ପୃଷ୍ଠା:ShreeJagannath.pdf/୨୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଇନ୍ଦ୍ରଦ୍ୟୁମ୍ନ ଯଥାସମୟରେ ଅଶ୍ୱମେଧ ଯଜ୍ଞ କରାଇଲେ । ଯଜ୍ଞାନୁଷ୍ଠାନ ପୂର୍ବରୁ ସେ ନରସିଂହ ମୂର୍ତ୍ତିଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଯଜ୍ଞର ଶେଷ ରାତ୍ରରେ ବିଷ୍ଣୁ ଦାରୁ ରୂପରେ ମହୋଦଧି କୂଳରେ ଦର୍ଶନ ଦେବେ ବୋଲି ଇନ୍ଦ୍ରଦ୍ୟୁମ୍ନଙ୍କୁ ସୁପରେ ଜଣାଇଥିଲେ । ସତକୁ ସତ ବିଶେଷ ଲକ୍ଷଣଯୁକ୍ତ ଦାରୁ ସମୁଦ୍ରରେ ଭାସି ଆସିଲା । ରାଜା ମହା ଉତ୍ସବ ସହକାରେ ପବିତ୍ର ଦାରୁକୁ ନେଇ ମହାବେଦୀ ଉପରେ ସ୍ଥାପନ କରାଇଲେ । ସ୍ୱପ୍ନବାଣୀ ଅନୁସାରେ ଜଣେ ବୃଦ୍ଧ ବଦ୍ଧକୀ ଉପସ୍ଥିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରିବାର ଦାୟିତ୍ବ ନେଲେ । ଏହି ବର୍ଦକୀ ଥିଲେ ସ୍ୱୟଂ ବିଷ୍ଣୁ । ଗୋପନରେ ବିଗ୍ରହମାନ ନିର୍ମାଣର ପନ୍ଦର ଦିନ ପରେ ଚତୁର୍ଦ୍ଧା ମୂର୍ତ୍ତି ଅର୍ଥାତ୍ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ପ୍ରକାଶମାନ ହେଲେ । କିନ୍ତୁ ଶିଳ୍ପୀ ଅନ୍ତର୍ଦ୍ଧାନ ହୋଇଗଲେ । ପୁନର୍ବାର ଦୈବୀବାଣୀ ହେଲା “ରାଜନ୍ ! ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପଟବସ ଦ୍ବାରା ଆବୃତ କରି ଚିତ୍ରକର ଦ୍ବାରା ନିଜ ନିଜ ବଣ୍ଠିରେ ଚିତ୍ରିତ କର । ନୀଳାଚଳର ଉପରିଭାଗରେ କଳ୍ପବୃକ୍ଷର ବାୟୁକୋଣରେ ଶତହସ୍ତ ଦୂରରେ ବିରାଜିତ ନୃସିଂହଙ୍କ ଉତ୍ତର ଭାଗରେ ଥିବା ପ୍ରଶସ୍ତ ଭୂମିରେ ସହସ୍ର ହାତ ଉଚ୍ଚ ଓ ତାହାର ଉପଯୋଗୀ ଆୟତନଦ୍ବାରା ଏକ ସୁଦୃଢ଼ ପ୍ରାସାଦ ନିର୍ମାଣ କରି ତହିଁରେ ମୂର୍ତ୍ତିମାନଙ୍କୁ ସ୍ଥାପନ କର । ପୂର୍ବେ ନୀଳମାଧବଙ୍କୁ ବିଶ୍ବାବସୁ ଶବର ଗଭୀର ଭକ୍ତିର ସହିତ ପୂଜାର୍ଚ୍ଚନା କରୁଥିଲା । ତା’ର ଓ ବିଦ୍ୟାପତିଙ୍କ ବଂଶଜାତ ସନ୍ତାନମାନେ ଏହି ବିଗ୍ରହମାନଙ୍କର ଲେପ, ସଂସ୍କାର ଓ ସକଳ ଯକୀୟ ଉତ୍ସବାଦି କର୍ମରେ ସେବକ ଭାବେ ନିଯୁକ୍ତ ହେବେ ।”
ଦୈବାଦେଶ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ଅନ୍ୟାନ୍ୟ ରାଜାମାନଙ୍କ ସହାୟତାରେ ଓ ନିଜର ସମସ୍ତ ସମ୍ପତ୍ତି ବ୍ୟୟରେ ଏକ ଅଭୂତପୂର୍ବ ମନ୍ଦିର ନିର୍ମାଣ କଲେ । ତା'ପରେ ବିଗ୍ରହମାନଙ୍କ ପ୍ରତିଷ୍ଠାପାଇଁ ବ୍ରହ୍ମାଙ୍କୁ ପୁରୋହିତ ଭାବରେ ନିମନ୍ତ୍ରଣ କରିବାପାଇଁ ନାରଦଙ୍କ ସହିତ ବ୍ରହ୍ମଲୋକକୁ ଗମନ କଲେ । ବ୍ରହ୍ମାଙ୍କୁ ଭେଟିଲା ବେଳକୁ ବ୍ରହ୍ମା ସଂଗୀତ ଶୁଣୁଥିଲେ । ଦେବଲୋକରେ ଯାହା ସ୍ବଳ୍ପକାଳ, ମର୍ତ୍ତ୍ୟଲୋକରେ ତାହା ମନ୍ବନ୍ତର । ଦେବଲୋକରେ ଥିବା ଭିତରେ କେବଳ ଇନ୍ଦ୍ରଦ୍ୟୁମ୍ନଙ୍କ ବଂଶରୁ ନୁହେଁ ଅନ୍ୟାନ୍ୟ ନୃପତିଙ୍କ ବଂଶରୁ କେତେ ଯେ ନୃପତି ଲୋପ ପଇଗଲେଣି ଓ ସତ୍ୟଯୁଗ ଅତିକ୍ରାନ୍ତ ହୋଇଗଲାଣି । ବ୍ରହ୍ମାଙ୍କ ସାନ୍ନିଧ୍ୟରେ ଥିବାରୁ ଇନ୍ଦ୍ରଦ୍ୟୁମ୍ନ ଜରା ଓ ମୃତ୍ୟୁର ବଶୀଭୂତ ହୋଇ ନାହାନ୍ତି । କିନ୍ତୁ ମର୍ତ୍ତ୍ୟଲୋକରେ ବିଷ୍ଣୁଙ୍କର ଦାରୁମୂର୍ତ୍ତି ଓ ପ୍ରାସାଦ ବିଦ୍ୟମାନ ରହିଛି । ବ୍ରହ୍ମା ନିର୍ଦ୍ଦେଶ ଦେଲେ ଇନ୍ଦ୍ରଦ୍ୟୁମ୍ନଙ୍କୁ ଶୀଘ୍ର ତୁମେ ମର୍ତ୍ତ୍ୟଲୋକକୁ ଯାଇ ଦେବ ଓ ଦେବମନ୍ଦିରକୁ ସ୍ୱୀୟ ଆୟତ୍ତକୁ ଆଣ ଓ ପ୍ରତିଷ୍ଠା ପାଇଁ ଦ୍ରବ୍ୟ ଆୟୋଜନ କର । ମୁଁ ତୁମ ପଛେ ପଛେ ଯାଇ ସେଠାରେ ପହଞ୍ଚିବି । ନାରଦ, ବୃହସ୍ପତି ଓ ଅନ୍ୟ ଦେବଗଣଙ୍କ ସଂଗେ ଇନ୍ଦ୍ରଦ୍ୟୁମ୍ନ ଭୂତଳକୁ ଆସିଲେ । ସେ ଫେରିବା ପରେ ଦେଖିଲେ ଯେ, ମନ୍ଦିରଟି ଇତିମଧ୍ୟରେ ପୂର୍ଣ୍ଣାଙ୍ଗପ୍ରାପ୍ତି ହୋଇଅଛି । ନାରଦଙ୍କ ପରାମର୍ଶରେ ରାଜା ପୂଜା ସାମଗ୍ରୀ ସଂଗ୍ରହ କଲେ । ନାରଦ ନିଜେ ତିନିଟି ରଥ ନିର୍ମାଣ ଓ ପ୍ରତିଷ୍ଠା କଲେ । ସେହି ରଥମାନଙ୍କରେ ମୃତ୍ତମାନଙ୍କୁ ବସାଇ ମହାବେଦୀକୁ ଆଣିଲେ ।
ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକରେ ଥିବା ସମୟରେ ଗାଲ ନାମକ ଜଣେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମନ୍ଦିରକୁ କରାୟତ୍ତ କରି ମାଧବ ନାମକ ଦାରୁ ମୂର୍ତ୍ତି ସେଠାରେ ସ୍ଥାପନ କରି ପୂଜା କରୁଥିଲେ । ଇନ୍ଦ୍ରଦ୍ୟୁମ୍ନ

୨୪୮ ଶ୍ରୀଜଗନ୍ନାଥ