ପୃଷ୍ଠା:ShreeJagannath.pdf/୨୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନ୍ଦିରର ରେଖ ବା ଚାଳ ଦେଉଳ ଭିତରକୁ ଆସ୍ତେ ଆସ୍ତେ କ୍ରମବକ୍ର ଗୋଲାକୃତି ଦୋଳି ସ୍ଥାନରେ ଏକତ୍ର ଯୋଡ଼ି ହୋଇଛି । ଅଧ୍ୟାପକ ଗୋପାଳକୃଷ୍ଣ ଦାସ ଲେଖିଛନ୍ତି, “ଦେଉଳ ଗଣ୍ଡିର ଶୀର୍ଷ ପଥରଗୁଡ଼ିକ ଦୃଢ଼ ଭାବରେ ଧରି ରଖିବାପାଇଁ ୧୭୫ ଫୁଟ ଉଚ୍ଚରେ ଗୋଲାକାର ପ୍ରକାଣ୍ଡ ଆମଳକ ଶିଳା ବା ଅଁଳା ବେଢ଼ା ରହିଛି । କମଳାକୃତି ଆମଳକ ଶହେଗୋଟି ପାଖୁଡ଼ା ସମନ୍ବିତ ଏହି ବିପୁଳାକୃତି ଆମଳକ ବହୁ ବିଶାଳକାୟ ପ୍ରସ୍ତର ଖଣ୍ଡଦାରା ନିର୍ମିତ । ଏଥିରେ ସମୁଦାୟ ୬୫ଗୋଟି ପ୍ରସ୍ତର ଲାଗିଥିବା ଅନୁମେୟ । ତଳ ଉପର ହୋଇ ଗୋଲାକରରେ ସଜ୍ଜିତ ହୋଇଥିବା ପ୍ରସ୍ତର ଖଣ୍ଡଗୁଡ଼ିକ ବିଭିନ୍ନ କୌଶଳରେ ଦୁଇ ପାଷାଣ ମଝିରେ ଲୁହା ବା ଆଣି ଦିଆଯାଇଛି । ଆମଳକ ଶିଳାତଳେ କୋଣକ ପାଗଉପରେ ଦୋପିଛା ସିଂହ ଏବଂ ରାହପାଗର ଉପରେ ନମସ୍କାର ମୁଦ୍ରାରେ ଗରୁଡ଼ ଉପବେଶନ କରିଛନ୍ତି । ଆମଳକ ଶିଳା ଉପରେ ବୃହଦାକାର ଖପୁରି ଦେଇ ବିମାନର ମୁଣ୍ଡବନ୍ଧା ବା ଦେଉଳମୁଦ ହୋଇଛି । କଳସି ବା କୁମ୍ଭ ପଥର ଖପୁରି ଉପରେ ରହିଛି ।” କଳସ ଉପରେ ଅଷ୍ଟଧାତୁର ନୀଳଚକ୍ରକୁ ଦୃଢ଼ ଭାବରେ ଧରି ରଖିବାପାଇଁ ଏକ ଲମ୍ବା ତଥା ଗୋଲାକାର ପ୍ରସ୍ତର ବା କଳସ ଘଡ଼ି ରହିଛି । ମହଣ ମହଣ ଓଜନର ଗଜସିଂହ, ଦୋପିଚ୍ଛା ସିଂହ, ଗରୁଡ଼ ମୂର୍ତ୍ତିକୁ ଶିଳ୍ପୀମାନେ ଏତେ ଉଚ୍ଚରେ ସ୍ଥାପନ କରିଥିଲେ । ବିମାନର ଉଚ୍ଚତା ଓ ଆମଳକର ଗୁରୁଭାର ଦେଖିବାମାତ୍ରେ ଦର୍ଶକର ହୃଦୟ ସ୍ତମ୍ଭୀଭୂତ ହୋଇଯାଏ ।
କମନୀୟ ସୂକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟିରୁ ଶ୍ରୀମନ୍ଦିରର ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଅଳସ କନ୍ୟା, ମୁଗ, ପଦ୍ମଗନ୍ଧା, ଚାମରୀ, ଗୁଣ୍ଡନୀ, ମାର୍ଜିଳି, ଶୁକସାରିକା, ନୂପୁର ପାଦିକା ପ୍ରଭୃତି ସୁରସୁନ୍ଦରୀ (celestial nymph) ମୃଗୁଡ଼ିକ ଅନୁରଥ ପାଗର ଉଭୟ ପାର୍ଶ୍ୱରେ ତରଙ୍ଗାୟିତ ଡାଳି ଓ ସୁଉଚ୍ଚ ପଦ୍ମପୀଠ ଉପରେ ଛନ୍ଦାୟିତ ଭଙ୍ଗୀମାରେ ଦଣ୍ଡାୟମାନ । ପ୍ରତ୍ୟେକ ପାର୍ଶ୍ୱରେ ଚାରିଟିକରି ସମୁଦାୟ ଶୋହଳଟି ଜୀବନ୍ତ ମଣିଷାକୃତି ସୁରସୁନ୍ଦରୀ ମୂର୍ତ୍ତି ରହିଛି ।” ଏହି ସୁରସୁନ୍ଦରୀ ମୂର୍ତ୍ତିମାନ ଉତ୍କଳୀୟ ଚାରୁକଳାର ଉକୃଷ୍ଟ ନିଦର୍ଶନ ।
ରୋଷଘର ସନ୍ନିକଟ ଗଙ୍ଗା ଓ ଯମୁନା କୂପ, ଈଶାନେଶ୍ବର, ପାତାଳେଶ୍ୱର ମନ୍ଦିର, ମୁକ୍ତିମଣ୍ଡପ ସଂଲଗ୍ନ ନୃସିଂହ ମନ୍ଦିର ଏବଂ ପରବର୍ତ୍ତୀ ନାଟଗଣେଶ ମନ୍ଦିରମାନଙ୍କର ପ୍ରତ୍ନତାତ୍ତିକ ବୈଶିଷ୍ଟା ପ୍ରତି ଦୃଷ୍ଟିପାତ କରି ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ବି.କେ. ରଥ ମତ ଦେଇଛନ୍ତି ଯେ ଏହି ନିର୍ମାଣଗୁଡ଼ିକ ପ୍ରାକ୍-ଗଙ୍ଗ ରାଜବଂଶ ସମୟର ଅର୍ଥାତ୍ ୧୦ମ-୧୧ଶ ଶତାବ୍ଦୀ ସମୟର । ଯଥାର୍ଥରେ ଏକ ଛୋଟ ପାହାଡ଼ ଉପରେ ଶ୍ରୀମନ୍ଦିର ପରିସର ଗଢ଼ିଉଠିଛି । ଏହି ପାହାଡ଼କୁ ନୀଳଶୈଳ, ନୀଳାଚଳ ଏବଂ ନୀଳକନ୍ଦର ବୋଲି ପୁରାଣ ସାହିତ୍ୟରେ କୁହାଯାଇଛି । ଡକ୍ଟର ରଥ ଲେଖିଛନ୍ତି:
All the above indicate the existence of few structures inside the complex before the Ganga period. It is only after the present temple was constructed for Lord Purusottama by the first Ganga King of Odisha

୨୬୪ ଶ୍ରୀଜଗନ୍ନାଥ