ପୃଷ୍ଠା:ShreeJagannath.pdf/୨୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀମନ୍ଦିରର ମୁଖଶାଳା ଓ ଭୋଗମଣ୍ଡପ ପଞ୍ଚର ପୀଢ଼ ଦେଉଳ ଶ୍ରେଣୀର । ଏଠାରେ କିନ୍ତୁ ଶୀର୍ଷରେ ପତାକା ଉଡେ଼ନାହିଁ । ଭୋଗ ମଣ୍ଡପର ଅର୍ନପାଗ (ଅନୁର) ଗୁଡ଼ିକ ଅସ୍ପଷ୍ଟ ଥିବା ହେତୁ ଏହାକୁ ତି୍ରର ବୋଲି କେହିକେହି ମତ ଦେଇାନ୍ତି । ଏହାର ଦୈର୍ଘ୍ୟ ପୂର୍ବ ପଶ୍ଚିମରେ ୫୮ ଫୁଟ ଏବଂ ଉତ୍ତର ଦକ୍ଷିଣରେ ୫୬ ଫୁଟ । ମୁଖଶାଳା ୬ଫୁଟ ୩ ଇଞ୍ଚ ଉଚ୍ଚର ପୀଠ ଉପରେ ନିର୍ମାଣ କରାଯାଇଛି । ଏହାର ତଳଜଂଘାର ଉଚ୍ଚତା ପ୍ରାୟ ୮ ଫୁଟ । ମୁଖଶାଳାର ଲମ୍ବ ଓ ଓସାର ପ୍ରତ୍ୟେକ ୮୦ ଫୁଟ । ଏହାର ପୂର୍ବଦ୍ୱାରର ନାମ ଜୟବିଜୟଦ୍ୱାର, ପଶ୍ଚିମ ଦ୍ୱାରର ନାମ କଳାହାଟ ଦ୍ୱାର (ବିମାନ ବା ଗର୍ଭଗୃହକୁ ବାଟ), ଦକ୍ଷିଣଦ୍ୱାରଟି ମୁକ୍ତିମଣ୍ଡପ ଆଡ଼କୁ ଓ ଉତ୍ତର ଦ୍ୱାରଟି ରତ୍ନ ଭଣ୍ଡାର ଭିତରକୁ ରହିଅଛି । ଜୟବିଜୟ ଦ୍ୱାରର କାରୁକାର୍ଯ୍ୟ ଅତି ରମଣୀୟ । ଦ୍ୱାରର ଉଭୟ ପଟରେ କେତେକ ଶିଳାଲିପି ରହିଛି ।

୨୬୦ * ଶ୍ରୀଜଗନ୍ନାଥ