ପୃଷ୍ଠା:ShreeJagannath.pdf/୨୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲମ୍ବ । ଓସାର ମଧ୍ୟ ସେତିକି । ଦୁଇଟି କୋଣକ ପାଗ ପ୍ରତ୍ୟେକଟି ୧୬ ଫୁଟ ଓସାର । ଦୁଇଟି ଅଣରଥ (ଅନୁରଥ) ପଗ, ପ୍ରତ୍ୟେକଟି ୧୦ଫୁଟ ଲମ୍ବ । ରାହାପାଗଟି ୨୪ ଫୁଟ ଓସାର । ବିମାନଟି ୫ଫୁଟ୍ ୨ ଇଞ୍ଚ ଉଚ୍ଚ ପୀଠ ଉପରେ ଠିଆହୋଇଛି । କଂଘର ଉଚ୍ଚତା ୧୧ଫୁଟ୍ ୬ ଇଞ୍ଚ ।
ଶ୍ରୀମନ୍ଦିରର ଶରୀର ମୁଖ୍ୟତଃ ତିନିଭାଗରେ ବିଭକ୍ତ । ଯଥା- ବାଡ଼, ଗଣ୍ଡି ଓ ମସ୍ତକ । ମନ୍ଦିରର ନିମ୍ନ ଅଂଶକୁ ବାଡ଼ କୁହାଯାଏ । ବାଡ଼ ଉପରୁ ବକ୍ର ଆକାରରେ ଉଠିଛି ଗଣ୍ଡି । ଗଣ୍ଡି ଉପରେ ମସ୍ତକ । ଆମଳକ, ଦଧିନଉତି ଓ କଳସକୁ ନେଇ ମୟକ ନିର୍ମିତ । ବିମାନର କାବୁ ବା ବାଡ଼ ୫ଫୁଟ ୨ ଇଞ୍ଚ ପୃଷ୍ଠ ଉପରେ ଗଢ଼ା ହୋଇଛି । ଏଥିରେ ପାଞ୍ଚଟି ଭାଗ ବା ପଞ୍ଚ କର୍ମ ରହିଛି । ତାହାହେଲା – ୧. ପାଭାଗ, ୨. ତଳଘା, ୩. ବନ୍ଧନୀ, ୪. ଉପର ଘା, ୫.ବରାଣ୍ଡି । ବରାଣ୍ଡିରୁ ଉଠିଛି ଘଣି । ପାଭାଗ ମଧ୍ୟ ପଞ୍ଚାଙ୍ଗ ବାଡ଼ରେ ବିଭକ୍ତ । ଯଥା- ପାଦ ବା ଖୁର, କୁମ୍ଭ, ପଟ, କନି ଓ ବସନ୍ତ ।
ବିମାନର ପଶ୍ଚିମ ପାର୍ଶୁର ପଟର ସମାନ୍ତରାଳ ଭାଗରେ କେତେକ ଶ୍ରୀକୃଷ୍ଣ ଲୀଳା ସମ୍ବନ୍ଧୀୟ ଦୃଶ୍ୟ ଯଥା- ଗିରିଗୋବଦ୍ଧନ ଧାରଣ, ଧେନୁକାସୁର ବଧ, ରଥରେ ମଥୁରା ବିଜୟ, ଗୋପୀବିହାର ଆଦି ରହିଛି । ବସନ୍ତ’ର ସମ୍ମୁଖ ଭାଗରେ ହସୀନାଥଙ୍କଯାତ୍ରା, ଅଯାତ୍ରା ଏବଂ ସୈନ୍ୟସାମନ୍ତଙ୍କର ଯୁଦ୍ଧଯାତ୍ରା ଦୃଶ୍ୟ ରହିଛି । ଗଣ୍ଡି'ର ନିମ୍ନରେ ଲତା, ଡାଳି ପ୍ରଭୃତି କାରୁକାର୍ଯ୍ୟ ରହିଛି ।
ତଳିଜଂଘାର ରାହା, ଅନୁରଥ, କୋଣକ ପାଗର କାଛରୁ କ୍ଷୁଦ୍ର ମନ୍ଦିରାକୃତି ଖାକରାମୁଣ୍ଡିମାନ ବାହାରକୁ ବାହାର ହୋଇଛି । ଖାକରାମୁଣ୍ଡିର ସମ୍ମୁଖ ଭାଗରେ ବିଭିନ୍ନ ଦିପାଳଙ୍କ ମୂର୍ତ୍ତି ଅଛି । ପୂର୍ବ ଦିଗରେ ଇନ୍ଦ୍ର ଐରାବତ ହସ୍ତୀ ଉପରେ, ଅଗ୍ନିକୋଣରେ ଅଗ୍ନି ଛାଗ ବା ମେଷ ଉପରେ, ନୈଋତ କୋଣରେ ନୈଋତ ମନୁଷ୍ୟ ଉପରେ, ପଶ୍ଚିମକୋଣରେ କୁବେର ସପ୍ତପାତ୍ର ବା କୁଣ୍ଡ ଉପରେ, ଐଶାନ୍ୟକୋଣରେ ଈଶାନ ବୃକ୍ଷ ଉପରେ, ଡରେ ବ୍ରହ୍ମା ଓ ଅଧରେ ଅନନ୍ତ ବାସୁକୀ ଉପରେ ଉପବେଶନ କରିଛନ୍ତି ।
ତଳଜଂଘାର ଦୁଇ ଖାକରାମୁଣ୍ଡି ମଝିରେ ଥିବା କୋଣରେ ବିରାଟ ଗଜବିତାଳ ମୂର୍ତ୍ତି ରହିଛି । ଶରୀର ଭାଗ ସିଂହ ଓ ମୁଖ ଭାଗ ଗଜ ସଦୃଶ ଏହି ଅନନ୍ୟ ଗଜବିଡ଼ାଳ ମୂର୍ତ୍ତି ଅପସ୍ମାର ପୁରୁଷ ବା ରାକ୍ଷସକୁ ପାଦରେ ମନ୍ଥନ କରୁଛନ୍ତି । ପ୍ରତ୍ୟେକ ଦିଗରେ ୪ଟି ଲେଖାଏଁ ବିଡ଼ାଳ; ସମୁଦାୟ ୧ ୬ଟି ବିଡ଼ାଳମୂର୍ତ୍ତି ଚତୁର୍ଦ୍ଦିଗରେ ରହିଛି ।
ଗଜବିଡ଼ାଳ ମୂର୍ତ୍ତି ସଂପର୍କରେ ପ୍ରତ୍ନତତ୍ତ୍ୱ ବିଶାରଦ ଡକ୍ଟର ଜେ.କେ. ପଟ୍ଟନାୟକ ଲେଖିଛନ୍ତି; The corner space in between the two khakaramundi shrines within the tala-jangha portion is occupied by the giant figures of gaja-simha, simha trampling over elephant or mythical animal gaja-vidala having the body of lion and the face of an elephant trampling over 'apasmarapurusa' or demon. ତଳଘା ଓ ଉପରଘାକୁ ବିଭକ୍ତ କରୁଥିବା ବିନ୍ଧନାରେ ଫୁଲ, ଡାଳି, ଲତା ଏବଂ ସୈନ୍ୟବାହିନୀର ଯୁଦ୍ଧଯାତ୍ରା ଖୋଦିତ ହୋଇଛି । ଏହି ଯୁଦ୍ଧଯାତ୍ରାରେ ହସ୍ତୀ ଓ ଘୋଡ଼ା ସାମିଲ ହୋଇଛନ୍ତି ।

୨୬୨ ଶ୍ରୀଜଗନ୍ନାଥ