ପୃଷ୍ଠା:ShreeJagannath.pdf/୨୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃଷ୍ଣ ବୋଇଲେ ଇନ୍ଦ୍ରଦ୍ୟୁମ୍ବକୁ ଘେନିଯାଆ,
କାଲି ପ୍ରଭାତେ ରୋହିଣୀ କୁଣ୍ଡ ଜଗିଥାଆ
ରୋହିଣୀ କୁଣ୍ଡ ଆସ୍ତେ କାୟା ଯେ ବିସ୍ତାରୁ
ୟ ପିଣ୍ଡ ଗୋଟିକ କାଳେ ହୋଇବକି ଦାରୁ ।


ଇନ୍ଦ୍ରଦ୍ୟୁମ୍ନକୁ ସାଙ୍ଗରେ ନେଇ ଜାରା ଶବର ନୀଳଗିରିରେ ପହଞ୍ଚିଲା । ରୋହିଣୀ କୁଣ୍ଡରେ ଭଗବାନ ଦାରୁ ରୂପରେ ଆବିର୍ଭୁତ ହେଲେ । ଜାରା ଓ ବାସୁଦେବ ବ୍ରାହ୍ମଣ କୁଣ୍ଡରୁ ଦାରୁଙ୍କୁ ବାହାର କରି ଆଣିଲେ ଜାରା ବିଗ୍ରହ ନିର୍ମାଣ ଭାର ନେଲେ । ତାଙ୍କୁ ଛଦ୍ମବେଶୀ ବିଶ୍ବକର୍ମା ବ୍ରାହ୍ମଣ ରୂପରେ ସାହାଯ୍ୟ କଲେ । ମିଥୁନ ମାସ ପଞ୍ଚମୀ ଶ୍ରବଣା ନକ୍ଷତ୍ର ଗୁରୁବାର ଦିନ ବିଗ୍ରହ ଗଠନପାଇଁ ଜାରା ମନ୍ଦିର ଭିତରକୁ ଗଲେ । ମନ୍ଦିରର ସବୁ ଦ୍ବାର ବନ୍ଦ ରଖିବାକୁ ଓ ତାଙ୍କ ନିର୍ଦ୍ଦେଶ ବିନା ନ ଖୋଲିବାକୁ ଜାରା ରାଜାଙ୍କୁ କହିଲେ । ପନ୍ଦର ଦିନ ଅତିକ୍ରାନ୍ତ ହୋଇଯିବା ପରେ ଓ ଭିତରୁ କୌଣସି ସ୍ବର ଶବ୍ଦ ଶୁଣା ନଯିବାରୁ ରାଜା ଦ୍ୱାର ଖୋଲିଦେଲେ । ଦେଖିଲେ ସିଂହାସନ ଉପରେ ତିନି ମୃତ୍ତ ବସିଛନ୍ତି । ପରେ ଜାରା ଶାଳ ବୃକ୍ଷରୁ ଝୁଣା ଆଣି ପିଣ୍ଡରେ ଲେପଦେଇ ପିଣ୍ଡକୁ ଦାରୁ ମୂର୍ତ୍ତି ଦେହରେ ଗୋଫା କରିଦେଲେ । ବିଷ୍ଣୁ, ଶିବ ଓ ବ୍ରହ୍ମା ଯଥାକ୍ରମେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏପରି ତ୍ରିମୂର୍ତ୍ତି ଭାବରେ ବିରାଜିତ ହେଲେ ।
(ସାରଳା ଦାସଙ୍କ ମହାଭାରତର ବନପର୍ବ ଓ ମୂଷଳୀ ପର୍ବରେ ଜଗନ୍ନାଥ ଚରିତ ଉଲ୍ଲେଖ ଅଛି । କିନ୍ତୁ ଦୁଇ ପର୍ବରେ ଥିବା ବିଷୟବସ୍ତୁରେ କିଛି ଅମେଳ ରହିଛି । ବନ ପର୍ବରେ ଗାଲମାଧବଙ୍କୁ ସୋମବଂଶର ରାଜା ଓ ସେ କଲ୍ୟ ଦ୍ବୀପରେ ରାଜତ୍ବ କରୁଥିଲେ ବୋଲି ଲେଖା ଅଛି । ଇନ୍ଦ୍ରଦ୍ୟୁମ୍ନ ଗାଲମାଧବଙ୍କ ପୁତ୍ର । ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାମ ଗୁଣ୍ଡିକୋରା । ବନପର୍ବରେ ଯଦ୍ର ବିପ୍ର ଜାରା ସହିତ ମୈତ୍ର ହୋଇ ଦିଅଁଙ୍କୁ ଠାବ କରିଥିଲେ । ମୂଷଳୀ ପର୍ବରେ ବାସୁଦେବ ବ୍ରାହ୍ମଣ ବସୁ ଶବରର ପୁତ୍ର ବାସୁଦେବଙ୍କ ସହିତ ମୈତ୍ର ହୋଇ ଥିଲେ । ଇନ୍ଦ୍ରଦ୍ୟୁମ୍ନ ଜାରା ଶବର ବଂଶ ଧ୍ବଂସ କରିଥିଲେ ବୋଲି ମୂଷଳୀ ପର୍ବରେ ଅଛି । ଏହିପରି କେତେ ତଫାତ୍ ପରିଲକ୍ଷିତ ହୁଏ। କୃଷ୍ଣଙ୍କ ‘ଅପୋଡ଼ା ପିଣ୍ଡ’ ସାରଳା ଦାସଙ୍କ ନିଜସ୍ ପରିକଳ୍ପନା ।)
ଶିଶୁ କୃଷ୍ଣ ଦାସଙ୍କ ‘ଦେଉଳ ତୋଳା’

'ଦେଉଳ ତୋଳା' ନାମରେ ଅନେକ ପ୍ରାଚୀନ ଓଡ଼ିଆ କବି ପୋଥି ଲେଖିଛନ୍ତି । ସେମାନେ ହେଲେ ନୀଳାମ୍ବର ଦାସ, ବଳରାମ ଦାସ, ଦାମ ଦାସ, ମାଗୁଣିଆ ଦାସ ଓ କୃଷ୍ଣ ବା ଶିଶୁ କୃଷ୍ଣ ଦାସ । ଶିଶୁ କୃଷ୍ଣ ଦାସଙ୍କ 'ଦେଉଳ ତୋଳା’ ଅଧିକ ପ୍ରଚାରିତ ଓ ଜନାଦୃତ ରଚନା । ଏହି କବି ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଏହାକୁ ରଚନା କରିଥିବା ଅନୁମାନ କରାଯାଏ । ଏହାର କାହାଣୀ ନିମ୍ନରେ ସଂକ୍ଷେପରେ ପ୍ରଦାନ କରାଗଲା । ବିଷ୍ଣୁ ଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁମୂର ସନ୍ଧାନ ନେବାକୁ ଚାରି ଦିଗକୁ ଦୂତ ପଠାଇଲେ । ପୂର୍ବଦିଗରେ ଯାଇଥିଲେ ବିଦ୍ୟାପତି ନାମକ ବ୍ରାହ୍ମଣ । ସେ ଶବର ପଲ୍ଲୀରେ ପହଞ୍ଚି ବସୁ ଶବର

୨୫୨ ଶ୍ରୀଜଗନ୍ନାଥ