ପୃଷ୍ଠା:ShreeJagannath.pdf/୨୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମରହଟ୍ଟା ରାଜତ୍ବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବହୁତ ସମ୍ପତ୍ତି ଠାକୁରଙ୍କ ସେବା ପାଇଁ ଖଞ୍ଜା ଯାଇଥିଲା । ଯାତ୍ରୀକର ଆଦାୟ କରାଯାଇ ମନ୍ଦିର ପରିଚାଳନାରେ ବ୍ୟୟ କରାଯାଉଥିଲା । ଇଂରେଜ ସରକାର ମଧ୍ୟ ମନ୍ଦିର ପାଇଁ ପୂର୍ବ ସରକାରଙ୍କ ନୀତି ଅନୁସରଣ କରି, ବାର୍ଷିକ ହାରାହାରି ୫୩୦୦୦ ଟଙ୍କ ମନ୍ଦିରର ଖର୍ଚ୍ଚ ବାବଦରେ ଦେଉଥଲେ । ପୁରୀରାଜାଙ୍କୁ ମନ୍ଦିର ସୁପରିଟେଣ୍ଡେଣ୍ଟ ନିଯୁକ୍ତ କରାଗଲା ପରେ ମଧ୍ୟ ବିଲାତରେ ଓ ଭାରତରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସରକାରଙ୍କୁ ସମାଲୋଚନା କରିବାରୁ ବିରତ ହେଲେ ନାହିଁ । ୧୮୩୨ ଖ୍ରୀଷ୍ଟାବ୍ଦରେ ହିନ୍ଦୁ ମନ୍ଦିରମାନଙ୍କର ପରିଚାଳନାରେ ସରକାରଙ୍କ ପ୍ରତ୍ୟକ୍ଷ ସମ୍ପର୍କ ଛିନ୍ନ କରାଯିବା ଉଚିତ ବୋଲି ବିବଦ୍ଧ ଆନ୍ଦୋଳନ ଆରମ୍ଭ ହୋଇଥିଲା । ହିନ୍ଦୁ ଦେବୋତ୍ତର ସମ୍ପତ୍ତିର ପର୍ଯ୍ୟବେକ୍ଷଣରୁ ଇଂରେଜ ସରକାର କ୍ଷାନ୍ତ ରହିବାକୁ ଖ୍ରୀଷ୍ଟିଆନ ଧର୍ମଯାଜକମାନେ ଦାବି କରିଥିଲେ । ସେମାନେ ଓ ସେମାନଙ୍କ ସମର୍ଥକମାନେ ‘ପ୍ରତିମା ପୂଜା ପ୍ରତି ସଂଯୋଗ (Connection with idolatory) ଓ “ଅନ୍ଧବିଶ୍ବାସ ପ୍ରତି ସରକାରୀ ଅନୁମୋଦନ (Official sanction of Superstition) ଅଭିଯୋଗ କରି ଜୋରଦାର ଆନ୍ଦୋଳନ କରିବାରୁ ବିଲାତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଡିରେକ୍ଟର ବୋର୍ଡ ଓ ଭାରତ ସରକାର ବିଚଳିତ ହୋଇପଡ଼ିଲେ । ଫଳରେ ଅଧୁନିୟମ-୧୦, ୧୮୪୦(Act X of 1840, passed on 20.4.1840) ବଳରେ ଯାତ୍ରୀକର (Pilgrim Tax) ବିଲୋପନ କରାଗଲା । ଏହି ବିଲୋପନ ତା: ୩.୫.୧୮୪୦ରୁ କାର୍ଯ୍ୟକାରୀ କରାଗଲା । ଏହି ଅଧୁନିୟମରେ ଥିବା ବ୍ୟବସ୍ଥା ଅନୁସାରେ ଜଗନ୍ନାଥ ମନ୍ଦିରର ତତ୍ବାବଧନ, ଅଭ୍ୟନ୍ତର ଅର୍ଥବ୍ୟବସ୍ଥା, ମନ୍ଦିର ବ୍ୟାପାର ନିର୍ବାହ ଓ ପରିଚାଳନା, ପୂଜାରୀ, ଅଧିକାରୀ ଏବଂ କର୍ମଚାରୀମାନଙ୍କ ଉପରେ ନିୟନ୍ତ୍ରଣ ଦାୟିତ୍ର ରାଜା-ସୁପରିଟେଣ୍ଡେଣ୍ଟଙ୍କ ଉପରେ ନ୍ୟସ୍ତ ରହିଲା ।
ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କ ପ୍ରତିବାଦ ଓ ପ୍ରତିରୋଧ ଦୃଷ୍ଟିରୁ ସରକାର ଶ୍ରୀମନ୍ଦିରକୁ ନଗଦ ଆର୍ଥିକ ଅନୁଦାନ ବଦଳରେ ତଭୁଲ୍ୟ ଭୂସମ୍ପତି ଦାନ କରିଲେ । ୧୮୪୩ ଠାରୁ ୧୮୫୮ ମସିହା ମଧ୍ୟରେ ଅନେକ ଭୂସମ୍ପତ୍ତି ବିଶେଷତଃ “ସତେଇଶି ହଜାରୀ ମାହାଲ’ ରାଜା ସୁପରିଟେଣ୍ଡେଣ୍ଟଙ୍କ ପରିଚାଳନାଧୀନରେ ରଖାଯାଇ ତଲବ୍ ଅର୍ଥରେ ଠାକୁରମାନଙ୍କର ନୀତି, ସେବାପୂଜା ପରିଚାଳନା କରାଗଲା । ପରବର୍ତ୍ତୀ ସମୟରେ ଏକ ସ୍ବତନ୍ତ୍ର ପୋଲିସ୍ ସଂସ୍ଥା ମନ୍ଦିର ପାଇଁ ରଖାଯିବା ସକାଶେ ଏଖରାଜାତ ମାହାଲ ନାମରେ ୧୮୫୮ ଓ ୧୮୬୩ ମସିହାରେ ତତ୍ବାବଧାରକ ହିସାବରେ ପୁରୀରାଜାଙ୍କୁ ହସ୍ତାନ୍ତର କରାଗଲା । ମୋଟ ୧୫୬ଟି ଗ୍ରାମ ଏହି ମାହାଲର ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ୧୨୮ଟି ଗ୍ରାମ ଖୋଦ୍ଧା ତହସିଲରେ ଓ ଅନ୍ୟାନ୍ୟ ଗ୍ରାମ ଭୁବନେଶ୍ବର, ପିପିଲି ଓ ପୁରୀ ସଦର ତହସିଲମାନଙ୍କରେ ରହିଛି । ଏଥୁ ମଧ୍ୟରୁ ୧୩୮ଟି ଗ୍ରାମରେ ସରବରାକାରମାନେ ଜାଗିରୀଦାର ଭାବରେ ରହୁଥୁଲେ ଏବଂ ଖଜଣା ଆଦାୟ କରୁଥୁଲେ । ସମୁଦାୟ ଆଦାୟର ଶତକଡ଼ା ୨୦ ଭାଗ ସେମାନେ ନେଉଥିଲେ । ବାକି ଗ୍ରାମରୁ ମନ୍ଦିର କର୍ତ୍ତୃପକ୍ଷ ତାଙ୍କର କର୍ମଚାରୀମାନଙ୍କଦ୍ୱାରା ପାଉଣା ଆଦାୟ କରୁଥିଲେ ।

ଶ୍ରୀଜଗନ୍ନାଥ ୨୩୫