ପୃଷ୍ଠା:ShreeJagannath.pdf/୨୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀଜଗନ୍ନାଥ ମନ୍ଦିର (ସଂଶୋଧନ) ଅଧିନିୟମ, ୨୦୦୪ରେ ଥିବା ବ୍ୟବସ୍ଥା ଅନୁଯାୟୀ ବର୍ତ୍ତମାନ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ନିମ୍ନମତେ ଗଠନ କରାଯାଇଛି ।
କ) ପୁରୀ ରାଜା - ସଭାପତି
ଖ) ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାଠାରୁ ନିମ୍ନ ହୋଇନଥିବା ଜଣେ ଅଫିସର କାର୍ଯ୍ୟକାରୀ ସଭାପତି (ପଦ ପ୍ରଯୁକ୍ତ)
ଗ) ମୁଖ୍ୟ ପ୍ରଶାସକ - ସଭ୍ୟ ଓ ସଂପାଦକ (ପଦପ୍ରଯୁକ୍ତ)
ଘ) ଜିଲ୍ଲାପାଳ, ପୁରୀ - ସଭ୍ୟ (ପଦ ପ୍ରଯୁକ୍ତ)
ଙ) ଦେବୋତ୍ତର କମିଶନର, ଓଡ଼ିଶା - ସଭ୍ୟ (ପଦପ୍ରଯୁକ୍ତ)
ଚ) ଅତିରିକ୍ତ ଶାସନ ସଚିବ, ବିଧିବିଭାଗ (ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦାୟିତ୍ୱରେ ଥିବା) - ସଭ୍ୟ (ପଦ ପ୍ରଯୁକ୍ତ)
ଛ) ପୋଲିସ ସୁପିରିଣ୍ଟେଣ୍ଡେଣ୍ଟ, ପୁରୀ - ସଭ୍ୟ (ପଦ ପ୍ରଯୁକ୍ତ)
ଜ) ସୁପରିନ୍‍ଟେଣ୍ଡିଙ୍ଗ୍‍ ଆର୍କିଓଲୋଜିଷ୍ଟ, ଓଡ଼ିଶା ସର୍କଲ, ଭୁବନେଶ୍ୱର (ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ) - ସଭ୍ୟ (ପଦପ୍ରଯୁକ୍ତ)
ଝ) ମୁକ୍ତିମଣ୍ଡପ ଉପରେ ବସିପାରିବା ଅଧିକାର ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ସଭ୍ୟ
ଞ) ଶ୍ରୀମନ୍ଦିର ସେବକମାନଙ୍କ ମଧ୍ୟରୁ ସରକାରଙ୍କଦ୍ୱାରା ମନୋନୀତ ପାଞ୍ଚ ଜଣ- ସଭ୍ୟ
ଟ) ଶ୍ରୀମନ୍ଦିରର ସେବାପୂଜା କିମ୍ବା ନୀତି ସହିତ ସମ୍ପର୍କିତ ମଠ ଓ ଅନ୍ୟାନ୍ୟ ଅନୁଷ୍ଠାନ କିମ୍ବା କୌଣସି ହିନ୍ଦୁଧାର୍ମିକ/ଆଧ୍ୟାତ୍ମିକ ସଂଗଠନ ମଧ୍ୟରୁ ସରକାରଙ୍କଦ୍ୱାରା ମନୋନୀତ ଜଣେ- ସଭ୍ୟ
ଠ) ଉଲ୍ଲିଖିତ (ଞ) ଓ (ଟ) ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇନଥିବା ଅନ୍ୟାନ୍ୟ ତିନି ଜଣ ବ୍ୟକ୍ତି (ଜଣେ ସେଥିରୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍‍ ହୋଇଥିବା ଆବଶ୍ୟକ)- ସଭ୍ୟ ।
କେବଳ ହିନ୍ଦୁଧର୍ମାବଲମ୍ବୀମାନେ ପରିଚାଳନା କମିଟିର ସଭ୍ୟ ହୋଇପାରିବେ ।
ଶ୍ରୀ ସୁରେଶଚନ୍ଦ୍ର ମହାପାତ୍ର, ଆଇ.ଏ.ଏସ୍‍., ପ୍ରମ କରି ମୁଖ୍ୟ ପ୍ରଶାସକ ଭାବରେ ୨୦୦୫ ମସିହା ଫେବ୍ରୁଆରି ୨୪ ତାରିଖରେ ଯୋଗଦାନ କରିଥିଲେ । କେତେ ମାସ ପରେ ସେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆର୍‍.ଡି.ସି.) ନିଯୁକ୍ତ ହେଲେ ଓ ଉଭୟ ଦାୟିତ୍ୱରେ ରହି କାର୍ଯ୍ୟ କଲେ । ତାଙ୍କ ପରଠାରୁ କେନ୍ଦ୍ରାଞ୍ଚଳ ଆର୍‍.ଡି.ସି. ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବରେ କାମ କରି

ଆସୁଥିଲେ । ସଂପ୍ରତି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରାଜ୍ୟ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି ।

ଶ୍ରୀଜଗନ୍ନାଥ ୨୪୫