ପୃଷ୍ଠା:ShreeJagannath.pdf/୨୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତଥାପି ରହିଛି ବୋଲି ମୋଗଲ ସମ୍ରାଟଙ୍କର ଧାରଣା ଥୁବା ହେତୁ ଉଲ୍ଲିଖିତ “ଦେନୀ ପ୍ରଦାନ କରାଯାଇଥିଲା । ମରହଟ୍ଟାମାନଙ୍କଠାରୁ ଉପରୋକ୍ତ ଓଡ଼ିଶାକୁ କୌଣସି ପ୍ରକାରେ ଆଣି ନିଜର ଅଧୁକାରଭୁକ୍ତ କରିବାପାଇଁ ଇଂରେଜମାନେ ସଂକଳ୍ପ ବଦ୍ଧ ହେଲେ । ପ୍ରଥମେ ବଳପ୍ରୟୋଗ ପରିବର୍ତ୍ତେ ଶାନ୍ତିପୂର୍ବକ ତଥା କୂଟନୀତି ମାର୍ଗରେ ଉତ୍ତର ଓଡ଼ିଶା ଦଖଲପାଇଁ ଉଦ୍ୟମ କରାଗଲା । ମରହଟ୍ଟାମାନଙ୍କଠାରୁ କ୍ରୟ ସୂତ୍ରରେ ଦଖଲପାଇଁ ଉଦ୍ୟମ ବିଫଳ ହେଲା । ନାଗପୁରର ଭୋନ୍ସଲା ଶାସକମାନେ ଇଂରେଜମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚାହିଁ ଥୁଲେ ମଧ୍ୟ କେବେହେଲେ ଓଡ଼ିଶାକୁ ହାତଛଡ଼ା କରିବାକୁ ଚାହିଁନଥୁଲେ । ଫଳରେ ବିନା ଯୁଦ୍ଧରେ ଅଧୁକାର ଅସମ୍ଭବ ବୋଲି ଇଂରେଜମାନେ ମନେକଲେ। ଲର୍ଡ ୱେଲସେଲୀ ଓଡ଼ିଶାରୁ ମରହଟ୍ଟାମାନଙ୍କୁ ହଟେଇବା ନିମନ୍ତେ ଏକ ସାମରିକ ଯୋଜନା ପ୍ରସ୍ତୁତ କଲେ । କଟକରେ ଇଂରେଜ ରେସିଡେଣ୍ଟର କାର୍ଯ୍ୟାଳୟ ଥୁଲା ଏବଂ ବାଲେଶ୍ବରରେ ଇଂରେଜମାନଙ୍କର ଏକ ବାଣିଜ୍ୟିକ କେନ୍ଦ୍ର ବା କୋଠି ଥୁଲା । ଏହି ଦୁଇଟି ସ୍ଥାନରୁ ଇଂରେଜମାନେ ମରହଟ୍ଟାମାନଙ୍କର ପ୍ରକୃତ ସାମରିକ ଶକ୍ତି, ସେମାନଙ୍କ ପ୍ରତି ଓଡ଼ିଶାର ରାଜା-ମହାରାଜା ମାନଙ୍କର ମନୋଭାବ, ସଂଖ୍ୟାଗରିଷ୍ଠ ହିନ୍ଦୁ ଜନସାଧାରଣଙ୍କର ମନୋଭାବ ସମ୍ପର୍କରେ ଗୁପ୍ତ ତଥ୍ୟଦି ସଂଗ୍ରହ କରାଗଲା । ଜଗନ୍ନାଥ ମନ୍ଦିରର ପ୍ରଶସ୍ତି ଓ ମନ୍ଦିରର ସୁରକ୍ଷା ସକାଶେ ବ୍ରିଟିଶ ସରକାରଙ୍କ ନିଷ୍ପତ୍ତି ଘୋଷଣା କରାଗଲା । ଇଂରେଜ ସପକ୍ଷବାଦୀ ଓ ଜଗନ୍ନାଥଙ୍କ ତୀର୍ଥଯାତ୍ରୀମାନଙ୍କୁ ସବୁ ପ୍ରକାରେ ସାହାଯ୍ୟ ଦେବାକୁ ଏବଂ ମନ୍ଦିର ପ୍ରଭୃତିରେ କୌଣସି ହସ୍ତକ୍ଷେପ ନକରିବାପାଇଁ ଇଂରେଜ ସେନାପତି ଲେ, କର୍ଣ୍ଣେଲ କ୍ୟାମ୍ପବେଲଙ୍କୁ କମ୍ପାନୀ ତରଫରୁ ଗୁପ୍ତ ନିର୍ଦ୍ଦେଶ ମିଳିଥିଲା । ଖ୍ରୀ:୧୮୦୩ ଅଗଷ୍ଟ ମାସ ୩ ତାରିଖରେ ଲର୍ଡ ସେଲୀ (Lord Welselly), ବ୍ରିଟିଶ୍ ଗଭର୍ଣର ଜେନେରାଲ ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ସେ ଓଡ଼ିଶାକୁ ତିନି ଦିଗରୁ ଆକ୍ରମଣ ଯୋଜନା କଲେ । ବ୍ରିଟିଶ୍ ଦୁର୍ଗ ଗଞ୍ଜାମରୁ ଲେ. କର୍ଣ୍ଣେଲ କ୍ୟାମ୍ପବେଲ୍ ପୁରୀ ଓ କଟକ ଜିଲ୍ଲା ଅଭିମୁଖେ ଯୁଦ୍ଧଭିଯାନର ନେତୃତ୍ବ ନେଇଲେ । ଲର୍ଡ ସେଲୀ ସେନାଧ୍ୟକ୍ଷ କ୍ୟାମ୍ପବେଲ୍‌ଙ୍କୁ ପୁରୀ ମନ୍ଦିର, ସେବକ ଓ ଜନସାଧାରଣଙ୍କ ପ୍ରତି କିପରି ବ୍ୟବହାର କରାଯିବ ସେଥିପାଇଁ ନିର୍ଦ୍ଦେଶ ଦେଇଥଲେ । ତାଙ୍କର ନିର୍ଦ୍ଦେଶ ଥିଲା :
"On your arrival at Jaggemaut, you will employ every possible precautions to preserve the respect due to the pagoda and to the religious prejudices of the Brahmins and pilgrims.
You will furnish the Brahmins with such guards as shall afford perfect security to their persons, rites and ceremonies and to the sanctity to the religious edifices and you will enjoin these under your command to observe your orders on this important subject with the utmost degree of accuracy and vigilance."

ଶ୍ରୀଜଗନ୍ନାଥ ୨୨୭