ପୃଷ୍ଠା:ShreeJagannath.pdf/୨୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫଳରେ ଏକ ସ୍ୱତଃ ସଂଘଟିତ ଜନବିଦ୍ରୋହ ଦେଖାଦେଲା, ଯା'ର ନେତୃତ୍ୱ ନେଲେ ଖୋର୍ଦ୍ଧାରାଜାଙ୍କ ବକ୍ସି ବା ସେନାପତି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର । ସେ ନିଜେ ମଧ୍ୟ ଅତ୍ୟାଚାରର ଶିକାର ହୋଇଥିଲେ । ସେ ପୁରୁଷାନୁକ୍ରମେ ଚିଲିକା ନିକଟବର୍ତ୍ତୀ ରୋଡଙ୍ଗ ଜିଲ୍ଲାର ମାଲିକ ଥିଲେ । ଏକଦା ରାଜାଙ୍କ ପରେ ସେ ଥିଲେ ସର୍ବାଧିକ ପ୍ରତିପତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତି । ଖୋର୍ଦ୍ଧା ଖାସ୍‍ମାହାଲ ହେବା ପରେ ସେ ତାଙ୍କର ସମସ୍ତ ପାରିବାରିକ ଓ ପାରମ୍ପରିକ ଅଧିକାର, ସୁବିଧା ସୁଯୋଗ ହରାଇବସିଲେ । ତାଙ୍କର ସମସ୍ତ ନିଷ୍କର ଜମି ସରକାରଙ୍କ ହାତକୁ ଚାଲିଗଲା । ଜନୈକ ଅଣ ଓଡ଼ିଅ। ଦେଓ୍ୱାନ କୃଷ୍ଣଚନ୍ଦ୍ର ସିଂହଙ୍କ ଚକ୍ରାନ୍ତରେ ସେ ପୁରୁଷାନୁକ୍ରମିକ ଭାବେ ଭୋଗ କରି ଆସୁଥିବା ରୋଡ଼ଙ୍ଗ ଜମିଦାରୀକୁ ହରାଇଲେ । ସେ ସରକାରଙ୍କଠାରେ ଆପତ୍ତି ଅଭିେଯୋଗ କଲେ ମଧ୍ୟ ନ୍ୟାୟ ବିଚାର ପାଇଲେ ନାହିଁ ।
ଓଡ଼ିଶା ଇତିହାସରେ ଏହି ବିଦ୍ରୋହ "ପାଇକ ବିଦ୍ରୋହ' ନାମରେ ପରିଚିତ । ମାର୍ଚ୍ଚ ୧୮୧୭ରେ ଇଂରେଜମାନଙ୍କୁ ଖୋର୍ଦ୍ଧାରୁ ହଟାଇବାପାଇଁ ବକ୍‍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ ହେଲା । ତାଙ୍କର ପ୍ରଧାନ ସହଯୋଗୀ ଥିଲେ କୃଷ୍ଣଚନ୍ଦ୍ର ଭ୍ରମରବର ରାୟ, ଯେ କି ହେଲେ ସଂଗଠିତ ପାଇକ ବାହିନୀର ସେନାପତି ।
ତେଣେ ଗଞ୍ଜାମ ଜିଲ୍ଲାରେ ଇଂରେଜ ଶାସନ ବିରୁଦ୍ଧରେ ଜନ ଅସନ୍ତୋଷ ବ୍ୟାପିଥିଲା । ମହୁରୀ ଜମିଦାରୀ ର ଅନ୍ୟାୟ ନିଲାମ ଓ ଘୁମୁସୁରର ରାଜା ଧନଞ୍ଜୟ ଭଂଜ ଙ୍କ ଖ୍ରୀ:୧୮୧୨ରେ କାରାବାସ ପରେ ଧନଞ୍ଜୟଙ୍କ ପିତା ଶ୍ରୀକର ଭଂଜ ବିଦ୍ରୋହର ନେତା ଥିଲେ । ଖ୍ରୀ: ୧୮୧୭ ମସିହା ମାର୍ଚ୍ଚମାସରେ ଘୁମୁସର ରାଜ୍ୟର ପରିଚାଳକ କମଳ ଲୋଚନ ଦୋରା ବିଷୋୟୀ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ସାହାଯ୍ୟ କରିବାକୁ ଚାରି ଶହ କନ୍ଧ ପାଇକଙ୍କୁ ଖୋର୍ଦ୍ଧା ରାଜ୍ୟର ବାଣପୁର ଇଲାକାକୁ ପଠାଇଲେ । ସେମାନେ ତାଙ୍କର ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ । ସେମାନେ ବାଣପୁରରେ ପ୍ରବେଶ କରି ସରକାରୀ ଖଜଣାଖାନା ଲୁଟ କରିବା ସଙ୍ଗେ ସଙ୍ଗେ ସରକାରୀ ଦପ୍ତରମାନଙ୍କୁ ଧ୍ୱସ୍ତବିଧ୍ୱସ୍ତ କରିଦେଲେ ା ଏହା ପରେ ସେମାନେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କଲେ । ବାଟରେ ବହୁ ସଂଖ୍ୟାରେ ପାଇକ ସେମାନଙ୍କ ସହିତ ଯୋଗଦେଲେ । ଖୋର୍ଦ୍ଧାରେ କନ୍ଧ ଓ ପାଇକ ମାନଙ୍କର ମିଳିତ ବାହିନୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସରକାରୀ ଅଫିସ୍‍ ଗୃହ, ସରକାରୀ କୋଠାବାଡ଼ି, କୋଷାଗାର ଆକ୍ରମଣ ତା ଲୁଣ୍ଠନ କରି ସେଥିର ଅଗ୍ନିସଂଯୋଗ କରି ଦେଲେ । ଖୋର୍ଦ୍ଧାରେ ବିଦ୍ରୋହକୁ ଦମନ କରିବାପାଇଁ କଟକରୁ ତତକ୍ଷଣାତ୍‍ ବହୁ ସଂଖ୍ୟାରେ ସୈନ୍ୟ ପହଞ୍ଚଥିଲେ ମଧ୍ୟ ବିଦ୍ରୋହକୁ ଆୟତ୍ତାଧୀନ କରିବା କଷ୍ଟକର ହୋଇପଡ଼ିଲା । ବିଦ୍ରୋହୀମାନେ ଲେମ୍ବାଇ ପ୍ରଗଣାର ରିପୁର ଗ୍ରାମରେ ଅତ୍ୟାଚାରୀ ସର୍ବରାକାର ଚରଣ ପଟ୍ଟନାୟକଙ୍କୁ ହତ୍ୟା କଲେ । ସେହି ବର୍ଷ ଏପି୍ରଲ ୧୨ ତାରିଖରେ ଓ ପରେ ଏପି୍ରଲ ୧୪ ତାରିଖରେ ୫୦୦ରୁ ଅଧିକ ସଶସ୍ତ୍ର ପାଇକ ଓ କନ୍ଧମାନେ ପୁରୀରେ ପ୍ରବେଶ କରିଥିଲେ । ପୁରୀ ମନ୍ଦିରର ପୂଜକମାନେ ଓ ସାଧାରଣ ଲୋକମାନେ ବିଦ୍ରୋହୀମାନଙ୍କୁ ସହଯୋଗ କରିଥିଲେ । ବିଦ୍ରୋହୀମାନେ ସରକାରୀ

ଶ୍ରୀଜଗନ୍ନାଥ ୨୩୧