ପୃଷ୍ଠା:ShreeJagannath.pdf/୨୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି କାଠ ବ୍ୟତୀତ ପ୍ରତିବର୍ଷ ଖୋର୍ଦ୍ଧା ଡିଭିଜନର ଡି.ଏଫ୍.ଓ. ବିନା ମୂଲ୍ୟରେ ରଥର ପଟା ନିର୍ମାଣପଇଁ ନିର୍ଦ୍ଧାରିତ ମାପର କଞ୍ଚାକାଠ (green timber)ଯୋଗାଇ ଦିଅନ୍ତି । କିନ୍ତୁ ଏହି କାଠ ଜଙ୍ଗଲରୁ କାଟି ଆଣିବା ଓ ପୁରୀରେ ପହଞ୍ଚାଇବା ବାବଦ ପରିବହନ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥାନ୍ତି । ନିମ୍ନମତେ ୨୭୪ଟି କଞ୍ଚା କାଠ ଆସିଥାଏ ।

କଂସା, ଶିମିଳି ପଟା ୨ 'x୧୦ ୪୬
ପାଳଧୁଆ ୩x୧୦ଉଦାହରଣ ୮୫
ମହାଳିମ୍ବ ୩x୧୦ ୨୦
ଗମ୍ଭାରି ୨ 'x୧୨' ୦୧
ମଇ ୩'X୧୦ ୧୫
କଦମ୍ବ ୩'X୧୦ ୦୪
କଳନୂଆ ବଲା ୯'X୭' ୬୦
ମଇ, ଦେବଦାରୁ
କିମ୍ବା ପାଳଧୁଆ ୫'X୧୯ ୪୨
ଦେବଦାରୁଉଦାହରଣ ୫'x୧୦ ୦୧

ମୋଟ ୨୭୪

(ଦ୍ରଷ୍ଟବ୍ୟ : ରଥଯାତ୍ରା କୋର୍ଡ)
ରଥକାଠ ପୁରୀରେ ଆସି ପହଞ୍ଚିବା ଓ ରଥ ନିର୍ମାଣର ବିଭିନ୍ନ ପର୍ଯ୍ୟାୟପାଇଁ କେତେକ ତିଥି ନିମ୍ନ ପ୍ରକାରେ ନିର୍ଦ୍ଦିଷ୍ଟ ଅଛି ।

ରଥକାଠ ପୁରୀରେ ପହଞ୍ଚିବା ଅନୁକୂଳ ଶ୍ରୀପଞ୍ଚମୀ
କାଠଚିରା ଶ୍ରୀରାମ ନବମୀ
ରଥ ନିର୍ମାଣ ଅନୁକୂଳ ଅକ୍ଷୟତୃତୀୟା
ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗେ ଭଉଁରୀ ଦିନ
(ଅନ୍ତତଃ ଛଅଟି ଚକ)
ଗୁଜ ଅନୁକୂଳ ନୃସିଂହ ଚତୁର୍ଦ୍ଦଶୀ
ଚାରି ନାହାକ ଡେରା ଅନୁକୂଳ ଦେବସ୍ନାନ ପୂର୍ଣ୍ଣିମା
ରଥଖଳାରୁ ସିଂହଦ୍ୱାରଯାଏଁ ରଥଟଣା ହୋଇ ରହିଥାଏ ରଥଯାତ୍ରା ପୂର୍ବଦିନ

ତିନୋଟି ରଥପାଇଁ ମୁଖ୍ୟତଃ ୧୦ ଜଣ ମହାରଣା (ବଢ଼େଇ), ୬ଜଣ ଭୋଇ, ୩ଜଣ କମାର, ୩ଜଣ ରୂପକାର, ୩ଜଣ ଚିତ୍ରକର ଓ ଜଣେ କରତି କାମ କରନ୍ତି । ଏମାନଙ୍କ ସେବା ବଂଶାନୁକ୍ରମିକ । ୧୦ ଜଣ ମହାରଣାଙ୍କୁ ସାହାଯ୍ୟ କରିବାକୁ ପ୍ରତ୍ୟେକ ରଥପାଇଁ ଅନ୍ତତଃ ୨୦

ଶ୍ରୀଜଗନ୍ନାଥ ୨୭୩