ପୃଷ୍ଠା:ShreeJagannath.pdf/୨୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୨୬ ମସିହା ଫେବ୍ର ଆରି ମାସ ୧୧ ତାରିଖରେ ବସନ୍ତ ରୋଗରେ ରାଜା ମୁକୁନ୍ଦଦେବଙ୍କର ମୃତ୍ୟୁ ଘଟିଲା । ତାଙ୍କ ପରେ ତାଙ୍କର ପୋଷ୍ୟ ପୁତ୍ର ରାମଚନ୍ଦ୍ର ଦେବ (୪ର୍ଥ) ନାମ ଧାରଣ କରି ରାଜଗାଦିରେ ବସିଲେ । କିନ୍ତୁ କେତେ ମାସ ଯାଏଁ ମନ୍ଦିର ସୁପରିଣ୍ଟେଣ୍ଡେଣ୍ଟ ଭାବରେ ସରକାର ତାଙ୍କୁ ସ୍ୱୀକୃତି ଦେଇନଥିଲେ ଏବଂ ରାଜା ଉପାଧି ମଧ୍ୟ ଦେଇନଥିଲେ । ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟ ମୁଖ୍ୟତଃ ମ୍ୟାନେଜର ତୁଲାଉଥିଲେ ।
ରାମଚନ୍ଦ୍ର ଦେବଙ୍କ ଅମଳରେ ମନ୍ଦିରର ମ୍ୟାନେଜର ଭାବରେ ଲାଲା ଆଶୁତୋଷ କେତେ ମାସ କାମ କରିଥିଲେ । ତା'ପରେ ଆଉ କେହି ମ୍ୟାନେଜର ରହିଲେ ନାହିଁ । ରାଜାଙ୍କ ସୁପାରିଶ ଓ ସରକାରଙ୍କ ଅନୁମୋଦନ ଲାଭ ପରେ ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ଓ ପୂର୍ବତନ ମ୍ୟାନେଜର ରାଜକିଶୋର ଦାସଙ୍କୁ ରାଜାଙ୍କ ଦେୱାନ ଭାବରେ ନିଯୁକ୍ତ କରାଗଲା । ଏହି ପଦବୀରେ ସେ ପ୍ରାୟ ପାଞ୍ଚବର୍ଷ କାର୍ଯ୍ୟ କରିଥିଲେ ।
ରାମଚନ୍ଦ୍ର ଦେବଙ୍କ ପରେ ତାଙ୍କର ପୁତ୍ର ବୀରକିଶୋର ଦେବ (୩ୟ) ରାଜା ହେଲେ ୧୯୫୬ ମସିହାରେ । ତାଙ୍କ ପରେ ଦିବ୍ୟସିଂହ ଦେବ (୪ର୍ଥ) ୧୯୭୦ରେ ରାଜା ହେଲେ ।
ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଘଜ୍ୟ ସରକାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ କ୍ରମାଗତ ବିଶୃଙ୍ଖଳା, ଦୈନିକ ନୀତି ଓ ଯାନିଯାତ୍ରାରେ ବିଭ୍ରାଟ ତଥା ଅହେତୁକ ବିଳମ୍ବ ଇତ୍ୟାଦି ସମସ୍ୟାର ନିରାକରଣ ଚିନ୍ତା କରି ପ୍ରାଥମିକ ପଦକ୍ଷେପ ସ୍ବରୂପ ୧୯୫୨ ମସିହାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ପ୍ରଶାସନ) ଅଧିନିୟମ, ୧୯୫୨’ (The Puri Shri Jagannath Temple (Administration) Act, 1952) ପ୍ରଣୟନ କଲେ । ଓଡ଼ିଶା ବିଧାନସଭାରେ ତତ୍କାଳୀନ ବିବିଭାଗ ମନ୍ତ୍ରୀ ଦୀନବନ୍ଧୁ ସାହୁ ବିଲ୍ ଉପସ୍ଥାପନ କରି ଏଭଳି ଆଇନ ପ୍ରଣୟନର ଆବଶ୍ୟକତା ଦର୍ଶାଇଥିଲେ । ସେ ଦେଇଥିବା ବିବୃତିର କିଛି ଅଂଶ ନିମ୍ନରେ ପ୍ରଦାନ କରାଗଲା ।

STATEMENT OF OBJECTS AND REASONS


"The Puri Temple of Lord Jagannath which occupies an unique position not only in the State of Orissa but also in relation to the whole of the Union is in a sad plight.

Abject mismanagement, a standing disgrace to the citizens and their administration, prevails in spite of all efforts to remedy it. There is no escape but that in the interest of the public, State Government must step in and take effective measures in order to save it from ruination.

In the absence of any guidance from the Raja and sufficient contribution from him for the regular expenses of the Temple, the scheduled and disciplined performance of the Nitis has suffered beyond imagination and the Raja has practically lost all control over the different Sebaks and other temple servants. XXX."

୨୪୦ ଶ୍ରୀଜଗନ୍ନାଥ