ପୃଷ୍ଠା:ShreeJagannath.pdf/୨୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଲେ. କଣ୍ଟିଲ କାମ୍ପବେଲ୍ ହଠାତ୍ ଗୁରୁତର ଭାବରେ ଅସୁସ୍ଥ ହେବାରୁ ଲେ, କର୍ଣ୍ଣେଲ ହାରକୋର୍ଟ ତାଙ୍କଠାରୁ ଦାୟିତ୍ବ ନେଲେ । ଇଂରେଜମାନଙ୍କ ଖୋଦ୍ଧା ଆକ୍ରମଣ ସମୟରେ ଖୋଦ୍ଧା ରାଜା ମୁକୁନ୍ଦଦେବ (୨ୟ) ନାବାଳକ ଥୁବାରୁ ଜୟକୃଷ୍ଣ ରାଜଗୁରୁ ରାଜ୍ୟର ସର୍ବେସର୍ବ ଧୂଲେ। ହାରକୋର୍ଟ ଖୋଦ୍ଧାରାଜାଙ୍କ ପାଖକୁ ଏକ ଗୁପ୍ତ ପତ୍ର ପଠାଇ ଖୋର୍ଦାରାଜ୍ୟ ମଧ୍ୟରେ ବ୍ରିଟିଶ ସୈନ୍ୟ ଚାଳନା ପଇଁ ଅନୁମତି ମାଗିଲେ ଓ ମରହଟ୍ଟା ପରିବର୍ତ୍ତେ ବ୍ରିଟିଶମାନଙ୍କ ପ୍ରତି ଆନୁଗତ୍ୟ ସ୍ବୀକାର ପାଇଁ ତାଙ୍କୁ ଅନୁରୋଧ କରିଥୁଲେ । ଜୟକୃଷ୍ଣ ରାଜଗୁରୁ (ଜୟୀରାଜଗୁରୁ) ଯଦିଓ ମରହଟ୍ଟାଙ୍କ ପ୍ରତି ଅନୁଗତ ଧୂଲେ, ତଥାପି ରାଜାଙ୍କ ତରଫରୁ ଏହି ପ୍ରସ୍ତାବକୁ କେତେକ ସର୍ତ୍ତରେ ସ୍ତ୍ରୀକାର କଲେ । ସର୍ଭମାନ ହେଲା, ଖୋର୍ଦାରାଜାଙ୍କ ସାମରିକ ସହଯୋଗ ପାଇଁ ବ୍ରିଟିମାନେ ତାଙ୍କୁ ଏକ ଲକ୍ଷ ଟଙ୍କା ନଗଦ ପ୍ରଦାନ କରିବେ ଏବଂ ମରହଟ୍ଟା ସରକାର ରାଜା ବୀରକେଶରୀ ଦେବଙ୍କ ଠାରୁ ନେଇଯାଇଥିବା ପୁରୁଷୋତ୍ତମ, ରାହାଙ୍ଗ, ଲେମ୍ବାଇ, ସିରାଇ ଓ ଚବିଶକୁଦ ପ୍ରଗଣାର ଅଧୁକାର ଖୋର୍ଦରାଜାଙ୍କୁ ପ୍ରତ୍ୟର୍ପଣ କରିବେ । କର୍ଣ୍ଣେଲ ହାଇକୋର୍ଟ ଏ ସର୍ଷମାନ ପୂରଣ କରିବାକୁ ପ୍ରତିଶୃତି ଦେଲେ । ହାରକୋର୍ଟ ଗଞ୍ଜାମ ଆଡୁ ତା୧୧.୯.୧୮୦୩ରେ ସାମରିକ ଅଭିଯାନ ଚଳାଇ ସମୁଦ କୂଳେ କୂଳେ ଚିଲିକା ଦେଇ ମାଣିକ ପାଟଣାରେ ପହଞ୍ଚିଲେ । ସେହି ମାସ ୧୫ ତାରିଖରେ ପଥ ମଧ୍ୟରେ ବିଟିଶ ଓ ମରହଟ୍ଟା ସୈନ୍ୟ ମଧ୍ୟରେ ଲଢେଇ ହେଲା । ମରହଟ୍ଟା ସୈନ୍ୟବାହିନୀଙ୍କ ପରାଜୟ ପରେ ବ୍ରିଟିଶ ସୈନ୍ୟ ପୁରୀ ଆଡକୁ ଅଗ୍ରସର ହୋଇ ପୁରୀ ଅଧୁକାର କରିନେଲେ । ୧୮ ତାରିଖରେ ପୁରୀ ଅକୃତ ହେଲା ।
ପୁରୀ ସହରର ପ୍ରତିରକ୍ଷା ଦାୟିତ୍ର ମେଜର ଫେଚରଙ୍କ ହସ୍ତରେ ଅର୍ପଣ କରି କର୍ଣ୍ଣେଲ ହାରକୋର୍ଟ ଜଗନ୍ନାଥ ସଡ଼କରେ କଟକ ଅଭିମୁଖେ ସାମରିକ ଅଭିଯାନ ଚଳାଇଲେ । ପଥରେ ଠାଏ ଠାଏଁ ମରହଟ୍ଟା ସୈନ୍ୟମାନଙ୍କ ସହିତ ଖଣ୍ଡଯୁଦ୍ଧ ହେଲା । ସେମାନେ ପରାଜିତ ହୋଇ ପୃଷ୍ଠରଂଗ ଦେଲେ । ଅକ୍ଟୋବର ୧୪ ତାରିଖରେ ଇଂରେଜମାନେ କଟକର ବାରବାଟୀ ଦୁର୍ଗ ଅଧିକାର କରିନେଲେ । କିଛି ଦିନ ପରେ ସେମାନେ ବାଲେଶ୍ବର ଓ ସୋରୋ ଅଧିକାର କଲେ । ବାରବାର ପତନ ପରେ ଅବଶିଷ୍ଟ ମରହଟ୍ଟା ସୈନ୍ୟ ସ୍ବଦେଶକୁ ପଳାୟନ କରିଥିଲେ।
ପୁନଶ୍ଚ ମରହଟ୍ଟା ଆକ୍ରମଣର ପ୍ରତିରୋଧ ନିମନ୍ତେ ଏବଂ ପଳାତକ ମରହଟ୍ଟା ସୈନ୍ୟମାନଙ୍କୁ ଅବରୋଧ କରିବା ନିମନ୍ତେ ହାରକୋର୍ଟଙ୍କ ନିର୍ଦ୍ଦେଶରେ ମେଜର ଫୋରସ୍ ବଉଦର ବଡ଼ମୂଳ ଘାଟି ଜଗିବାପାଇଁ ଗଲେ । ଏହି ଘାଟି ଅବରୋଧଯୋଗୁଁ ମରହଟ୍ଟା ସୈନ୍ୟମାନେ ଏହାକୁ ଅତିକ୍ରମ କରି ପ୍ରତି ଆକ୍ରମଣର ଆଶଙ୍କା ରହିଲା ନାହିଁ । ଗଡ଼ଜାତ ରାଜ୍ୟ ବଉଦ ଓ ସୋନପୁରର ରାଜପ୍ରତିନିଧୁମାନେ ସେଠାରେ ମେଜର ଫୋରବିଙ୍କୁ ସାକ୍ଷାତ କରି ଇଂରେଜମାନଙ୍କ ପ୍ରତି ନିଜ ନିଜ ରାଜ୍ୟର ଆନୁଗତ୍ୟ ଜଣାଇଥିଲେ । ମରହଟ୍ଟା ଶାସକ ରଘୁଜୀ ଭୋସଲା ଡିସେମ୍ବର ୧୮୦୩ରେ ଇଂରେଜମାନଙ୍କ ସହ ପ୍ରଖ୍ୟାତ “ଦେଓଗାଁ ସନ୍ଧି’ ସ୍ବାକ୍ଷର କଲେ, ଯେଉଁଥୁରେ କି ଇଂରେଜମାନଙ୍କର ଓଡ଼ିଶା ଉପକୂଳ ଓଡ଼ିଶା) ଦଖଲକୁ ସ୍ବୀକୃତି ପ୍ରଦାନ କରାଯାଇଥୁଲା । କିନ୍ତୁ ଏହି ସନ୍ଧିରେ ପଶ୍ଚିମ ଓଡ଼ିଶା ମରହଟ୍ଟା ଶାସନ ଅଧୀନରେ ରଖାଯାଇଥିଲା । ଖ୍ରୀ:୧୮୧୭ରେ

୨୨୮ ଶ୍ରୀଜଗନ୍ନାଥ