ପୃଷ୍ଠା:ShreeJagannath.pdf/୨୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଷାଗାର ଲୁଣ୍ଠନ କରିଥିଲେ । ପୋଲିସ ଥାନା, ଅନେକ ସରକାରୀ କୋଠାବାଡ଼ିରେ ନିଆଁ ଲଗାଇ ଦେଇଥିଲେ । ପୁରୀରେ ଅବସ୍ଥାପିତ ଅଳ୍ପ ସଂଖ୍ୟାକ ସୈନ୍ୟଙ୍କୁ ନେଇ ବିଦ୍ରୋହୀମାନଙ୍କୁ ମୁକାବିଲା କରିନପାରି କ୍ୟାପ୍ଟେନ୍ ୱେଲିଙ୍ଗଟନ୍ ପୁରୀ ଛାଡ଼ି କଟକ ଚାଲିଗଲେ ।
ତ‌ତ୍‌ପରେ ପାଇକମାନେ ରୁପସା, ଗୋପ, କୁଜଙ୍ଗ ଯାତ୍ରା କରିଲେ । ମରୀଚପୁର, ହରୀଶପୁର, ଗୋଲରାରର ପୂର୍ବତନ ଜମିଦାରମାନେ ବିଦ୍ରୋହରେ ଯୋଗଦେଇଥିଲେ ।
ବିଦ୍ରୋହକୁ ଦମନ ପାଇଁ ଇଂରେଜମାନେ ଦୃଢ଼ ପଦକ୍ଷେପ ନେଲେ । ମେଦିନୀପୁରରୁ ପାଞ୍ଚ କମ୍ପାନୀ ସୈନ୍ୟବଳ ଅଣାଗଲା । ମେଜର ଜେନେରାଲ ମା ଟିଣ୍ଡେଙ୍କୁ ଓଡ଼ିଶାର ସାମରିକ କମିଶନର ଭାବେ କଟକରେ ଅବସ୍ଥାପିତ କରାଗଲା । ବିଦ୍ରୋହ ଦମନ ପାଇଁ ଖୋଦ୍ଧା, ପୁରୀ, ଗୋପରେ ସାମରିକ ଆଇନ୍ ପ୍ରବର୍ତ୍ତନ କରାଗଲା । ଅନ୍ୟାନ୍ୟ ଗଡ଼ଜାତ ରାଜ୍ୟରେ ବିଦ୍ରୋହର ପ୍ରଭାବ ଯେପରି ନପଡ଼େ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଗଲା । ପୂର୍ବତନ ଖୋଦ୍ଧା ରାଜା ଯଦିଓ ବିଦ୍ରୋହରେ ପ୍ରତ୍ୟକ୍ଷ ଭାବେ ଭାଗ ନେଇ ନଥିଲେ ତଥାପି କାଳେ ସେ ବିଦ୍ରୋହର ନେତା ହୋଇପାରନ୍ତି, ଆଶଙ୍କା କରି ତାଙ୍କୁ ପୁରୀରୁ କଟକ ଅଣାଯାଇ ସେଠାରେ ଅଟକବନ୍ଦୀ ରଖା ଗଲା । କ୍ୟାପଟେନ୍ ଲେ ଫାବେ (Le Fabre) ଖୋଦ୍ଧା ଓ ପୁରୀ ଠାରେ ବିପ୍ଳବକୁ ଦମନ କରି ବାରେ ମୁଖ୍ୟ ଭୂମିକା ନେଇଥିଲେ । ଖ୍ରୀ: ୧୮୧୭ ଅକ୍ଟୋବର ମାସରେ ଇଂରେ ଜମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଦମନ କରିପାରିଥିଲେ । କିନ୍ତୁ ପାଇକ ବିଦ୍ରୋହର ପ୍ରଧାନ ନେତା ବକ୍ସି ଜଗବନ୍ଧୁ ଓ ତାଙ୍କର ଅନୁଗାମୀମାନେ ଧରା ପଡ଼ି ନଥୁଲେ । ସେମାନେ ଲୁଚି ଛପି ନାନା ଉପଦ୍ରବ ଚଳାଇଥିଲେ । ସେମାନଙ୍କୁ ଧରାଇଦେବା ପାଇଁ ସରକାର ପୁରସ୍କାର ଘୋଷଣା କରିଥିଲେ । ତା’ସତେ ସେମାନଙ୍କୁ କେହି ଧରାଇ ଦେଇ ପାରି ନଥୁଲେ । ଖ୍ରୀ:୧୮୨୨ରେ ଭାରତର ବଲାଟ ବନ୍ସି ଜଗବନ୍ଧୁ ଓ ତାଙ୍କର ପ୍ରଧାନ ସହଯୋଗୀ କୃଷ୍ଣ ଚନ୍ଦ୍ର ଭ୍ରମରବର ରାୟଙ୍କୁ କେତେକ ସର୍ଷରେ ରାଜକ୍ଷମା ଦେବାକୁ ଘୋଷଣା କରିଥିଲେ । ଶେଷରେ ଖ୍ରୀ:୧୮୨୫ରେ ଖୋର୍ଦାର ଜଏଣ୍ଟ ମାଜିଷ୍ଟ୍ରେଟ୍ ମିଷ୍ଟର ଉଇକନସଙ୍କ ଚେଷ୍ଟାରେ ନୟାଗଡ଼ ର ବେବ ବରଜୁ ପାଇକରାୟଙ୍କ ମଧ୍ୟସ୍ଥତାରେ ବସିଙ୍କ ସହିତ ବୁଝାମଣା ହୋଇଥିଲା । ଅଗତ୍ୟା ଖ୍ରୀ:୧୮୨୫ ମେ ମାସ ୨୭ ତାରିଖରେ ସେ କଟକ ଆସି ଆତ୍ମସମର୍ପଣ କଲେ । ତାଙ୍କ ସହିତ ତାଙ୍କର ଆଠଜଣ ବିଶ୍ୱ ଅଚର ମଧ୍ୟ ଆତ୍ମସମର୍ପଣ କଲେ । ବିସି ମାସିକ ୧୫୦ ଟଙ୍କା ପେନସନ ପାଇ କଟକରେ ଅବସ୍ଥାନ କଲେ । କମିଶନରଙ୍କ ଅନୁମତି ବିନା ସେ ନିଜର ବାସସ୍ଥାନ ଛାଡ଼ି ଅନ୍ୟତ୍ର ଯିବା ନିଷିଦ୍ଧ କରା ଗଲା । କଟକରେ ତାଙ୍କର ବାସସ୍ଥାନ ଅଞ୍ଚଳକୁ ବକ୍ସି ବଜାର କୁହାଯାଉଛି । ଗୃହବନ୍ଦୀ ଅବସ୍ଥାରେ ଓଡ଼ିଶାର ଏହି ମହାନ୍ ବୀର ୧୮୨୯ ମସିହା ଜାନୁଆରି ୨୪ ତାରିଖରେ ପ୍ରାଣତ୍ୟାଗ କଲେ ।
ବକ୍‌ସି ଜଗବନ୍ଧୁଙ୍କ ଦେହାନ୍ତ ପୂର୍ବରୁ ରାଜା ମୁକୁନ୍ଦଦେବ (୨ୟ) କଟକରେ ବାରବାଟୀ ଦୁର୍ଗରେ ଅଟକବନ୍ଦୀ ଥୁବା ଅବସ୍ଥାରେ ନଭେମ୍ବର ୧୮୧୭ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

୨୩୨ ଶ୍ରୀଜଗନ୍ନାଥ