ପୃଷ୍ଠା:ShreeJagannath.pdf/୨୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଶିଷ୍ଟ – ୨
ଶ୍ରୀମନ୍ଦିରର କଳା ଓ ସ୍ଥାପତ୍ୟ


ଶ୍ରୀମନ୍ଦିର ପରିସରର ମଧ୍ୟଭାଗରେ ମୁଖ୍ୟମନ୍ଦିର (ବଡ଼ଦେଉଳ) ଅବସ୍ଥିତ । ଏହି ମୁଖ୍ୟ ମନ୍ଦିର ଚାରିଟି ଭାଗରେ ବିଭକ୍ତ । ଏହାର ବିମାନ (ଗର୍ଭଗୃହ) ଏବଂ ମୁଖଶାଳା (ଜଗମୋହନ) ଗଙ୍ଗବଂଶର ଶ୍ରେଷ୍ଠ ରାଜା ଅନନ୍ତ ବର୍ମନ୍ ଚୋଡ଼ଗଙ୍ଗଦେବ ନିର୍ମାଣ କରିଥିଲେ ବୋଲି ସାଧାରଣ ଭାବେ ସ୍ୱୀକୃତ । ମାଦଳା ପାଞ୍ଜି ( ସଂ- ଆଉଁ ବଲ୍ଲଭ ପ୍ରକାରେ ଏହି ରାଜାଙ୍କ ଅଣନାତି ଅନଙ୍ଗଭୀମଦେବ ଏହାକୁ ନିର୍ମାଣ କରି ଥିଲେ । ସେଥିରେ ଲେଖା ଅଛି ଯେ ଏ ରାଜା “ବଡ଼ଦେଉଳ କଲେ । ମୁଖଶିଆଳି କଲେ । ମୁଖ୍ୟ ମନ୍ଦିରର ତୃତୀୟ ଓ ଚତୁର୍ଥ ଭାଗ ଯଥାକ୍ରମେ ନାଟ ମନ୍ଦିର ଓ ଭୋଗମଣ୍ଡପ ପରବର୍ତ୍ତୀକାଳରେ ନିର୍ମିତ ହୋଇଥିଲା । ସେତେବେଳର ନାଟମନ୍ଦିରକୁ ଏବେ ଜଗମୋହନ କୁହାଯାଉଛି । ମାଦଳାପାଞ୍ଜିରେ ଲେଖା ଅଛି ଯେ ସୂର୍ଯ୍ୟବଂଶର ରାଜା ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ସପ୍ତମ ଅଙ୍କରେ ଭୋଗମଣ୍ଡପ ଓ ନବମ ଅଙ୍କରେ କୂର୍ମବେଢ଼ା ଭିତର ବେଢ଼ା) ନିର୍ମିତ ହୋଇଥିଲା । ତର୍ବରୁ ରାଜା କପିଳେନ୍ଦ୍ର ଦେବଙ୍କର ତିନି ଅଙ୍କରେ ବାହାର ବେଢ଼ା ନିର୍ମିତ ହୋଇସାରିଥିଲା । *ମାଦଳାପାଞ୍ଜି’ ରେ ଉଲ୍ଲେଖ ଅଛି ଯେ ପରବର୍ତ୍ତୀ ଭୋଇବଂଶର ରାଜତ୍ବକାଳରେ ରାଜା ମୁକୁନ୍ଦଦେବ (ଖ୍ରୀଷ୍ଟାବ୍ଦ ୧୫ ୬୦-୧୫୬୮) ଜଗମୋହନ ନିର୍ମାଣ କରାଇଥିଲେ । ମୁଖଶାଳା ଓ ଭୋଗମଣ୍ଡପକୁ ସଂଯୋଗ କରାଯାଇ ଜଗମୋହନ ନିର୍ମାଣ କରାଗଲା । ଏହିଠାରେ ଦେବଦାସୀ ନୃତ୍ୟ ହେଉଥିବାରୁ ଏହାକୁ ମଧ୍ୟ ନା ଟମନ୍ଦିର କୁହାଯାଉଥିଲା । ମୁଖଶାଳାର ପୂର୍ବପଟର ଦ୍ୱାର ଅର୍ଥାତ୍ ଜୟବିଜୟ ଦ୍ୱାର ଏବଂ ଭୋଗମଣ୍ଡପର ବହିଃପାର୍ଶୁର କାନ୍ଧରେ ଖୋଦିତ କାରୁକାର୍ଯ୍ୟ ବା ସ୍ଥାପତ୍ୟ ମଧ୍ୟରେ ବହୁ ତାରତମ୍ୟ ଥିବାରୁ ନାଟମନ୍ଦିର (ଏବର ଜଗମୋହନ) ଓ ଭୋଗମଣ୍ଡପ, ବିମାନ ଓ ମୁଖଶାଳା ନିର୍ମାଣର ଅନେକ ବର୍ଷ ପରେ ନିର୍ମିତ ହୋଇଥିବା କୁହାଯାଏ । ବିମାନ, ମୁଖଶାଳା ଓ ଭୋଗମଣ୍ଡପର ଶୀର୍ଷଭାଗ ଶିଖର ସଦୃଶ । ନାଟମନ୍ଦିର ଜଗମୋହନ)ର ଛାତ ସମତଳ ଅଟେ ।

ଶ୍ରୀଜଗନ୍ନାଥ ୨୫୭