ପୃଷ୍ଠା:ShreeJagannath.pdf/୨୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମରହଟ୍ଟା ସୁବାଦାର ରାଜାରାମ ପଣ୍ଡିତ (୧୭୭୮-୧୭୯୩ ଖ୍ରୀଷ୍ଟାବ୍ଦ)ଙ୍କ ରାଜତ୍ୱରେ ରାଜା ବୀରକେଶରୀ ଦେବ ପାଗଳ ହୋଇଯାଇ ନିଜର ଚାରିଟି ପୁତ୍ରଙ୍କୁ ହତ୍ୟା କରିଥିଲେ । ଏହି ଦୁଃଖଦ ଘଟଣା ସାରା ରାଜ୍ୟରେ ଚହଳ ପକାଇଦେଲା । ରାଜାରାମ ପଣ୍ଡିତ ବୀରକେଶରୀଙ୍କୁ ଧରିନେଇ ବାରବାଟୀ ଦୁର୍ଗେ ର ବନ୍ଦୀ କରେି ଦଲେ । ତାଙ୍କର ନାତି ଦିବ୍ୟସିଂହ ଦେବ (୨ୟ) ମରହଟ୍ଟା ଶାସକଙ୍କୁ ବାର୍ଷିକ ଦଶହଜାର ଟଙ୍କା ପେସ୍‍କସ ଦେବାକୁ ଚୁକ୍ତି କରିବାରୁ ତାଙ୍କୁ ଖୋର୍ଦ୍ଧାର ରାଜା କରାଗଲା । ରାଜା ବୀରକେଶରୀଙ୍କ ରାଜତ୍ୱର ଅଙ୍କ ଗଣନା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ (୧୭୯୩ ଖ୍ରୀଷ୍ଟାବ୍ଦ) ଚାଲିଥିଲା , ଯଦିଓ ଦିବ୍ୟସିଂହ ଦେବ ପ୍ରକୃତରେ ୧୭୮୧ ଖ୍ରୀଷ୍ଟାବ୍ଦରେ ରାଜା ହୋଇଥିଲେ ।

ମୁସଲମାନ ଆଧିପତ୍ୟ ଓ ଅତ୍ୟାଚାର ବନ୍ଦ ହୋଇଯିବା ଫଳରେ ରାଜା ବୀରକେଶରୀଙ୍କ ରାଜତ୍ୱ କାଳରେ ଅନେକ ନୂତନ ମନ୍ଦିର ନିର୍ମାଣ ଓ ପୁରାତନ ମନ୍ଦିରର ଜୀର୍ଣ୍ଣସଂସ୍କାର କାର୍ଯ୍ୟ ହୋଇପାରିଥିଲା । ମରହଟ୍ଟା ସୁବାଦାରମାନେ କେତେଗୁଡ଼ିଏ ହିନ୍ଦୁ କୀର୍ତ୍ତିି ନିର୍ମାଣ କରିଥିଲେ । 'ମାଦଳାପାଞ୍ଜି'ରେ ବୀରକେଶରୀଙ୍କ କୀର୍ତ୍ତିିକଳାପ ସମ୍ପର୍କରେ ସୂଚନା ମିଳେ । ବୀରକେଶରୀ ଶ୍ରୀମନ୍ଦିରର ରତ୍ନସିଂହାସନ ପୁନଃନିର୍ମାଣ କରିଥିଲେ । ରତ୍ନ ସିଂହାସନ ମୂଳରେ ପୂର୍ବ ପାର୍ଶ୍ୱରେ ବୀରକେଶରୀ ଦେବ ଓ ତାଙ୍କର ଠାକୁର ମା'ଙ୍କର କ୍ଷୁଦ୍ର ପ୍ରତିମା ଖୋଦିତ ହୋଇଅଛି । ପ୍ରତିମା ଦ୍ୱୟ ତଳେ କେବଳ ରାଜା ବୀରକେଶରୀ ଦେବଙ୍କ ନାମ ଉଲ୍ଲେଖ ଅଛି । କିନ୍ତୁ ତାଙ୍କର ଠାକୁର ମା'ଙ୍କର ନାମ ଉଲ୍ଲେଖ ନାଇ କେବଳ ଠାକୁର ମା' ଉଲ୍ଲେଖ ଅଛି । ରାଜାଙ୍କ ପ୍ରତିମା ତଳେ 'ବୀରକେସରି ଦେବ' ଲେଖା ଅଛି । ଅନୁମାନ କରାଯାଏ ଯେ, ଠାକୁର ମା'(ଅର୍ଥାତ୍ ହରେକୃଷ୍ଣ ଦେବଙ୍କ ପାଟରାଣୀ)ଙ୍କ ନିର୍ଦ୍ଦେଶରେ ରତ୍ନସିଂହାସନ ପୁନଃ ନିର୍ମାଣ କର।ଯାଇଥିଲ। । ବୀରକେଶରୀଙ୍କ ଠାକୁର ମା' (ଜେଜେ ମା') କେବଳ ରତ୍ନ ସିଂହାସନ ନିର୍ମାଣ କରାଇନଥିଲେ,ସେ ମଧ୍ୟ ଶ୍ରୀମନ୍ଦିର ଭୋଗମଣ୍ଡପର ଜୀର୍ଣ୍ଣୋଦ୍ଧାର ଓ ପର ଚଟାଣ ନିର୍ମାଣ କରାଇଥିଲେ । ଏହି କାର୍ଯ୍ୟ ରାଜାଙ୍କ ୩୩ ଅଙ୍କରେ ହୋଇଥିଲା । ବୀରକେଶରୀଙ୍କ ଠାକୁର ମା', ମାତା ଓ ପତ୍ନୀଙ୍କ ନାମରେ ଅନେକ ନିର୍ମାଣ କାର୍ଯ୍ୟ ହୋଇଥିଲା । ରାଜାଙ୍କ ପାଟମହାଦେଈ ବଡ଼ଦେଉଳକୁ ଚୂନ ଦେଲେ । ଠାକୁର ମା' ମଧ୍ୟ ଦୋଳଯାତ୍ରା ମଣ୍ଡପ ଜୀର୍ଣ୍ଣ ହେବାରୁ ଦୋଳମଣ୍ଡପ କରାଇଲେ । ଉତ୍ତରଦ୍ୱାର ଗୁମୁଟ, ଖଟ ଶେଯ ଘର, ଶୟନ ଠାକୁର ଘର, ଚାଙ୍ଗଡ଼ାଘର ପ୍ରଭୃତି ନିର୍ମାଣ କରାଯାଇଥିଲା । ବୀରକେଶରୀଙ୍କ ମାତା ଲଳିତା ପାଟମହାଦେଈଙ୍କ ନାମରେ ଲଳିତା ପାଟପୁର ଶାସନ ପ୍ରତିଷ୍ଠା କରାଯାଇଥିଲା । ସେହି ଶାସନରେ ଏକ ବିଷ୍ଣୁ ମନ୍ଦିର ବୀରକେଶରୀଙ୍କ ୩୯ ଅଙ୍କରେ ନିର୍ମିତ ହୋଇଥିଲା ।

ବୀରକେଶରୀ ଦେବଙ୍କ ଦୀର୍ଘ ରାଜତ୍ୱ କାଳରେ ଓଡ଼ିଆ ଓ ସଂସ୍କୃତ ଭାଷାରେ ଅନେକ ଉପାଦେୟ ଗ୍ରନ୍ଥ ରଚିତ ହୋଇଥିଲା । ବୀର କେଶରୀଦେବଙ୍କଦ୍ୱାରା ରଚିତ କିମ୍ବା ତାଙ୍କ ନାମରେ ଭଣିତ ଅନେକ ପ୍ରସିଦ୍ଧ ଭଜନ, ଜଣାଣ ରହିଛି ।

ଦିବ୍ୟ ସିଂହଦେବ (୨ୟ)ଙ୍କ ରାଜତ୍ୱ କାଳ ଖ୍ରୀ: ୧୭୮୧ରୁ ୧୭୯୮ ଯାଏଁ । କିନ୍ତୁ ଅଙ୍କ ଗଣନାନୁସାରେ ଖ୍ରୀ:୧୭୯୩ରୁ ୧୭୯୮ ଧରାଯାଏ । ରାଜା ହେବା ପୂର୍ବରୁ ଏହାଙ୍କ ନାମ ଥିଲା

ଶ୍ରୀଜଗନ୍ନାଥ ୨୨୩