ପୃଷ୍ଠା:ShreeJagannath.pdf/୨୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାରିଖଠାରୁ ରାଜ୍ୟ ବିଧି (Law) ବିଭାଗର ପ୍ରତ୍ୟକ୍ଷାଧୀନରେ ଥାଇ ଜଣେ ଜଣେ ଉପଶାସନ ସଚିବ (Deputy Secretary), କିମ୍ବା ଯୁଗ୍ଧଶାସନ ସଚିବ (Joint Secretary) ( ବରିଷ୍ଠ ଓ.ଏ.ଏସ୍. ଅଫିସର) ପ୍ରଶାସକ ଭାବରେ କାର୍ଯ୍ୟ କଲେ ।
ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୪ରେ ସଂଶୋଧନ କରି ଶ୍ରୀଜଗନ୍ନାଥ ମନ୍ଦିର (ସଂଶୋଧନ) ଅଧିନିୟମ, ୨୦୦୪ ପ୍ରଣୟନ କଲେ । ଏହିଁ Shri Jagannath Temple (Amendment) Act, 2004 (ବିଧି ବିଭାଗର ଅଧୁସୂଚନା ତା ୨୭.୧୨.୨୦୦୪) ଓଡ଼ିଶା ଗେଜେଟ୍ (ଏକଷ୍ଣୁ ଅଡିନାରି, ତା.୨୭.୧୨.୨୦୦୪)ରେ ପ୍ରକାଶିତ ହେଲା ।
ଏହି ସଂଶୋଧିତ ଅଧିନିୟମ ଅନୁସାରେ ଶ୍ରୀମନ୍ଦିର ପରିଚାଳନା ସଂସ୍ଥାକୁ ଏକ ନୂଆ ରୂପ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଉନ୍ନତ କରାଗଲା । ଜଣେ କାର୍ଯ୍ୟକାରୀ ସଭାପତି (working chairman) ରହିବାର ବ୍ୟବସ୍ଥା କରାଗଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାଠାରୁ ନିମ୍ନ ହୋଇନଥିବା ଜଣେ ଅଫିସର ପଦପ୍ରଯୁକ୍ତ ଭାବରେ କାର୍ଯ୍ୟକାରୀ ସଭାପତି ରହିଲେ ।
ଜଣେ ଆଇ.ଏ.ଏସ୍. ଅଫିସର, କମିଶନର ପାହ୍ୟଠାରୁ ନିମ୍ନ ହୋଇନଥିବା (ରାଜସ୍ୱ ଡିଭିଜନାଲ କମିଶନର ସମତୁଲ୍ୟ) ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ (Chief Administrator) ରହିଲେ ।
ପୁରୀ ଜିଲ୍ଲାପାଳ ପଦପ୍ରଯୁକ୍ତ ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ (Deputy Chief Administrator) ରହିଲେ ।
ମୁଖ୍ୟ ପ୍ରଶାସକଙ୍କ ଅଧୀନରେ ତାଙ୍କୁ ସହାୟତା କରିବାପାଇଁ ତିନିଜଣ ପ୍ରଶାସକ (Administrator ଙ୍କୁ ରଖାଗଲା । ସେମାନେ ହେଲେ-(୧) ପ୍ରଶାସକ (ଉନ୍ନୟନ) - ଆଇ ଏ.ଏସ୍. କିମ୍ବା ଓ.ଏ.ଏସ୍. ଅଫିସର, ଯୁଗ୍ଧ ଶାସନ ସଚିବ ପାହ୍ୟଠାରୁ ନିମ୍ନ ହୋଇନଥିବ । (୨) ପ୍ରଶାସକ (ନୀତି)- ଓ.ଏ.ଏସ୍. ଅଫିସର ଯାହାଙ୍କ ପାହା ଯୁଗ୍ଧ ଶାସନ ସଚିବ ପାହାଠାରୁ ନିମ୍ନ ହୋଇ ନବ । (୩) ପ୍ରଶାସକ (ସୁରକ୍ଷା)- ଆଇ.ପି.ଏସ୍. କିମ୍ବା ଓ.ପି.ଏସ୍. ଅଫିସର, ଯାହାଙ୍କ ପାହା ଅତିରିକ୍ତ ଏସ୍.ପି.ଙ୍କ ଠାରୁ ନିମ୍ନ ହୋଇ ନଥିବ ।
ଏମାନଙ୍କ ବ୍ୟତୀତ ବିଭିନ୍ନ ବିଭାଗରୁ ଆସି ଉପ ପ୍ରଶାସକ (Deputy Administrator) ଓ ସହକାରୀ ପ୍ରଶାସକ (Asst. Administrator) ଭାବରେ କେତେ ଜଣ ଅଫିସର କାର୍ଯ୍ୟ କଲେ ।
ପୂର୍ବରୁ ଅନିୟମରେ ସଭାପତିଙ୍କ ସମେତ ବାର ଜଣ ସଭ୍ୟଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଉଥିଲା । ସଂପୃକ୍ତ ଧାରା ୬(୧)ରେ ପ୍ରତି ସ୍ଥାପନ କରାଯାଇ ସଭାପତିଙ୍କ ସମେତ ଅଠର ଜଣ ସଭ୍ୟଙ୍କୁ ପରିଚାଳନା କମିଟିରେ ନିଆଗଲା ।

୨୪୪ ଶ୍ରୀଜଗନ୍ନାଥ