ପୃଷ୍ଠା:ShreeJagannath.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଦ୍ୟାପତି ବ୍ରାହ୍ମଣ ଯେ ଦୃତ ପଣେ ଗଲା ।
ଶବର ଝିଅଙ୍କୁ ସେ ଯେ ପ୍ରଦାନ ହୋଇଲା ।।
ଶବରୁଣୀଠାରୁ ଯେଉଁ ପୁତ୍ର ହେବ ଜାତ ।
ଶୁଦ୍ଧ ଶୁଆର ସେ ହେବ ବୋଲେ ଜଗନ୍ନାଥ ।।


ପରିଶେଷରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବରମାଗିବାପାଇଁ ଭଗବାନ କହିବାରୁ ଇନ୍ଦ୍ରଦ୍ୟୁମ୍ନ ପ୍ରାର୍ଥନା କଲେ -

ତୁମେ ଯେବେ ବରଦେବ ମାଗୁଅଛି ମୁହିଁ ।
ମୋହର ବଂଶରେ କେହି ନଥିବେ ଗୋସାଇଁ ।।


ଏପରି ବିଚିତ୍ର ବର ମାଗିବାର କାରଣ ଭଗବାନ ପଚାରିବାରୁ ଇନ୍ଦ୍ରଦ୍ୟୁମ୍ନ କହିଲେ -

ପୁତ୍ର ନାତି ବୋଲିବେ ଯେ ଦେଉଳ ଆମୁରି ।
ଆମ୍ଭର ବୋଇଲେ ଧର୍ମ ଯିବ ଯେ ମୋହରି ।।


(ଏହି ‘ଦେଉଳ ତୋଳା’ରେ “କଳିଯୁଗ କଥା ଏହି ଶ୍ରୀସ୍କନ୍ଦ ପୁରାଣ’ କୁହାଯାଇଥିଲେ ହେଁ ଏଥିରେ ସ୍କନ୍ଦପୁରାଣରୁ କେତେକ ବିଚ୍ୟୁତି ପରିଲକ୍ଷିତ ହୁଏ । ସ୍କନ୍ଦ ପୁରାଣରେ ‘ଲଳିତା’ ଚରିତ୍ର ନାହିଁ । ସ୍କନ୍ଦପୁରାଣର ବିଶ୍ବାବସୁ ଶବର ଦେଉଳ ତୋଳା’ରେ ବସୁ ଶବର ହୋଇଛି । ଏହି ଉଭୟ ରଚନାରେ ବ୍ରାହ୍ମଣ-ଦୂତଙ୍କ ନାମ ବିଦ୍ୟାପତି ଥିବାବେଳେ ସାରଳା ଦାସଙ୍କ ମହାଭାରତରେ ଯତ୍ନ ବିପ୍ର । ବାସୁଦେବ ଉଲ୍ଲେଖ ଅଛି । 'ଦେଉଳ ତୋଳା’ର ବସୁ ଶବର କନ୍ୟାର ନାମ ଲଳିତା; ସାରଳା ମହାଭାରତରେ ଜାରା ଶବରର ପତ୍ନୀର ନାମ ଲଳିତା । ଏହିପରି ଏହି ପୁସ୍ତକମାନଙ୍କରେ ପ୍ରଦତ୍ତ ବିଷୟବସ୍ତୁରେ ଅନେକ ଅମେଳ ଦେଖାଯାଏ । ଶିଶୁ କୃଷ୍ଣ ଦାସଙ୍କ “ଦେଉଳ ତୋଳା’ର ଏକାଧିକ ସଂସ୍କରଣ ପ୍ରକାଶ ପାଇଛି । ଏହି ସଂସ୍କରଣଗୁଡ଼ିକର ପାଠ ସର୍ବଦା ସମାନ ନୁହେଁ । ତା’ ସମ୍ଭେ ସେଗୁଡ଼ିକର ମୂଳ ବକ୍ତବ୍ୟ ଏକ ବୋଲି ପ୍ରଫେସର ଗଗନେନ୍ଦ୍ର ନାଥ ଦାସ କହନ୍ତି ।)।।
୨୫୬ ଶ୍ରୀଜଗନ୍ନାଥ