ପୃଷ୍ଠା:ShreeJagannath.pdf/୨୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି କ୍ଷମାଭିକ୍ଷା କଲେ । ଦିଅଁଙ୍କୁ ଶବର ଚୋରାଇ ନେଇ ଅନ୍ୟତ୍ର ରଖିଛି ଭାବି ରାଜା ପ୍ରଥମେ ସନ୍ଦେହ କରିଥିଲେ । କିନ୍ତୁ ଶୂନ୍ୟବାଣୀ ପ୍ରକାରେ ରାଜା ଶଙ୍ଖନାଭି ମଣ୍ଡଳରେ ନୀଳପର୍ବତ ଉପରେ ଗୋଟିଏ ମନ୍ଦିର ତୋଳାଇଲେ । ମନ୍ଦିର ନିର୍ମାଣ ପରେ ପ୍ରତିଷ୍ଠାପଇଁ ବହୁଙ୍କୁ ପୁରୋଧା ଭାବରେ ନିମନ୍ତ୍ରଣ କରିବାକୁ ବହୁଲୋକକୁ ଯାତ୍ରା କଲେ । ବ୍ରହ୍ମା ତର୍ପଣ କରିବାକୁ ଯାଉଥିବାରୁ ରାଜାଙ୍କୁ ଦଣ୍ଡ ରହ ବୋଲି ସଂକେତ ଦେଲେ । ଇନ୍ଦ୍ରଦ୍ୟୁମ୍ନ ନିକଟରେ ଅପେକ୍ଷା କରି ରହିଲେ । ଦଣ୍ଡକ ପରେ ବ୍ରହ୍ମାଙ୍କ ତର୍ପଣ ସରିବାବେଳକୁ ମର୍ତ୍ତ୍ୟରେ ନଅଟି ଯୁଗ ବିତି ଯାଇଥିଲା । ଇତିମଧ୍ୟରେ ବାଲୁକା ଝଡ଼ରେ ନୀଳକନ୍ଦରସ୍ତ ମନ୍ଦିର ମଧ୍ୟ ବାଲିରେ ପୋତି ହୋଇଯାଇଥିଲା ।
ସୁରଦେବଙ୍କ ନାତି ଗାଲମାଧବ ଇତି ମଧ୍ୟରେ ରାଜା ହୋଇଥିଲେ । ଦିନେ ସେ ମୃଗୟାରୁ ଫେରୁଥିବାବେଳେ ଉଚ୍ଚ ବାଲି ଚଟାଣ ଉପରେ ଘୋଡ଼ାର ଟାପୁ ପୋତି ହୋଇପଡ଼ିଥିବା ମନ୍ଦିରର ନୀଳଚକ୍ରରେ ବାଜିଲା । ରାଜ ବାଲି ଖୋଳାଇବାରୁ ନୀଳଚକ୍ରଓ ପରେ ପୂରା ଦେଉଳ ବାହାରିଲା । ରାଜା ଗାଲମାଧବ କହିଲେ, "ଏ ଦେଉଳ ମୋର ବାପ ନିର୍ମାଣ କରିଛନ୍ତି ମୁଁ ଏଥିରେ ଦିଅଁ ସ୍ଥାପନ କରାଇ ପୂଜା କରିବି ।"
ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ବ୍ରହ୍ମା ନୀଳ କନ୍ଦରରେ ପହଞ୍ଚିଲେ । ଦେଉଳ ପ୍ରକୃତରେ କାହାର, ଏ ନେଇ ଇନ୍ଦ୍ରଦ୍ୟୁମ୍ନ ଓ ଗାଲମାଧବଙ୍କ ମଧ୍ୟରେ ବିବାଦ ଉପୁଜିଲା । ବ୍ରହ୍ମା ସାକ୍ଷ୍ୟ ପ୍ରମାଣ ନେଲେ । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ରହିଥିବା ଅତି ବୃଦ୍ଧି କୂର୍ମମାନେ, ଇନ୍ଦ୍ରଦ୍ୟୁମ୍ନ ହିଁ ନିର୍ମାଣକର୍ତ୍ତା ବୋଲି ସାକ୍ଷୀ ଦେଲେ । ଗାଲମାଧବ ଲଜ୍ଜିତ ହୋଇ ନୀରବ ରହିଲେ । ଇନ୍ଦ୍ରଦ୍ୟୁମ୍ଭ ଦେଉଳ ପ୍ରତିଷ୍ଠା କରିବାକୁ ବ୍ରହ୍ମାଙ୍କୁ ନିବେଦନ କଲେ । ବ୍ରହ୍ମା କହିଲେ, ହେ ରାଜନ୍ ! ଏ ଦେଉଳରେ ସ୍ବୟଂ ଜଗନ୍ନାଥ ମୂର୍ତ୍ତିମନ୍ତ ହୋଇ ବସିବେ । ଏ ଦେଉଳ “ପ୍ରତିଷ୍ଠାକୁ ମୋର କ୍ଷମା ନାହିଁ । ଚକ୍ରର ଉପରେ ମୁହଁ ବାନ୍ଧିଗଲେ ନେତ, ଦୂରୁ ଦେଖି ଲୋକମାନେ ହୋଇବେ ମୁକତ ।”
ନୀଳମାଧବ ରାଜାଙ୍କୁ ସ୍ବପୁରେ କହିଲେ ଯେ, ସେ ବାଙ୍କି ମୁହାଣରେ ଦାରୁ ରୂପରେ ଲାଖିଛନ୍ତି, ତାଙ୍କୁ ଆଣି ମୂର୍ତ୍ତି ନିର୍ମାଣ କରନ୍ତୁ । ଏହି ଦାରୁ ଥିଲା ଅଚଳ ମହାମେରୁ । ପଞ୍ଚ ସହସ୍ର ହାତୀ, ତେର ଲକ୍ଷ ପଦାତିକ, ବିଶା ଶହେ ଜଣ ମାଲ ଦାରୁ ଟାଣିବାରେ ସକ୍ଷମ ହେଲେ ନାହିଁ । ଜଗନ୍ନାଥଙ୍କ ସ୍ବପ୍ନାଦେଶ ଅନୁସାରେ ବସୁ ଶବର ଓ ବିଦ୍ୟାପତି ବ୍ରାହ୍ମଣ ଦାରୁକୁ ଟେକି ନେଇ ସୁବର୍ଣ ଶଗଡ଼ ଉପରେ ସ୍ଥାପନ କରି ଆଡ଼ପ ମଣ୍ଡପ ନିକଟକୁ ସହଜରେ ଟାଣିନେଲେ ।
ବ୍ରହ୍ମା ଆଡ଼ପ ମଣ୍ଡପରେ ଉପସ୍ଥିତ ରହି ଯାଗ କରାଇଲେ । ଯାଗବେଦୀକୁ ମାଡ଼ି ନୃସିଂହ ଠାକୁର ରହିଲେ । ଏହି ଆଡ଼ପ ମଣ୍ଡପରେ ଦିଅଁ ଗଢ଼ିବାପାଇଁ ରାଣୀ ଗୁଣ୍ଡିଚା ଦେବୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପରାମର୍ଶ ଦେବାରୁ ରାଜା କହିଲେ ଯେ ବଡ଼ଦେଉଳରେ ମୂର୍ତ୍ତି ଗଠିତ ହେବ । ଜଗନ୍ନାଥ ମହାପ୍ରଭୁ ଏହି ଆଡ଼ପ ମଣ୍ଡପରେ କିଛି ଦିନ ଅବସ୍ଥାନ କରୁଥିବେ । ରାଜା ପଟୁଆର ସହ ଦାରୁ ନେଇ ବଡ଼ଦେଉଳରେ ଗରୁଡ଼ ସ୍ତମ୍ଭଠାରେ ବିଜେ କରାଇଲେ ।
ଦାରୁରୁ ଜଗନ୍ନାଥ ବିଗ୍ରହ ନିର୍ମାଣପାଇଁ ରାଜା ଦୁଇ ଲକ୍ଷ ବଢ଼େଇ ନିଯୁକ୍ତ କଲେ । ବଢ଼େଇମାନେ ଯେତେ ଚେଷ୍ଟା କଲେ ବି ମୂର୍ତ୍ତି ନିର୍ମାଣ କରିପାରିଲେ ନାହିଁ । ଦାରୁ ଉପରେ

୨୫୪ ଶ୍ରୀଜଗନ୍ନାଥ