ‘ବ୍ରହୁ ନୂତନ ବିଗ୍ରହମାନଙ୍କୁ ସ୍ଥାନାନ୍ତର ହେବା ଆବଶ୍ୟକ । ଏହି ସୁଯୋଗ ନେଇ ରାମଚନ୍ଦ୍ର ଦେବ ପୁରାତନ ବିଗ୍ରହମାନଙ୍କୁ ପୁରୀ ଅଣାଇଲେ । ରାମଚନ୍ଦ୍ରଦେବ ପୁନରାୟ ଖୋଦ୍ଧ ସିଂହାସନ ଫେରି ପାଇଲେ ।
ପୁନଶ୍ଚ ତକି ଖାଁର ସୈନିକମାନେ ଖୋଦ୍ଧା ଆକ୍ରମଣପାଇଁ ଯୋଜନା କଲେ । ରାମଚନ୍ଦ୍ର ଦେବ ଖୋଦ୍ଧା ରାଜ୍ୟ ଛାଡ଼ି ସମୀପସ୍ଥ ଜଙ୍ଗଲରେ ରହି ଯୁଦ୍ଧ ଆୟୋଜନ କଲେ । ପୁରୀରୁ ସେବକମାନେ ଠାକୁରମାନଙ୍କୁ ଗୋପନରେ ନେଇ ଚିଲିକା ହ୍ରଦଦେଇ ଖଲିକୋଟ ନେଲେ । ସେଠା ନିକଟ କୃଷ୍ଣଗିରି ପାହାଡ଼ରେ ସେମାନଙ୍କୁ କିଛି ସମୟ ରଖାଯାଇ ଆଠଗଡ଼ ରାଜ୍ୟକୁ ନିଆଗଲା । ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବ ମାରଦା ନାମକ ଏକ ନିଭୃତ ସ୍ଥାନରେ ଏକ ମନ୍ଦିର ନିର୍ମାଣ କରାଇ ତ୍ରିମୂର୍ତ୍ତିଙ୍କୁ ଅଧୁଷ୍ଠିତ କରାଇଥିଲେ । ମଥୁରା ଗ୍ରାମର ଶିଳ୍ପୀମାନେ ଦିନରାତି କାର୍ଯ୍ୟକରି ଦୁଇମାସ ମଧ୍ୟରେ ଏହି ମନ୍ଦିର ନିର୍ମାଣ କରିଥିଲେ । ମାରଦାରେ ତ୍ରିମୂର୍ତ୍ତିଙ୍କୁ ୧୧ ଅଙ୍କ ଧନୁ ୨୯ ଦିନ ବା ତା ୨୯.୧୨.୧୭୩୩ ଠାରୁ ସୁରକ୍ଷିତ ରଖାଗଲା ।
ମେ ମାସ ୧୭୩୩ରୁ ମେ ମାସ ୧୭୩୪ ମଧ୍ୟରେ ତକି ଖାଁର ମୃତ୍ୟୁ ଘଟିଥୁଲା । ତାପରେ ଢ଼ାକାର ଶାସକ ମୁଶିଦ କୁଲି ଖାଁ (୨ୟ) ନାଏବ ନାଜିମ ହେଲେ। ପ୍ରଶାସନରେ ତାଙ୍କୁ ସାହାଯ୍ୟ କରିବାପାଇଁ ମିର ହବି ନିଯୁକ୍ତ କରାଗଲା । ମୁର୍ଶିଦ କୁଲି ନାଁ ମିର ହବିବର ସାହାଯ୍ୟରେ

୨୧୮ ଶ୍ରୀଜଗନ୍ନାଥ