ପୃଷ୍ଠା:ShreeJagannath.pdf/୨୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଶିଷ୍ଟ - ୩
ଶ୍ରୀମନ୍ଦିର ସଂରକ୍ଷଣ


ଏହି ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର ଓ ତା’ର ପରିସରସ୍ଥ ଅନ୍ୟାନ୍ୟ ମନ୍ଦିର ଓ ପ୍ରାଚୀର ଇତ୍ୟାଦିର ମରାମତି ଏବଂ ସଂରକ୍ଷଣ ନିଶ୍ଚିତ ଭାବରେ ଏକ କଠିନ କାର୍ଯ୍ୟ ।
ଖ୍ରୀଷ୍ଟୀୟ ୧୭ଶ ଶତାବ୍ଦୀରୁ ଶ୍ରୀମନ୍ଦିରର ମରାମତି ତଥା ସଂରକ୍ଷଣପାଇଁ ଉଦ୍ୟମ ହୋଇଥିବା ଇତିହାସରୁ ସୂଚନା ମିଳେ । ବିଭିନ୍ନ ସମୟରେ ବଜ୍ରପାତ, ସାମୁଦ୍ରିକ ଲୁଣି ପବନର ପ୍ରକୋପ, ବିଧର୍ମୀଙ୍କ ଆକ୍ରମଣ, ବିଭିନ୍ନ କାରଣରୁ ମନ୍ଦିର ଗାତ୍ରରେ ସୃଷ୍ଟି ହୋଇଥିବା ଫାଟ ଯୋଗୁଁ ବର୍ଷାପାଣି ପ୍ରବେଶ କରିବାଦ୍ବାରା ପାଣି ଓ ଲୁଣି ପବନ ସଂପୂର୍ଶରେ ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିବା ଲୁହା କଡ଼ି (iron beam) ଓ ଲୁହା ଧାରକ iron clip) କ୍ରମଶଃ ଦୁର୍ବଳ ହୋଇପଡ଼ିଲା । ବିଭିନ୍ନ ସମୟରେ ରାଜାମାନେ ମନ୍ଦିରକୁ ସୁରକ୍ଷିତ କରିବା ନିମନ୍ତେ ଚୂନର ପ୍ରଲେପ ଦେଇଥିଲେ । ତଦ୍ଦାରା ଫାଟ ବନ୍ଦ ହୋଇଯାଇ ମନ୍ଦିର ସୁରକ୍ଷିତ ରହିବ ବୋଲି ବିଶ୍ବାସ କରାଯାଉଥିଲା ।
ମାଦଳାପାଞ୍ଜିରୁ ଜଣାଯାଏ ଯେ, ଭୋଇ ବଂଶର ରାଜା ନରସିଂହଦେବ (ଖ୍ରୀ. ୧୬୨୧୧୬୪୭)ଙ୍କ ରାଜତ୍ବକାଳରେ ବୋଧହୁଏ ପ୍ରଥମକରି ଶ୍ରୀମନ୍ଦିରରେ ଚନର ପ୍ରଲେପ ବା ପଲସ୍ତରା କାର୍ଯ୍ୟ ହୋଇଥିଲା । ଏହି କାର୍ଯ୍ୟ ସମାପ୍ତ ହେବାକୁ ପ୍ରାୟ ଏକ ବର୍ଷ ଲାଗିଥିଲା । ତାଙ୍କ ପରେ ରାଜା ହରେକୃଷ୍ଣ ଦେବ (ଖ୍ରୀ. ୧୭୧୬-୧୭୨୦), ବୀରକେଶରୀ ଦେବ (୧ମ) (ଖ୍ରୀ. ୧୭୩୭୧୭୯୩), ଦିବ୍ୟସିଂହ ଦେବ (୨ୟ) (ଖ୍ରୀ. ୧୭୯୩-୧୭୯୮), ରାମଚନ୍ଦ୍ର ଦେବ (୩ୟ) (ଖ୍ରୀ. ୧୮୧୭-୧୮୫୫)ଙ୍କ ସମୟରେ ମଧ୍ୟ ଚନ ପଲସ୍ତରା କାର୍ଯ୍ୟ ହୋଇଥିଲା ।
ଖ୍ରୀ. ୧୭୫୨ ପରେ ମରାଠାମାନେ ଓଡ଼ିଶା ତଥା ଶ୍ରୀମନ୍ଦିରର ଶାସନ ଦାୟିତ୍ବ ନେବା ପରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣପାଇଁ କେତେକ ପଦକ୍ଷେପ ନେଇଥିଲେ । ବାବା ବ୍ରହ୍ମଚାରୀ ନାମକ ଜଣେ ମରାଠା ସନ୍ନ୍ୟାସୀଙ୍କ ଉଦ୍ୟମରେ ସିଂହଦ୍ୱାର ଗୁମୁଟ ଓ ମନ୍ଦିରର କେତେକ ଅଂଶର ମରାମତି ଏବଂ ପୁନଃନିର୍ମାଣ କରାଯାଇଥିଲା । ବୀରକେଶରୀ ଦେବ (୧ମ)ଙ୍କ ସମୟରେ ତାଙ୍କର ଠାକୁର ମା’ (ହରେକୃଷ୍ଣ ଦେବଙ୍କ ବିଧବା ପାଟରାଣୀ) ରତ୍ନବେଦୀ ପୁନନିର୍ମାଣ କରିଥିଲେ । ସେ

୨୬୬ ଶ୍ରୀଜଗନ୍ନାଥ