ପୃଷ୍ଠା:ShreeJagannath.pdf/୨୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୁକ୍ସ ଓ ଅନ୍ୟାନ୍ୟ କର ଆଦାୟ ଦାୟିତ୍ବ ଏମାନଙ୍କ ଉପରେ ନ୍ୟସ୍ତ ଥିଲା । ପୌଜଦାରମାନଙ୍କୁ ମାସିକ ଦରମା ପରିବର୍ତ୍ତେ ସେବାବଦକୁ ଭୂସମ୍ପତି ପ୍ରଦାନ କରାଯାଇଥିଲା । ପୌଜଦାରଙ୍କ ଅଧୀନରେ ବହୁ ଅମିଲ ନିଯୁକ୍ତ ହୋଇଥୁଲେ । ସେମାନେ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ବିଚାର କରୁଥିଲେ । ସୁବାଦାର ନିଜେ ଗୁରୁତର ମାମଲାର ବିଚାର କରୁଥିଲେ ।

ମରହଟ୍ଟା ଶାସନରେ ବନ୍ୟା ଆତଙ୍କରୁ ରକ୍ଷା ନିମନ୍ତେ କେତୋଟି ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ମୁଖ୍ୟ ନଦୀମାନଙ୍କରେ ଫେରିଘାଟ ନିର୍ମାଣ କରାଯାଇଥିଲା । କଲିକତା ଓ ପୁରୀକୁ ସଂଯୋଗ କରି ଏକ ସଡ଼କ ନିର୍ମାଣ କରାଯାଇଥୁଲା । ଏହି ସଡ଼କ ‘ଜଗନ୍ନାଥ ସଡ଼କ ନାମରେ ପରିଚିତ । ପ୍ରଥମ କରି ଓଡ଼ିଶାରେ ସେମାନେ ତାକୁ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ । ରୟତମାନଙ୍କ ଉପକାରପଇଁ ତକାବୀ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଥୁଲା । ମରହଟ୍ଟାମାନେ ରାଜସ୍ ଓ ଚୌଥ କଡ଼ାକଡ଼ି ଭାବେ ଆଦାୟ କରୁଥିଲେ । ଆବଶ୍ୟକତା ମତେ ଏହି ଆଦାୟ ଏଭଳି ଦୃଢ଼ତାର ସହିତ କରାଯାଉଥିଲା ଯେ ତାହା ସାଧାରଣତଃ ଲୁଣ୍ଠନର ରୂପ ନେଉଥିଲା । ଏଭଳି କାର୍ଯ୍ୟ ମରହଟ୍ଟା ବର୍ଷା କରୁଥିଲେ । ତେଣୁ ଇଂରେଜମାନେ ମରହଟ୍ଟାମାନଙ୍କୁ ଲୁଣ୍ଠନକାରୀ ଓ ବର୍ବର ଆଖ୍ୟା ଦେଇଛନ୍ତି । ଏନିମନ୍ତେ କ୍ରମାଗତ ଇଂରେଜ ଓ ମରହଟ୍ଟାଙ୍କ ମଧ୍ୟରେ ଥିବା ଦ୍ରୁଷ ଓ ଶତ୍ରଭାବକୁ ଦାୟୀ କରାଯାଏ । ଐତିହାସିକ ଡଃ ବେହେରା ଲେଖିଛନ୍ତି- “ଏହା ସବୁ ସତ୍ତେ, ମରହଟ୍ଟା ଶାସନ ପୂର୍ବବର୍ତ୍ତୀ ମୋଗଲ ଶାସନ ଓ ପରବର୍ତ୍ତୀ ଇଂରେଜ ଶାସନଠାରୁ ଅପେକ୍ଷାକୃତ ଭାବେ ଅତ୍ୟଧୁକ ଜନହିତକର ତଥା ଶ୍ରେଷ୍ଠତର ଥିଲା କହିଲେ ଆଦୌ ସତ୍ୟର ଅପଳାପ ହେବନାହିଁ ।"
ଗଜପତି ମୁକୁନ୍ଦ ଦେବ (୨ୟ) (ଖ୍ରୀ: ୧୭୯୮-୧୮୧୭)
ଦିବ୍ୟସିଂହ ଦେବ (୨ୟ)ଙ୍କ ପରେ ତାଙ୍କ ପୁତ୍ର ମୁକୁନ୍ଦଦେବ ଖୋଦ୍ଧ ସିଂହାସନରେ ବସିଲେ । ତାଙ୍କର ରାଜତ୍ୱ କାଳର ମୁଖ୍ୟ ଘଟଣା ହେଲା, ଓଡ଼ିଶାରେ ଇଂରେଜ ଶାସନ ଓ ପାଇକ ବିଦ୍ରୋହ ।

ଖ୍ରୀ: ୧୭୫୭ରେ ପଲାସୀ ଯୁଦ୍ଧରେ ଜୟଲାଭ କରିବା ପରେ ସମଗ୍ର ବଙ୍ଗ ପ୍ରଦେଶରେ ଇଂରେଜ (ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରଭୁତ୍ର ପ୍ରତିଷ୍ଠିତ ହେଲା । ବଙ୍ଗର ନବାବ ଇଂରେଜମାନଙ୍କ ହାତରେ ପୁତ୍ତଳିକା ପରାୟେ କାର୍ଯ୍ୟ କଲେ । ଖ୍ରୀ:୧୭୭୦ରେ ବଙ୍ଗନବାବ ମିରକାଶିମ୍ ଇଂରେଜ ମାନଙ୍କୁ ଏକ ଚୁକ୍ତିବଳରେ ଚିଟାଗଙ୍ଗ, ବର୍ତ୍ତମାନ ଓ ମେଦିନୀପୁର ଜିଲ୍ଲାଗୁଡିକୁ ହସ୍ତାନ୍ତର କଲେ । ଖ୍ରୀ:୧୭୬୫ରେ ଇଂରେଜମାନେ ସିଧାସଳଖ ମୋଗଲ ସମ୍ରାଟଙ୍କ ଠାରୁ ବଂଗ, ବିହାର ଓ ଓଡ଼ିଶାର ଦେୱାନୀ (Revenue Diwani) ଅର୍ଥାତ୍ ରାଜସ୍ୱ ଆଦାୟ କରିବାର ଘୋଷଣାନାମା ଲାଭ କଲେ । ଫଳରେ ଇଂରେଜମାନେ ସମଗ୍ର ଓଡ଼ିଶାରେ ସେମାନଙ୍କର ଆଇନସମ୍ମତ ଓ ସାମ୍ବିଧାନିକ ଅଧୁକାର ରହିଛି ବୋଲି ତର୍ଜମା କଲେ । କିନ୍ତୁ ସେତିକିବେଳେ ସୁବର୍ଣରେଖା ନଦୀର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ବାଲେଶ୍ବର, କଟକ ଓ ପୁରୀ ଜିଲ୍ଲା ମରହଟ୍ଟା ମାନଙ୍କର କର୍ତ୍ତୃତ୍ବରେ ଥିଲା । ବଙ୍ଗ, ବିହାର ଓ ଓଡ଼ିଶା ଦୀର୍ଘକାଳ ମୋଗଲ ସମ୍ରାଟଙ୍କ ଅଧୀନରେ ରହିଆସିଥୁବାଯୋଗୁଁ ଓଡ଼ିଶା ଉପରେ ମୋଗଲ କର୍ତ୍ତୃତ୍ୱ

୨୨୬ ଶ୍ରୀଜଗନ୍ନାଥ