ପୃଷ୍ଠା:ShreeJagannath.pdf/୨୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେତେଜଣ ବ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଙ୍କ କୁପରାମର୍ଶରେ ସେ ପରିଚାଳିତ ହେଉଥୁଲେ । ତା ୨୦.୧୦.୧୯୦୧ (ମହାଷ୍ଟମୀ) ଦିନ ଶ୍ରୀମନ୍ଦିରର ପୋଖରିଆରେ ପ୍ରବଳ ଯାତ୍ରୀଭିଡ଼ଯୋଗୁଁ ଦୁଇଜଣ ବ୍ୟକ୍ତି ଦଳାଚକଟାରେ ପ୍ରାଣ ହରାଇଲେ ଓ ଅନେକ ଆଘାତ ପ୍ରାପ୍ତ ହୋଇଥିଲେ ବୋଲି ସରକାରୀ ନଥିପତ୍ରରେ ଉଲ୍ଲେଖ ଅଛି ।
ଶ୍ରୀମନ୍ଦିରର ଆର୍ଥିକ ପରିସ୍ଥିତି ବେଳକୁ ବେଳ ଶୋଚନୀୟ ହୋଇପଡ଼ିଲା । ରାଜା ମୁକୁନ୍ଦଦେବ କରଜରେ ବୁଡ଼ି ରହିଲେ । ସରକାରଙ୍କ ଚାପ ଫଳରେ ରାଜା, ଜଣେ ଡେପୁଟି ମାଜିଷ୍ଟ୍ରେଟଙ୍କୁ ଡେପୁଟେସନ୍‌ରେ ଆଣି ମନ୍ଦିରର ମ୍ୟାନେଜର ପଦବୀରେ ରଖିବାକୁ ବାଧ୍ୟ ହେଲେ । ଡେପୁଟି ମାଜିଷ୍ଟ୍ରେଟ୍ ରାଜକିଶୋର ଦାସ ୧୩.୫.୧୯୦୩ ତାରିଖରେ ମ୍ୟାନେଜର ଭାବେ ଦାୟିତ୍ୱ ଗ୍ରହଣ କଲେ । ଏହି ପଦବୀରେ ସେ ପ୍ରଥମ ଥର ପାଞ୍ଚବର୍ଷ ଓ ଦ୍ୱିତୀୟ ଥର ଆଉ ପାଞ୍ଚବର୍ଷ, ଏହିପରି ଦଶବର୍ଷ ଯାଏଁ ରହି ମନ୍ଦିରର ହିସାବପତ୍ର ଓ ଆର୍ଥିକ ଶୃଙ୍ଖଳା ପ୍ରତି ଧ୍ୟାନ ଦେଲେ । ସେ ରହିବାର କେତେବର୍ଷ ପରେ କେତେଜଣ ଇତର ବ୍ୟକ୍ତିଙ୍କ ସ୍ୱାର୍ଥରେ ବାଧା ଆସିବାରୁ ସେମାନେ ରାଜା ଓ ରାଜକିଶୋରଙ୍କ ମଧ୍ୟରେ ଭୁଲ ବୁଝାମଣା ଓ ବିବାଦ ସୃଷ୍ଟି କରାଇଥିଲେ । ମୁକୁନ୍ଦଦେବ ଜେଜେ ମା’ ରାଣୀ ସୂର୍ଯ୍ୟମଣି ଓ ନିଜର ପତ୍ନୀଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ରଖିନଥିଲେ । ମୁକୁନ୍ଦଦେବଙ୍କ ମାତାଙ୍କ ଦେହାନ୍ତ ହୋଇଯାଇଥିଲା ।
ନିମ୍ନଲିଖୁତ ବ୍ୟକ୍ତିମାନେ ବିଭିନ୍ନ ସମୟରେ ୧୮୮୯ ମସିହାଠାରୁ ୧୯୨୬ ମସିହା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ ।
୧୮୮୯ ରୁ ୧୮୯୦- ହରେକୃଷ୍ଣ ଦାସ
୧୮୯୦ ରୁ ୧୮୯୩ - କୃଷଚନ୍ଦ୍ର ମହାନ୍ତି
୧୮୯୩ - ଆର୍ କେ. କୁଣ୍ଡ (ଅଳ୍ପ ସମୟ ପାଇଁ)
୧୮୯୩ ରୁ ୧୮୯୫ - ଜେ. ଏନ୍. ଚୌଧୁରୀ
୧୮୯୫ - ନିତ୍ୟାନନ୍ଦ ଦାସ ( ସ୍ୱଳ୍ପ କାଳ ପାଇଁ )
୧୮୯୮ - ମିଷ୍ଟର ପ୍ରାଇସ୍ (ପୂର୍ବତନ ଆଇ.ସି.ଏସ୍.) (ସ୍ୱଳ୍ପକାଳ)
୧୯୦୦ - ମିଷ୍ଟର ପ୍ରାଇସ୍ (ପୁଣି ସ୍ୱଳ୍ପକାଳ ପାଇଁ)
୧୯୦୦ (ମେ) ରୁ ୧୯୦୦ (ଅକ୍ଟୋବର) - ଚିନ୍ତାମଣି ପଟ୍ଟନାୟକ
୧୯୦୦ (ଅକ୍ଟୋବର) - ରାସବିହାରୀ ନାୟକ (ସ୍ୱଳ୍ପକାଳ)
୧୯୦୩ (ମେ) ରୁ ୧୯୧୩ (ମେ) - ରାଜକିଶୋର ଦାସ
୧୯୧୩ (ମେ) ରୁ ୧୯୧୭ (ମେ) - ଗୌରଶ୍ୟାମ ମହାନ୍ତି
୧୯୧୭ (ମେ) ରୁ ୧୯୨୧ (7) - ବାଳମୁକୁନ୍ଦ କାନୁନ୍‌ଗୋ
୧୯୨୧ (ମେ) ରୁ ୧୯୨୫ (ମେ) - ସଖୀ ଚାନ୍ଦ
୧୯୨୫ (ମେ) ୧୯୨୬ (ଅଗଷ୍ଟ) - ଲାଲା ଆଶୁତୋଷ

ଶ୍ରୀଜଗନ୍ନାଥ ୨୩୯