ପୃଷ୍ଠା:ShreeJagannath.pdf/୨୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୩୯ଟି ପର ଖଣ୍ଡର ସ୍ଥାନ ପୂରଣ (replace) କରାଯାଇିଲା । ଗର୍ଭଗୃହର ମରାମତି ତା ସଂରକ୍ଷଣ କାର୍ଯ୍ୟ ସମାପନ ପରେ ଦିଅଁମାନଙ୍କୁ ପୁନର୍ବାର ରତ୍ନସିଂହାସନକୁ ତା ୨-୭-୧୯୯୩ରେ ବିଜେ କରାଯାଇିଲା । ଜଣାଯାଏ ଯେ, ଗର୍ଭଗୃହର ସଂରକ୍ଷଣ ବାବଦରେ ପ୍ରତ୍ନତତ୍ତ୍ୱ ସଂସ୍ଥା (A.S.I.)ସେତେବେଳେ ଏକକୋଟି ବାସ୍ତରି ଲକ୍ଷ ଟଙ୍କା ବ୍ୟୟ କରିିଲେ ।
ଶ୍ରୀମନ୍ଦିର ଶିଖରର ପଲସ୍ତରା ସଂପୂର୍ଣ୍ଣ ଛଡ଼ାଯିବା ପରେ ଦୁର୍ବଳ ଅମଳକକୁ ଦୃଢ଼ କରାଯାଇିଲା । "ଖପୁରି', "ବେକି' ଓ "ଅଁଳା'ର ଉପଯୁକ୍ତ ସଂରକ୍ଷଣ କରାଗଲା । ଏହି କାର୍ଯ୍ୟ ୧୯୯୫ ମସିହା ଭିତରେ ଶେଷ କରାଯାଇିଲା ।
ରଯାତ୍ରା କାଳରେ ଦିଅଁମାନେ ଗର୍ଭଗୃହରେ ଅନୁପସ୍ଥିତ ଥିବାବେଳେ ପ୍ରତ୍ନତତ୍ତ୍ୱ ସଂସ୍ଥାର ଯନ୍ତ୍ରୀମାନେ ଗର୍ଭଗୃହ ପରିଦର୍ଶନ କରନ୍ତି ଓ ଆବଶ୍ୟକ ହେଲେ ସୀମିତ ସମୟ କାଳରେ ଯାସମ୍ଭବ ସଂରକ୍ଷଣ କାର୍ଯ୍ୟ କରନ୍ତି ।
ପରବର୍ତ୍ତୀ କାଳରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ନିମ୍ନଲିଖିତ ଦେବଦେବୀ ମନ୍ଦିର ଓ ଅନ୍ୟାନ୍ୟ କେତେକ ଗୃହ ଇତ୍ୟାଦିର ମରାମତି ଏବଂ ନବୀକରଣ କାର୍ଯ୍ୟ କରାଯାଇଛି ।
ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ବୈକେୁ ଣ୍ଠଶ୍ୱର ମନ୍ଦିର, ଗୌରାଙ୍ଗ ମନ୍ଦିର, ରାଧାବଲ୍ଲଭ ମନ୍ଦିର (ବାଇଶି ପାହାଚସ୍ଥ), ବାରଭାଇ ହନୁମାନ ମନ୍ଦିର, ବଟ ମଙ୍ଗଳା ମନ୍ଦିର, ନାଟ ଗଣେଶ ମନ୍ଦିର, ଉତ୍ତରେଶ୍ୱର ମନ୍ଦିର, ଐଶାନେଶ୍ୱର ମନ୍ଦିର, ସତ୍ୟନାରାୟଣ ମନ୍ଦିର, ଗରୁଡ଼ସ୍ତମ୍ଭ, ପଣ୍ଡାଦ୍ୱାର, ମହାଲକ୍ଷ୍ମୀ, ସୂର୍ଯ୍ୟ ଓ ମେର୍ଦ୍ଦା ରୋଷଘରମାନ, ମୁକ୍ତିମଣ୍ଡପ, ଜଳକ୍ରୀଡ଼ା ମଣ୍ଡପ, ଜଗମୋହନର ଛାତ, ଭିତର ବେଢ଼ାର ଚଟାଣ, ମହାଲକ୍ଷ୍ମୀ ଭଣ୍ଡାର ଘର, ପୂଜାପଣ୍ଡା ନିଯୋଗ, ସୁଆର ମହାସୁଆର ନିଯୋଗ ଓ ପ୍ରତିହାରୀ ନିଯୋଗମାନଙ୍କର କାର୍ଯ୍ୟାଳୟ ଗୃହମାନ, ଶ୍ରୀମନ୍ଦିରର ଶାଖା କାର୍ଯ୍ୟାଳୟ ଗୃହ, ମେଘନାଦ ପ୍ରାଚୀର, ଦକ୍ଷିଣଦ୍ୱାର ଓ ପଶ୍ଚିମ ଦ୍ୱାର ଗୁମୁଟ । ବର୍ତ୍ତମାନ ସିଂହଦ୍ୱାର ଗୁମୁଟ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି । ଶ୍ରୀମନ୍ଦିର ଜଗମୋହନର ଉତ୍ତର ଦିଗର ଚୂନଛଡ଼ା କାର୍ଯ୍ୟ ଶେଷ ହୋଇଛି ଏବଂ ଜଗମୋହନର କଳସ ପୁନଃନିର୍ମାଣ କରାଯାଇଛି ।

ଶ୍ରୀଜଗନ୍ନାଥ ୨୭୧