ପୃଷ୍ଠା:ShreeJagannath.pdf/୨୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କ ସମୟରେ ଆଉ ଏକ ବିଶିଷ୍ଟ ଘଟଣା ହେଲା- ଶ୍ରୀମନ୍ଦିର ଗର୍ଭଗୃହ ଛାତରୁ ପଥର ଖସିବା । ୧୮୭୫ ମସିହା ଜୁଲାଇ ମାସରେ ଯେତେବେଳେ ଦିଅଁମାନେ ରଥଯାତ୍ରାଯୋଗୁଁ ଗୁଣ୍ଡିଚା ଘରେ ଅବସ୍ଥାନ କରୁଥିଲେ, ସେତେବେଳେ ଶ୍ରୀମନ୍ଦିରରେ ଏ ପଥର ଖସିବା ଘଟଣା ଘଟିଥିଲା । ଅବଶ୍ୟ ଏଥିଯୋଗୁଁ କେହି ମୃତାହତ ହୋଇନଥୁଲେ । ୧୮୭୭ ମସିହାରେ ଦିବ୍ୟସିଂହଦେବଙ୍କୁ ବ୍ରିଟିଶ ସରକାର ‘ମହରାଜା' ଉପାଧୁ ପ୍ରଦାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ, ପରବର୍ତ୍ତୀ ବର୍ଷ ତା୮.୪.୧୮୭୮ରେ ଜଣେ ସାଧୁଙ୍କୁ ହତ୍ୟା କରିବା ଅପରାଧରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଣ୍ଡାମାନକୁ ଦ୍ବୀପାନ୍ତର ଦଣ୍ଡ ମିଳିଥିଲା । ସେଠାରେ କେତେ ବର୍ଷ ପରେ ବନ୍ଦୀ ଅବସ୍ଥାରେ ସେ ପ୍ରାଣତ୍ୟାଗ କଲେ ।
ଆଣ୍ଡାମାନଙ୍କୁ ଦିବ୍ୟସିଂହ ଦେବଙ୍କ ପ୍ରେରଣ ପରେ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂକଟ ଓ ଆଇନଗତ ଅସଂଗତି ଦେଖାଦେଇଥିଲା । ଆଇନ ଅନୁଯାୟୀ (Act-x 184୦ ପ୍ରକାରେ) ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ବ ନିର୍ବାସନ ପରେ ମଧ୍ୟ ରାଜାଙ୍କ ଉପରେ ନ୍ୟସ୍ତ ଥିଲା । ସୁତରାଂ ଭାରତ ସରକାର ସଂପୃକ୍ତ ଆଇନର କେତେକ ଧାରାକୁ ବାତିଲ ତଥା ଆବଶ୍ୟକ ସଂଶୋଧନ କରିବାକୁ ଚିନ୍ତାକଲେ । ମନ୍ଦିର ପରିଚାଳନା ଭାର ଗୋଟିଏ କମିଟି ବା ଟ୍ରଷ୍ଟ ହାତରେ ଦେବାକୁ ଏକ ଯୋଜନା ପୁରୀର କଲେକ୍ଟର ମିଷ୍ଟର କେ.ଜି. ଗୁପ୍ତ ପ୍ରସ୍ତୁତ କରି ୧୮୮୩ ସାଲରେ ସରକାରଙ୍କ ଅନୁମୋଦନ ସକାଶେ ପଠାଇଲେ । ମନ୍ଦିରର ସୁପରିଣ୍ଟେଣ୍ଡେଣ୍ଟ ପଦ ଶୁନ୍ୟ ହେଲା ବୋଲି ଘୋଷଣା କରିବାକୁ ସରକାରଙ୍କ ତରଫରୁ ଦେୱାନୀ ଅଦାଲତରେ ଏକ ମୋକଦ୍ଦମା (ସୁଟ) ଦାଏର କରାଗଲା ।
ଏହି ସୁଟ୍ (Suit) ବିରୁଦ୍ଧରେ ପ୍ରବଳ ଜନଚେତନା ତଥା ପ୍ରତିବାଦ ପ୍ରକାଶ ପାଇଲା । ହିନ୍ଦୁଧର୍ମର ଏହି ଶ୍ରେଷ୍ଠ ଅନୁଷ୍ଠାନରେ ସରକାରଙ୍କ ଅଯଥା ହସ୍ତକ୍ଷେପ ଓ ଠାକୁରରାଜାଙ୍କ ପାରମ୍ପରିକ ସମ୍ମାନ ଏବଂ ପ୍ରତିଷ୍ଠାର ବିଲୋପସାଧନ ପ୍ରଚେଷ୍ଟାର ପ୍ରତିବାଦରେ ଅନେକ ପ୍ରତିବାଦ ପତ୍ର ଓ ସ୍ମାରକ ପତ୍ର ଭାରତ ସରକାରଙ୍କ ପାଖକୁ ପଠାଗଲା । ରାଣୀ ସୂର୍ଯ୍ୟମଣିଙ୍କ ତରଫରୁ ଉତ୍କଳଗୌରବ ମଧୁସୂଦନ ଦାସ ସରକାରଙ୍କ ବିରୁଦ୍ଧରେ ଲଢ଼ିଥିଲେ । ପରିଶେଷରେ ସରକାର ବାଧ୍ୟ ହୋଇ ରାଣୀଙ୍କ ସହିତ ଆପୋଷ ରାଜିନାମାପାଇଁ ପ୍ରସ୍ତାବ ଦେଲେ । ରାଣୀଙ୍କ ଓକିଲ ମଧୁବାବୁଙ୍କ ନିକଟକୁ ଓଡ଼ିଶା ଡିଭିଜନର କମିଶନର ପଠାଇଥିବା ଚିଠା ରାଜିନାମା ପ୍ରସ୍ତାବର ଉତ୍ତରରେ କେତେକ ସଂଶୋଧନ ସହ ମଧୁବାବୁ ସମ୍ମତି ଜଣାଇଲେ ।
ରାଣୀ ଓ ସରକାରଙ୍କ ମଧ୍ୟରେ ରାଜିନାମା ହେବା ଫଳରେ ସରକାର ସିଭିଲ କୋର୍ଟରୁ ସୁଟ୍ ଉଠାଇ ଆଣିଲେ । ରାଜିନାମାର ସର୍ତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ବ ପୁରୀ ରାଜାଙ୍କ ଉପରେ ପୂର୍ବ ପରି ବ୍ୟସ୍ତ ରହିଲା । ନାବାଳିକ ଭଜା ସାବାଳକ ହେବା ଯାଏଁ ରାଣୀ ସୂର୍ଯ୍ୟମଣି ଶ୍ରୀମନ୍ଦିର ସୁପରିଣ୍ଟେଣ୍ଡେଣ୍ଟ ଓ ଇଷ୍ଟେଟ୍ ପରିଚାଳନା ଦାୟିତ୍ବରେ ରହିଲେ । ଜଣେ ମ୍ୟାନେଜରଙ୍କୁ ସେ ତାଙ୍କର କ୍ଷମତା ପ୍ରଦାନ (delegate) କରିବା ବ୍ୟବସ୍ଥା ରଖାଗଲା । କିନ୍ତୁ କୌଣସି ମନ୍ଦିର ସେବକଙ୍କୁ ରାଣୀଙ୍କ ଅନୁମୋଦନ ବିନା ସେବାରୁ ବାସନ୍ଦ କରିବାର ଅଧୁକାର ମ୍ୟାନେଜରଙ୍କର

ଶ୍ରୀଜଗନ୍ନାଥ ୨୩୭