ପୃଷ୍ଠା:ShreeJagannath.pdf/୨୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉକ୍ତ ଅଧିନିୟମ, ୧୯୫୨ ରେ ଥିବା ବ୍ୟବସ୍ଥାନୁଯାୟୀ ଜଣେ ସ୍ପେଶାଲ ଅଫିସରଙ୍କୁ ସରକାର ନିଯୁକ୍ତି ଦେଲେ । ସେ ଶ୍ରୀମନ୍ଦିର ଓ ତାର ସେବାପୂଜା ଏବଂ ପ୍ରଦତ୍ତ ସମ୍ପତ୍ତି (ଦେବୋତ୍ତର) ସହିତ ସମ୍ପୃକ୍ତ ସେବକ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ଅଧିକାର ଓ ଦାୟିତ୍ୱ ସମ୍ବନ୍ଧରେ ଅନୁଧ୍ୟାନ କରି ସୂତ୍ରଲିପି ବା ଅଧିକାର ଅଭିଲେଖ (Record of rights) ପ୍ରସ୍ତୁତ କରି ତାଙ୍କର ରିପୋର୍ଟ ସରକାରଙ୍କ ନିକଟରେ ୧୯୫୪ ମସିହା ମାର୍ଚ୍ଚ ୧୫ ତାରିଖରେ ଦାଖଲ କଲେ । ତାଙ୍କର ସୁପାରିଶ ଅନୁଯାୟୀ ୧୯୫୫ ମସିହାରେ ସରକାର ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୪ (Shri Jagannath Temple Act, 1954) (Orissa Act No.11 of 1955) ପ୍ରଣୟନ କଲେ । ପୂର୍ବ ପ୍ରଚଳିତ ସମୟ ଅନିୟମ, ନିୟମ, ବିନିୟମ (regulation) ଓ ପରିଚାଳନା ବ୍ୟବସ୍ଥାକୁ ଅସିଦ୍ଧ କରି ଏହି ଐତିହାସିକ ଆଇନ ପ୍ରକୃତରେ ୧୯୫୫ ମସିହାରେ ପ୍ରଣୟନ ହୋଇଲେ ମଧ୍ୟ ତା୨୭.୧୦.୧୯୬୦ରୁ ଲାଗୁ ହୋଇଥିଲା । ଏହି ଅଧୁନିୟମ ବା ଆଇନର ଧାରା-୩ ଅନୁଯାୟୀ ପୂର୍ବୋକ୍ତ ଅନିୟମ, ୧୯୫୨କୁ ଏହାର ଅଙ୍ଗୀଭୂତ କରାଗଲା ।
ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୪ (୧୯୫୫)ର ଧାରା-୫ ଅନୁଯାୟୀ ସରକାରଙ୍କ ଦ୍ୱାର ଗଠିତ 'ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି' ଉପରେ ଶ୍ରୀମନ୍ଦିର ଓ ତ ଲଗ୍ନ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିଚାଳନା ଦାୟିତ୍ୱ ନ୍ୟସ୍ତକରାଗଲା । କମିଟି ଆଇନ ଅନୁଯାୟୀ ସଂଘବଦ୍ଧ (body corporate) ରହିବେ ଓ ଏହାଙ୍କର ସାଧାରଣ ମୋହର (Common seal) ରହିବ । ଏହାର ଧାରାବାହିକତା ନିରବଚ୍ଛିନ୍ନ (Perpetual succession) ରହିବା ସଙ୍ଗେ ସଙ୍ଗେ ସଂଗଠିତ ରଘରେ ମୋକଦ୍ଦମା କରିବା ଓ ମୋକଦ୍ଦମାଭୁକ୍ତ (to sue and to be sued) ବ୍ୟବସ୍ଥା ରହିଲା ।
ଏହି ଅନିୟମର ୬ ଧାରା ଅନୁସାରେ ପୁରୀ ରାଜା ପରିଚାଳନା କମିଟିର ବଂଶାନୁକ୍ରମିକ ସଭାପତି (Chairman) ରହିଲେ । ପୁରୀ ଜିଲ୍ଲାପାଳ ଏହି କମିଟିର ପଦପ୍ରଯୁକ୍ତ (ex-officer) ଉପସଭାପତି ରହିଲେ । ଧାରା-୧୯ ଅନୁଯାୟୀ ଜଣେ ଅଫିସରଙ୍କୁ ପ୍ରଶାସକ (Administrator) ନିଯୁକ୍ତ କରାଗଲା । ସେ ପରିଚାଳନା କମିଟିର ପଦପ୍ରଯୁକ୍ତ ସମ୍ପାଦକ (Secretary) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (Chief Executive Officer) ହେଲେ । ଧାରା-୨୧ରେ ପ୍ରଶାସକଙ୍କ କ୍ଷମତା ଓ କର୍ତ୍ତବ୍ୟ ଉଲ୍ଲେଖ ରହିଛି । ନିମ୍ନ ପ୍ରକାରେ ୧୨ ଜଣ ସଭ୍ୟ (ସଭାପତିଙ୍କ ସମେତ)ଙ୍କୁ ନେଇ ପରିଚାଳନା କମିଟି ଗଠନ କରାଗଲା ।
କ) ପୁରୀ ରାଜା – ଚେୟାରମ୍ୟାନ ବା ସଭାପତି
ଖ) ପୁରୀ ଜିଲ୍ଲାପାଳ - ଉପସଭାପତି
ଗ) ପ୍ରଶାସକ - ପଦପ୍ରଯୁକ୍ତ ସଭ୍ୟ
ଘ) ଦେବୋତ୍ତର କମିଶନର - ପଦପ୍ରଯୁକ୍ତ ସଭ୍ୟ
ଙ) ମୁକ୍ତିମଣ୍ଡପ ପ୍ରତିନିଧ (ଏକଜଣ) - ସଭ୍ୟ
ଚ) ଶ୍ରୀମନ୍ଦିର ସେବକମାନଙ୍କ ମଧ୍ୟରୁ ଚାରିଜଣ) - ସଭ୍ୟ
ଛ) ମଠ ଓ ଅନ୍ୟାନ୍ୟ ଅନୁଷ୍ଠାନ (ଯାହାର କି ଶ୍ରୀମନ୍ଦିର ସେବାପୂଜା ବା ନୀତି ସହିତ ସମ୍ପର୍କ ରହିଛି) ମଧ୍ୟରୁ ଏକ ଜଣ - ସଭ୍ୟ

ଶ୍ରୀଜଗନ୍ନାଥ ୨୪୧