ପୃଷ୍ଠା:ShreeJagannath.pdf/୨୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିମାନ ବା ମୁଖ୍ୟମନ୍ଦିର ଏକ ମଧ୍ୟଯୁଗୀୟ ପଞ୍ଚର ରେଖମନ୍ଦିର । ଏହା ତିନି ମହଲା ବିଶିଷ୍ଟ । ପ୍ରାୟ ୨୦୦ ଫୁଟ ଉଚ୍ଚ ବିମାନର ନିମ୍ନ କାନ୍ଥର ଓସାର ୫.୩୦ ମିଟର ବା ୧୭ ଫୁଟ ୪ଇଞ୍ଚ । ଏହାର ନିର୍ମାଣ ଶୈଳୀ ସହ ଉତ୍କଳର ସୋମବଂଶୀ ରାଜାମାନଙ୍କଦ୍ୱାରା ନିର୍ମିତ ଭୁବନେଶ୍ୱରର ଲିଙ୍ଗରାଜ, ବ୍ରହ୍ମେଶ୍ୱର ଓ କେତେକ ପ୍ରାଚୀନ ମନ୍ଦିରର ସାଦୃଶ୍ୟ ଅଛି । ଶ୍ରୀମନ୍ଦିର ବିମାନର ଏକ ବିଶେଷତ୍ୱ ହେଉଛି ଏଠାରେ ମୈଥୁନ ମୂର୍ତ୍ତିିକଳା ନାହିଁ । ମୁଖଶାଳାର ବାହାରପଟେ ଏବଂ ପରବର୍ତ୍ତୀ କାଳରେ ନିର୍ମିତ କୂର୍ମବେଢ଼ାର ଅନ୍ୟାନ୍ୟ କେତୋଟି ମନ୍ଦିରରେ ମୈଥୁନ ମୂତ୍ତି ଦେଖାଯାଏ ।

ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ଲେଖିଛନ୍ତି ଯେ ରାସ୍ତା (ରୋଡ଼୍‍) ଉପରୁ ବିମାନର ଖପୁରୀ ପର୍ଯ୍ୟନ୍ତ ଉଚ୍ଚତା ହେଉଛି ୨୧୪.୮ ଫୁଟ । କାନ୍ଥର ବାହାର ମାପ (ଚାରିକୋଣରୁ) ୮୦ ଫୁଟ


ଶ୍ରୀଜଗନ୍ନାଥ * ୨୬୧