ପୃଷ୍ଠା:ShreeJagannath.pdf/୨୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାମଚନ୍ଦ୍ରଦେବ (୩ୟ) (ଖ୍ରୀ: ୧୮୧୭-୧୮୫୫)
ମୁକୁନ୍ଦଦେବ (୨ୟ)ଙ୍କ ପରେ ତାଙ୍କ ପୁତ୍ର ରାମଚନ୍ଦ୍ର ଦେବଙ୍କ ଅଭିଷେକ ବାରବାଟୀ ଦୁର୍ଗରେ ହୋଇଥିବା ଜଣାଯାଏ । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପୁରୀରାଜା ଓ ଶ୍ରୀମନ୍ଦିର ସୁପରିଟେଣ୍ଡେଣ୍ଟ ହିସାବରେ ସେ ପୁରୀଠାରେ ଅବସ୍ଥାପିତ ହେଲେ ।
ଖୋଦ୍ଧା ରାଜ୍ୟ ହରାଇଥିବାରୁ କ୍ଷତି ପୂରଣ ବାବଦରେ ପୂର୍ବତନ ଖୋଦ୍ଧାରାଜା (ପରେ ପୁରୀ ରାଜା)ଙ୍କ ଭରଣପୋଷଣପାଇଁ ଇଂରେଜ ସରକାର ମାସିକ ଟ.୨୧୩୩-୫-୪ ବା ବାର୍ଷିକ ୨୫୬୦୦ ଟଙ୍କ ଭତା ମଞ୍ଜୁର କଲେ । ଏହି ଭତ୍ତାକୁ “ମାଲିକାନା’ (Malikana) କୁହାଗଲା । ଏହି ମାଲିକାନା ୧୮୧୯ ମସିହା ନଭେମ୍ବର ମାସରେ ମଞ୍ଜୁର କରାଯାଇଥୁଲା । ପରବର୍ତ୍ତୀ କାଳରେ ମାଲିକାନା’ର ନାମ ବଦଳାଯାଇ ‘ପଲିଟିକାଲ ପେନସନ୍ ରଖାଗଲା । ମାଲିକାନାକୁ ପଲିଟିକାଲ ପେନ୍ସନ୍ ନାମ କରଣର ପ୍ରତିବାଦ କରି ତକାଳୀନ ପୁରୀ ରାଜା ଦିବ୍ୟସିଂହଦେବା (୩ୟ) ଭାରତ ସରକାରଙ୍କୁ ଏକ ଦରଖାସ୍ତ ପଠାଇଲେ ମଧ୍ୟ ତାହା ଗ୍ରହଣୀୟ ହେଲାନାହିଁ । ସେ ଯାହାହେଉ, ଉକ୍ତ ରାଜନୀତିକ ପେନ୍ସନ୍ ପରିମାଣ ଅଦ୍ୟାବଧୁ ଅପରିବର୍ତ୍ତିତ ରହିଅଛି ।
ଇଂରେଜ ଅମଳରେ ଓଡ଼ିଶାର ପ୍ରାଶାସନିକ ବ୍ୟବସ୍ଥା ସମ୍ପର୍କରେ କିଛି ସୂଚନା ଦେବା ସମୀଚୀନ ହେବ । ଅକ୍ଟୋବର ୧୮୦୩ରେ କଟକ, ପୁରୀ ଓ ବାଲେଶ୍ବର ଏବଂ ସଂଲଗ୍ନ ଅଞ୍ଚଳ ବ୍ରିଟିଶ୍ ଅଧୁକାରଭୁକ୍ତ ହେବା ପରେ ବେସାମରିକ ବା ସିଭିଲ) ପ୍ରଶାସନର ସୁବନ୍ଦୋବସ୍ତପାଇଁ ଯୋଜନା କରାଯାଇଥିଲା । ଜନ୍ ମେଲଭିଲ୍ (John Melvile) ଙ୍କୁ ଏହି ଦାୟିତ୍ବରେ ନିଯୁକ୍ତ କରାଯାଇଥୁଲା । ସେ କର୍ଣ୍ଣେଲ ହାରକୋର୍ଟଙ୍କ ସହିତ ସହଯୋଗ କରି ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ପ୍ରତି ବିଶ୍ୱାସ ଓ ଆସ୍ଥା ଭାବ ସୃଷ୍ଟି କରିବାପାଇଁ ବିବିଧ ଘୋଷଣା କରିଥିଲେ । ମେଲଭିଲ୍ କଟକ ପ୍ରଦେଶ ବ୍ୟାପାର ସକାଶେ କମିଶନର (Commissioner for the affairs of the province of Cuttack) ନିଯୁକ୍ତ ହୋଇଥିଲେ । ପରବର୍ତ୍ତୀ କାଳରେ ଏହି ପଦବୀ ଉଠି ଯାଇଥୁଲା ।
୧୮୦୪ ମସିହା ଜୁନ୍‌ ମାସରେ ଓଡ଼ିଶାକୁ ଦୁଇଟି ପ୍ରାଶାସନିକ ଭାଗ (ଡିଭିଜନ)ରେ ବିଭକ୍ତ କରାଗଲା । ବାଲେଶ୍ବରଠାରେ ଉତ୍ତରାଞ୍ଚଳ ଡିଭିଜନ୍ ଓ ପୁରୀଠାରେ ଦକ୍ଷିଣାଞ୍ଚଳ ଡିଭିଜନର ସଦର ମହକୁମା ରଖାଗଲା । ପ୍ରତ୍ୟେକ ଡିଭିଜନର ମୁଖ୍ୟ ହେଲେ ଜଣେ ଜଣେ କମିଶନର । ୧୮୦୫ ମସିହାରେ କମିଶନର ଦ୍ବୟଙ୍କ କାର୍ଯ୍ୟାଳୟ ଉଠାଇ ସେଗୁଡିକୁ ଜଣେ ଜଣେ କଲେକ୍ଟର ତଥା ମାଜିଷ୍ଟ୍ରେଟଙ୍କ ଅଧୀନରେ ରଖାଗଲା । ପରେ ପରେ ଏହି ଦୁଇ ଡିଭିଜନକୁ ସଂଯୋଗ କରାଯାଇ ଏକତ୍ରୀକରଣ କରାଗଲା ଓ ଏହାର ଦାୟିତ୍ବରେ ଜଣେ କଲେକ୍ଟରଙ୍କୁ ନିଯୁକ୍ତ କରାଗଲା । ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ପୁରୀରେ ରହିଲା । ୧୮୧୬ ମସିହାରେ ପୁରୀଠାରୁ କାର୍ଯ୍ୟାଳୟ (Collectorate) କଟକକୁ ସ୍ଥାନାନ୍ତର କରାଗଲା । ୧୮୧୮ ମସିହାର ରେଗୁଲେସନ-୧ ଅନୁଯାୟୀ କଟକରେ ଏକ କମିଶନର କାର୍ଯ୍ୟାଳୟ ଖୋଲାଗଲା । ଏହାଙ୍କ

ଶ୍ରୀଜଗନ୍ନାଥ । ୨୩୩