ପୃଷ୍ଠା:ShreeJagannath.pdf/୨୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବସୁଅଛି ଓ ସେଥିରେ ସଂରକ୍ଷଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।
ମୁଖ୍ୟ ମନ୍ଦିର ବା ବଡ଼ ଦେଉଳ ଓ ତା' ସହିିତ ପାର୍ଶ୍ୱମନ୍ଦିର(୯୫) ମାନ ବହଳ ଚୂନ ପଲସ୍ତରାଦ୍ୱାରା ଆଚ୍ଛାଦିିତ ହୋଇିଲା । ବିଶେଷଜ୍ଞମାନେ ମତ ଦେଲେ ଯେ, ଚୂନ ପଲସ୍ତରା ଛଡ଼ାଯିବା ନିତାନ୍ତ ଜରୁରୀ, କାରଣ ପଲସ୍ତରା ବା ପ୍ରଲେପ ନମନୀୟ ଓ ଛିଦ୍ରାଳ (ଜ୍ଞଟ୍ଟଚ୍ଛଚ୍ଚଵସ୍ଥ ବଚ୍ଚଯ ଟ୍ଟଚ୍ଛତ୍ତଚ୍ଛନ୍ଧଜ୍ଞ) ହୋଇଗଲାଣି ଏବଂ ଯେଉଁ ଉଦ୍ଦେଶ୍ୟରେ ପ୍ରଲେପ କରାଯାଇିଲା (କ୍ଷରଣ ପ୍ରତିରୋଧ ପାଇଁ), ତାହା ଆଉ କାମ ଦେଉନାହିଁ । ବରଂ ପଲସ୍ତରାଦ୍ୱାରା ମନ୍ଦିର ଉପରେ ଚାପ ଓ ଓଜନ ବଢ଼ୁଛି ।
ବିଶେଷଜ୍ଞମାନଙ୍କ ମତାନୁସାରେ ପ୍ରମେ ଭିତର ବେଢ଼ାସ୍ଥ ମହାଲକ୍ଷ୍ମୀ ମନ୍ଦିରରୁ ଚୂନଛଡ଼ା ଆରମ୍ଭ ହେଲା । ନଷ୍ଟ ହୋଇଯାଇିବା ଏବଂ ସ୍ଥାନରେ ନିବା କେତେକ ସ୍ଥାପତ୍ୟ ଅଂଶମାନ ବଦଳା ଯାଇିଲା ଏବଂ ଚୂନ ଅଂଶମାନଙ୍କରେ ଢଳେଇ ଏବଂ ଧାତବ ଖିଲ ଲଗାଯାଇିଲା । ସବୁ ଅନାବୃତ୍ତ ଓ କଳଙ୍କି ଲାଗିିବା ଲୁହାର ଚାପୁଆଣିକୁ ବାହାର କରାଯାଇ ତମ୍ବା କିମ୍ବା କଳଙ୍କି ଲାଗୁନିବା ଇସ୍ପାତ୍‍ ଚାପୁଆଣି (dowels) ପ୍ରତିସ୍ଥାପନ କରାଗଲା ।
ଲକ୍ଷ୍ମୀ ମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ପରେ ମୁଖ୍ୟ ମନ୍ଦିର ବା ଶ୍ରୀଜଗନ୍ନାଥ ମନ୍ଦିରର ଚୂନଛଡ଼ା କାର୍ଯ୍ୟ ଆରମ୍ଭ କରାଗଲା । ଏହି ମନ୍ଦିରର ବାହାର ପାର୍ଶ୍ୱରେ ପଲସ୍ତରାର ନଅଟି ସ୍ତର (Layers)ଦୃଷ୍ଟିଗୋଚର ହୋଇିଲା । ଏକ ସମୟରେ ନୃସିଂହ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ବିମଳା ମନ୍ଦିରର ଚୂନ ପଲସ୍ତରା ଛଡ଼ାଇବା କାର୍ଯ୍ୟ ଅaରମ୍ଭ କରାଗଲା । ପ୍ରମେ ନୃସିଂହ ମନ୍ଦିରର ଚୂନଛଡ଼ା କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ଏହାର ଢାଞ୍ଚା ସଂରକ୍ଷଣ ଓ ରାସାୟନିକ ପରିରକ୍ଷଣ କରାଗଲା । ଚୂନଛଡ଼ା ଶେଷ ହେବା ପରେ ନୃସିଂହ ମନ୍ଦିରର ବାହାର ପାର୍ଶ୍ୱ କାନ୍ଥରେ ଓ ପ୍ରବେଶ ଦ୍ୱାରର ଉଭୟ ପଟରେ ଅନେକ ଶିଳାଲିପି ଦୃଷ୍ଟିଗୋଚର ହୋଇିଲା । ଏହି ଶିଳାଲିପିମାନ ପରେ ବିଖ୍ୟାତ ଗବେଷକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ପାଠକରି ଏକ ପୁସ୍ତକ ପ୍ରକାଶ କରିଛନ୍ତି ।
ନୃସିଂହ ମନ୍ଦିର ପରେ ସୂର୍ଯ୍ୟମନ୍ଦିର ଓ ବିମଳା ମନ୍ଦିରର ଚୂନ ଛଡ଼ାଇବା କାର୍ଯ୍ୟ ସମାପ୍ତ ହୋଇ ସଂରକ୍ଷଣ କାର୍ଯ୍ୟ କରାଯାଇିଲା ଏବଂ ରାସାୟନିକ ଉପଚାର କରାଯାଇିଲା । ୧୯୯୦ ମସିହା ବେଳକୁ ଏହି ଦୁଇ ମନ୍ଦିରର କାର୍ଯ୍ୟ ଶେଷ ହୋଇିଲା । ପରେ ପରେ ପଶ୍ଚିମ ଦିଗର କ୍ଷୀରଚୋରା ଗୋପୀନା ମନ୍ଦିର, ଭଣ୍ଡ ଗଣେଶ, ସରସ୍ୱତୀ ଓ ନୀଳମାଧବ ମନ୍ଦିରମାନଙ୍କରୁ ଚୂନ ଛଡ଼ାଯାଇ ସଂରକ୍ଷଣ କାର୍ଯ୍ୟ କରାଯାଇିଲା ।
ମନ୍ଦିରମାନଙ୍କରୁ ଚୂନଛଡ଼ା କାର୍ଯ୍ୟ ବନ୍ଦ କରିବାପାଇଁ ୧୯୭୮ ମସିହାରେ ଓଡ଼ିଶା ହାଇକୋର୍ଟରେ ଏକ ରିଟ୍‍ ଗୃହୀତ ହୋଇ ରହିତାଦେଶ ହେବା ଫଳରେ କାର୍ଯ୍ୟ ସ୍ଥଗିତ ରହିିଲା । ୧୯୮୫ରେ ରହିତାଦେଶ ଉଠିବା ପରେ ପୁଣି କାର୍ଯ୍ୟ ହେଲା । ପୁନଶ୍ଚ ୧୯୮୬ରେ ଆଉ ଦୁଇଟି ରିଟ୍‍ ହାଇକୋର୍ଟରେ ଦାଖଲ ହୋଇ ଶୁଣାଣି ପରେ ଖାରଜ ହୋଇିଲା ।

୨୬୮ ଶ୍ରୀଜଗନ୍ନାଥ