ପୃଷ୍ଠା:ShreeJagannath.pdf/୨୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପରେ ରାଜସ୍ୱ ବୋର୍ଡ, ବାଣିଜ୍ୟ ବୋର୍ଡ଼, ପ୍ରାଦେଶିକ ବିଚାରାଳୟ ଓ ଆଞ୍ଚଳିକ ବିଚାରାଳୟ (Board of Revenue, Board of Trade, Provincial Court of Appeal and Circuit Court)ର କ୍ଷମତା ନ୍ୟସ୍ତ କରାଗଲା ।
୧୮୨୮ ମସିହା ଅକ୍ଟୋବର ମାସରେ କଟକ ପ୍ରଦେଶ (ଓଡ଼ିଶା ଡିଭିଜନ)କୁ ତିନୋଟି ଜିଲ୍ଲାରେ-କଟକ, ପୁରୀ ଓ ବାଲେଶ୍ବରରେ ବିଭକ୍ତ କରାଗଲା । ପ୍ରତ୍ୟେକ ଜିଲ୍ଲାପାଇଁ ଜଣେ ଜଣେ କଲେକ୍ଟର ତଥା ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତ କରାଗଲା । ୧୮୨୯ ମସିହାରେ ଏହି ତିନିଟି ଜିଲ୍ଲା (ଖୋଦ୍ଧା ସହିତ) ଓ ଅଧୁନା ପଶ୍ଚିମବଙ୍ଗର ମେଦିନାପୁର, ନୂଆଗାଁ ଏବଂ ହିଜଲି ଅଞ୍ଚଳକୁ ନେଇ ବେଙ୍ଗାଲ ପ୍ରେସିଡେନ୍ସିର ଉନବିଂଶତମ କମିଶନର ଡିଭିଜନ (19th commissonership of Bengal Presidency) ପ୍ରତିଷ୍ଠା କରାଗଲା ।
ଓଡ଼ିଶା ଡିଭିଜନର କମିଶନର ନିଜ ଦାୟିତ୍ବ ସହ ‘ଟ୍ରିବ୍ୟୁଟାରୀ ମାହାଲ ମାନଙ୍କର ସୁପରିଟେଣ୍ଡେଣ୍ଟ ଭାବରେ କାର୍ଯ୍ୟ କଲେ । ୧୯୧୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବାଲେଶ୍ବର, କଟକ ଓ ପୁରୀ ଜିଲ୍ଲା ବେଙ୍ଗଲ ପ୍ରେସିଡେନ୍ସିରେ ଅନ୍ତର୍ଭୁକ୍ତ ଥିଲା । ତା'ପରେ ବିହାର-ଓଡ଼ିଶା ସରକାରଙ୍କ ଅଧୀନକୁ ଓଡ଼ିଶା ଡିଭିଜନ୍ ଆସିଲା ।
ମରହଟ୍ଟା ରାଜତ୍ବରେ ଓଡ଼ିଶାରେ ୭୦ଟି ଗଡ଼ଜାତ ରାଜ୍ୟ ଥିଲା । ଏମାନେ ନାଗପୁର ଭୋନ୍ସଲା। ଶାସକଙ୍କର କରଦ ରାଜ୍ୟ ଥିଲେ । ସେମାନେ ତାଙ୍କୁ କର ଦେଉଥିଲେ ଓ ତାଙ୍କର ଆଧୁପତ୍ୟ ସ୍ବୀକାର କରୁଥିଲେ । କିନ୍ତୁ ସେମାନଙ୍କର ଆଭ୍ୟନ୍ତ ରୀଣ ସ୍ବାତସ୍ୟ ରହିଥିଲା । ଖ୍ରୀ: ୧୮୦୪ ରେ ଖୋଦ୍ଧା ରାଜାଙ୍କ ବିଦ୍ରୋହ ପରେ ଖୋର୍ଦ୍ଧା ରାଜ୍ୟକୁ ଗଡଜାତ କୁହାନଯାଇ ମୋଗଲବନ୍ଦୀରେ ଅନ୍ତର୍ଭୁକ୍ତ କରାଗଲା, ଅର୍ଥାତ୍ କମ୍ପାନୀର ପ୍ରତ୍ୟକ୍ଷ ଶାସନାଧୀନ ରାଜ୍ୟ। ହୋଇ ରହିଲା । ଖ୍ରୀ: ୧୮୦୪ରେ ଦେଓଗାଁ ସନ୍ଧି ସ୍ବାକ୍ଷରିତ ହେବା ପରେ ସେହି ୭୦ଟି ଗଡ଼ଜାତ ରାଜ୍ୟ କମ୍ପାନୀ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ବାର୍ଷିକ କର ପୈଠ କରିବାପାଇଁ ଅଙ୍ଗୀକାରବଦ୍ଧ ହେଲେ । ୧୬ଟି ଗଡ଼ଜାତ ରାଜ୍ୟରେ ଆଭ୍ୟନ୍ତରୀଣ ସ୍ବାୟତ୍ତଶାସନ ବା ସ୍ବତନ୍ତ୍ର ଶାସନ ପ୍ରବର୍ତ୍ତିତ ହେଲା । ସେହି ରାଜ୍ୟମାନଙ୍କୁ ‘ଟ୍ରିବୁଟାରୀ ମାହାଲ’ କୁହାଗଲା । ସେମାନେ ହେଲେ- (୧) ମୟୂରଭଞ୍ଜ, (୨) କେନ୍ଦୁଝର, (୩) ନୀଳଗିରି, (୪) ବାଙ୍କି, (୫) ଦଶପଲ୍ଲା, (୬) ନରସିଂହପୁର, (୭) ଅନୁଗୁଳ, (୮) ତାଳଚେର, (୯) ଆଠଗଡ଼, (୧୦) ଖଣ୍ଡପଡ଼ା, (୧୧) ନୟାଗଡ଼, (୧୨) ରଣପୁର, (୧୩) ହିନ୍ଦୋଳ, (୧୪) ତିଗିରିଆ, (୧୫) ବଡ଼ ଓ (୧୬) ଢ଼ଙ୍କନାଳ । ସାଧାରଣତଃ ଇଂରେଜ ସରକାର ବା କମ୍ପାନୀ ସରକାର ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁ ନଥୁଲେ । କିନ୍ତୁ ବିଶେଷ ପରିସ୍ଥିତିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଉଥୁଲେ । ଏହି ସବୁ ରାଜ୍ୟର ରାଜାମାନଙ୍କର ଆଚରଣ ଓ ଶାସନ ତଦାରଖ କରିବାପାଇଁ ଜଣେ ଇଂରେଜ ସୁପରିଟେଣ୍ଡଙ୍କୁ ନିଯୁକ୍ତ କରାଗଲା । ଯେଉଁ ରାଜ୍ୟରେ ଶାସନ ନାମରେ ସ୍ୱେଚ୍ଛାଚାର ପରିଲକ୍ଷିତ ହେଉଥିଲା, କମ୍ପାନୀ ସରକାର ତାହାକୁ ଦୃଢ଼ ଭାବରେ ଦମନ କରୁଥିଲେ ।

୨୩୪ ଶ୍ରୀଜଗନ୍ନାଥ