ପୃଷ୍ଠା:ShreeJagannath.pdf/୨୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଗନ୍ନାଥ ରାଏ । ଦିବ୍ୟସିଂହଙ୍କ ରାଜତ୍ୱ କାଳରେ ବଡ଼ଦେଉଳକୁ ପୁଣି ଚୂନ ପଲସ୍ତରା କରାଗଲା । କୋଣାର୍କ କ୍ଷେତ୍ରରୁ ଅରୁଣ ସ୍ତମ୍ଭକୁ ଆଣି ଶ୍ରୀମନ୍ଦିରର ଅରୁଣ ଚକଡ଼ାରେ ସ୍ଥାପନ କରାଗଲା । ଶ୍ରୀମନ୍ଦିର ରତ୍ନବେଦୀର ପଛପଟେ ପରକାନ୍ଥ ବସାଗଲା । ସିଂହାସନ ଉପରେ ଥିବା ଶଙ୍କରାଚାର୍ଯ୍ୟ ଓ ପଦ୍ମପାଦ ମୂର୍ତ୍ତିମାନ ବାହାର କରାଯାଇ ଭଣ୍ଡାରଘରେ ରଖାଗଲା । ପରେ ପୁନଶ୍ଚ ମୂର୍ତ୍ତିଦ୍ୱୟଙ୍କୁ ସିଂହାସନ ଉପରେ ସ୍ଥାପନା କରାଯିବାରୁ ବୈଷ୍ଣବ ମାନେ ପ୍ରତିବାଦ କରି ତାହା ଭାଙ୍ଗି ଦେଲେ । ମରହଟ୍ଟାଙ୍କ ଗୁରୁ ବ୍ରହ୍ମଚାରୀ ଗୋସାଇଁ ସୁବର୍ଣ୍ଣରେ ଲକ୍ଷ୍ମୀ ଠାକୁରାଣୀ (ଶ୍ରୀଦେବୀ) ନିର୍ମାଣ କରାଇଥିଲେ । ପୂର୍ବରୁ ବିରାଜମାନ କରିଥିବା ଲକ୍ଷ୍ମୀ ପ୍ରତିମାଙ୍କୁ କୌଣସି କାରଣରୁ ଅପସାରିତ କରାଯାଇ ଭଣ୍ଡାରଘରେ ରଖାଯାଇଥିଲା । ଏତଦ୍‍ବ୍ୟତୀତ, ଅମାବାସ୍ୟା ନାରାୟଣ ପ୍ରତିମା ରୁପାରେ ଓ ଶୟନ ପ୍ରତିମା ସୁନାରେ ନିର୍ମାଣ କରାଯାଇଥିଲା । ଇନ୍ଦ୍ରଦ୍ୟୁମ୍ନ ସରୋବରରେ ପଥର ବନ୍ଧା ଯାଇଥିଲା । ପଶ୍ଚିମ ଦ୍ୱାର ଖୋଲା ଯାଇଥିଲା । (ହୁଏତ କୌଣସି କାରଣରୁ ବାହାର ବେଢ଼ାର ପଶ୍ଚିମଦ୍ୱାର ବନ୍ଦ ହୋଇଯାଇଥିଲା କିମ୍ବା ନୂତନ ଭାବରେ ପୁନଃନିର୍ମାଣ କରାଯାଇଥିଲା) । ଦିବ୍ୟସିଂହଦେବଙ୍କ ସମୟର ଏକ ଆକର୍ଷଣୀୟ ଘଟଣା ଥିଲା, ପ୍ରଥମ କରି ଶ୍ରୀମନ୍ଦିରରେ ଝୁଲଣଯାତ୍ରାର ପ୍ରଚଳନ ।

ମରହଟ୍ଟା ଶାସକମାନେ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବାଯୋଗୁଁ ସେମାନେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଅନ୍ୟାନ୍ୟ ମନ୍ଦିର ଓ ମଠମାନଙ୍କର ପରିଚାଳନା ଓ ସୁରକ୍ଷା ନିମନ୍ତେ ତ‌ତ୍ପର ଥିଲେ । ମରହଟ୍ଟା ସୁବାଦାର ଶେଓ ଭଟ୍ଟ ସାଠେ ସ୍ୱୟଂ ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ୱ ନେଇଥିଲେ । ସେ ଶ୍ରୀମନ୍ଦିରର ପାରମ୍ପରିକ ସେବାପୂଜାରେ ହସ୍ତକ୍ଷେପ କରିନଥିଲେ । ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବହୁ ନିଷ୍କର ଭୂମି ଓ ଗ୍ରାମ ଦାନ କରି ଥିଲେ । ଯାତ୍ରୀମାନଙ୍କଠାରୁ ତୀର୍ଥଯାତ୍ରୀକର ଆଦାୟ କରାଯାଉଥିଲା । ଯାତ୍ରୀମାନେ ମନ୍ଦିର ମଧ୍ୟରେ ଯାହା ଦାନ ଦେଉଥିଲେ ତାହା ମନ୍ଦିରର ପରିଚାଳନାରେ ବ୍ୟୟ କରାଯାଉଥିଲା । ପୁରୀଠାରେ କେତୋଟି ନୂତନ ମଠ ଓ ମନ୍ଦିର ସ୍ଥାପନ କରାଯାଇ ସେ ଗୁଡ଼ିକର ରକ୍ଷଣାବେକ୍ଷଣପାଇଁ ଭୂସମ୍ପତ୍ତି ଦାନ କରାଯାଇଥିଲା । ମରହଟ୍ଟା ଶାସନ ସମୟରେ ଇନ୍ଦୋରର ରାଣୀ ଅହଲ୍ୟାବାଈ ପୁରୀକୁ ଆସି ଧର୍ମଶାଳା ଓ ମଠ ଆଦି ନିର୍ମାଣପାଇଁ ବିପୁଳ ଅର୍ଥ ଦାନ କରିଥିବା ଜଣାଯାଏ । ମରହଟ୍ଟା ଶାସନ କାଳରେ ଶ୍ରୀମନ୍ଦିର ଆୟର ବିଭିନ୍ନ ଉତ୍ସ ଥିଲା- (୧) ସତାଇଶ ହଜାରୀ ମାହାଲ, (୨) ସହର ଶୁଳ୍‍କ, (୩) ବୃତ୍ତିକର, (୪) ମହାପ୍ରସାଦ ବିକ୍ରୟରୁ ଲବ୍‍ଧ ଧନ । (୫) କୋଟ ଖଂଜା (Kot Khanja) ବା ଭୂରାଜସ୍ୱ ନିୟୋଜନ । ଯାତ୍ରୀମାନଙ୍କଠାରୁ ଫି ଆଦାୟ ପ।ଇଁ ଅନୁମତି ପ୍ର।ପ୍ତ ପ୍ରତିହ।ରୀମ।ନଙ୍କ ଉପରେ କରଧ।ର୍ଯ୍ୟ କରାଯାଇଥିଲ। । କେତେକ ଶ୍ରେଣୀର ତୀ‌ର୍ଥ‌ଯାତ୍ରୀଙ୍କଠାରୁ ତୀର୍ଥଯ।ତ୍ରୀ ଟିକସ (Pilgrim Tax) ଆଦାୟ କରାଯାଉନଥିଲା । ସେମାନେ ହେଲେ 'ସନ୍ୟାସୀ', 'ଦେଶୀ' (ଯେଉଁମାନେ ବୈତରଣୀ ଓ ଋଷିକୂଲ୍ୟା ନଦୀ ଦ୍ୱୟ ମଧ୍ୟରେ ଥିବା ଭୂମିର ଅଧିବାସୀ) ଓ କାଙ୍ଗାଳ ବା ଦରିଦ୍ର ।

ମରହଟ୍ଟା ଶାସନ ସମୟରେ ଶ୍ରୀମନ୍ଦିରର ଦୈନନ୍ଦିନ ପରିଚାଳନା ଦାୟିତ୍ୱ ତିନିଜଣ ପରିଛାଙ୍କ ଉପରେ ନ୍ୟସ୍ତ ଥିଲା । ଏକଦା ଚାରିଜଣ ପରିଚ୍ଛା ଥିଲେ । ପୁରୀର ଇଂରାଜୀ କଲେକ୍ଟର

୨୨୪ ଶ୍ରୀଜଗନ୍ନାଥ