ପୃଷ୍ଠା:ShreeJagannath.pdf/୨୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜ) ଅନ୍ୟାନ୍ୟ ଦୁଇ ଜଣ (ଉଲ୍ଲିଖିତ ‘ଚ ଓ ଛ’ ଶ୍ରେଣୀର ହୋଇ ନଥିବେ) - ସଭ୍ୟ ।
କେବଳ ହିନ୍ଦୁଧର୍ମାବଲମ୍ବୀ ହିଁ ପରିଚାଳନା କମିଟିର ସଭ୍ୟ ହୋଇପାରିବେ । ଚେୟାରମ୍ୟାନ ଓ ପଦପ୍ରଯୁକ୍ତ ସଭ୍ୟମାନଙ୍କ ଛଡ଼ା ଅନ୍ୟ ସଭ୍ୟମାନଙ୍କର କାର୍ଯ୍ୟକାଳ ତିନି ବର୍ଷ ରହିବ । ଧାରା୧୫ରେ ପରିଚାଳନା କମିଟିର କର୍ତ୍ତବ୍ୟ ଉଲ୍ଲେଖ କରାଯାଇଛି । ଧାରା ୬(କ)(୧) ଅନୁସାରେ ପରିଚାଳନା କମିଟି ସର୍ବାଧୁକ ଚାରିଜଣଙ୍କୁ (କେତେକ କଟକଣା ଥାଇ) ବରିତ ସଦସ୍ୟ (coopted member) କରିପାରିବେ ।
ଏହି ଶ୍ରୀଜଗନ୍ନାଥ ମନ୍ଦିର ଅଧୁନିୟମର ବୈଧତା ଓ ସାମ୍ବିଧାନିକତାକୁ ଆହ୍ବାନ ବା ବିରୋଧ କରି ରାଜା ରାମଚନ୍ଦ୍ରଦେବ ଓ ତାଙ୍କ ପରେ ରାଜା ବୀରକିଶୋର ଦେବ ଓଡ଼ିଶା ହାଇକୋର୍ଟରେ ଓ ସୁପ୍ରିମ୍‌କୋର୍ଟରେ ମୋକଦ୍ଦମା କରିବାରୁ ଏହି ଆଇନ କାର୍ଯ୍ୟକାରୀ ହେବାକୁ ପ୍ରାୟ ୫ ବର୍ଷ ଲାଗିଥିଲା । ରାଜାଙ୍କ ଯୁକ୍ତି ଥିଲା ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ତାଙ୍କର ବ୍ୟକ୍ତି ଗତ ସମ୍ପତ୍ତି । ଓଡ଼ିଶା ସରକାର ଉକ୍ତ ଅଧୁନିୟମ ବଳରେ ତାଙ୍କୁ କୌଣସି କ୍ଷତିପୂରଣ ନ ଦେଇ ତାଙ୍କ ଅଧୁକାରକୁ ଉଚ୍ଛେଦ କରିବା ଫଳରେ ଭାରତୀୟ ସମ୍ବିଧାନର ୧୯ ଓ ୩୧ ଧାରାର ଉଲ୍ଲଙ୍ଘନ କରାଯାଇଛି । ତାଙ୍କର ଆହୁରି ଯୁକ୍ତି ହେଲା ଯେ, ସମସ୍ତ ହିନ୍ଦୁ ମନ୍ଦିର ଓ ଦେବୋତ୍ତର ସମ୍ପତ୍ତିର ପରିଚାଳନାପାଇଁ ହିନ୍ଦୁ ଦେବୋତ୍ତର ଅନିୟମ, ୧୯୫୨ (The Orissa Hindu Religious Endowment Act, 1952) ଭଳି ଏକ ସାଧାରଣ ଆଇନ ଥୁବା ବେଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବା ଫଳରେ ଏହି ମନ୍ଦିରକୁ ଅନ୍ୟାନ୍ୟ ମନ୍ଦିରଠାରୁ ଅଲଗା କରି ବିଚାର କରାଯାଉଛି ।
ଉଭୟ ପକ୍ଷଙ୍କ ରାଜା ଓ ରାଜ୍ୟ ସରକାରଙ୍କ) ଯୁକ୍ତି, ଆଇନର ବ୍ୟାପକ ବ୍ୟାଖ୍ୟା ଓ ବିଶ୍ଳେଷଣ କରି ମାନ୍ୟବର ହାଇକୋର୍ଟ ରାଜାଙ୍କ ଦାବି ଅଗ୍ରାହ୍ୟ କରିଲେ । ରାଜା ଆଦ୍ୟ ସେବକ ହୋଇଥିବାରୁ ତାଙ୍କର ପାରମ୍ପରିକ ସେବା ଅଧୁକାର ଓ ପ୍ରାପ୍ୟାରେ ଆଲୋଚିତ ଆଇନରେ ହସ୍ତକ୍ଷେପ କରାଯାଇନାହିଁ । ତାଙ୍କର ବଂଶାନୁକ୍ରମିକ ଅଧ୍ୟକ୍ଷତାରେ ପରିଚାଳନା କମିଟି ପରିଚାଳିତ ହେବା ବ୍ୟବସ୍ଥା କରାଯାଇଥୁବାରୁ ରାଜାଙ୍କ ସେ ଅଧୁକାର ମଧ୍ୟ ସମ୍ପୂର୍ଣ୍ଣ କ୍ଷୁଣ୍ଡ ହୋଇନାହିଁ; ବରଂ ପରିଚାଳନା ପ୍ରକ୍ରିୟାରେ ଏକ ନୂତନ ବିନ୍ୟାସ କରାଯାଇଛି ।
ଓଡ଼ିଶା ସରକାରଙ୍କ ବିଧି ବିଭାଗ (Law department)ର ଅଧନା ନଂ.୬ ୬୧୯ ତା ୨୪.୧୦.୧୯୬୦ ପ୍ରକାଶ ପାଇବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାପାଇଁ ଗଠିତ କମିଟି ୭.୧୦.୧୯୬୦ରେ କାର୍ଯ୍ୟଭାର ଗ୍ରହଣ କଲେ ଉକ୍ତ ଦିନ ଜିଲ୍ଲାପାଳ ଉଦୟନାଥ ପଟ୍ଟନାୟକ, ଶ୍ରୀମନ୍ଦିରର ପ୍ରଥମ ପ୍ରଶାସକ ଆନନ୍ଦ ଚନ୍ଦ୍ର ମହାପାତ୍ର, ଏସ୍.ପି., କମିଟି ସଭ୍ୟ ରମେଶ ମିତ୍ର, ବିଚିତ୍ରାନନ୍ଦ ଦାସ, ଏମାରମଠ ମହନ୍ତ ଶ୍ରୀନିବାସ ରାମାନୁଜ ଦାସ, ଦ୍ବାରକାନାଥା ପଟ୍ଟଯୋଷୀ, ବିଶ୍ବନାଥ ପାଢ଼ୀ, ଜଗବନ୍ଧୁ ମହାପାତ୍ର, ଦେବୋତ୍ତର କମିଶନର ଲକ୍ଷ୍ମଣ ପଣ୍ଡା ଶ୍ରୀମନ୍ଦିରକୁ ଯାଇ ଭିତରକାଠ ପାଖରେ ଦିଅଁ ଦର୍ଶନ କରି ସେଠାରେ ଏକତିରିଶ ଟଙ୍କା

୨୪9 ଶ୍ରୀଜଗନ୍ନାଥ